Advertisment

ଖେଳ ମଝିରେ ଖେଳାଳିଙ୍କ ନିବେଦନ: ଯୁଦ୍ଧ ବନ୍ଦ କର

ୟୁରୋପ ଲିଗର ଦ୍ୱିତୀୟ ଲିଗ୍‌ରେ ଏକ ମୁକାବିଲାରେ ୟୁକ୍ରେନ୍‌ ମିଡଫିଲ୍ଡର୍‌ ମାଲିନୋଭସ୍କି ଗ୍ରୀସ୍ କ୍ଲବ୍ ଅଲମ୍ପିଆକୋସ୍ ବିପକ୍ଷରେ ଦୁଇଟି ଗୋଲ୍‌ ମାରିଥିଲେ । ଗୋଲ ମାରିବା ପରେ ମାଲିନୋଭସ୍କି ନିଜ ଟି-ସାର୍ଟରେ ‘ନୋ ୱାର୍‌ ଇନ୍‌ ୟୁକ୍ରେନ୍‌’ ଦେଖାଇଥିଲେ ।

ଅଦ୍ୟତନ ହୋଇଛି
Ukrainian footballer Ruslan Malinovskyi

Ukrainian footballer Ruslan Malinovskyi

Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଜାରି ରହିଛି। ୟୁକ୍ରେନକୁ ତିନିପଟୁ ଘେରିଯାଇ ଋଷିଆ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି। ଋଷିଆ ଓ ବେଲାଋଷିଆ ସୀମାରେ ହଜାର ହଜାର ସୈନ୍ୟ ଠୁଳ ହେଉଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏକ ୟୁରୋପୀୟ ଦେଶ ଉପରେ ଏଭଳି ବଡ ଧରଣର ଆକ୍ରମଣ ଚାଲିଛି। ତେବେ ଏହାକୁ ନିନ୍ଦା କରିଛି ସାରା ବିଶ୍ୱ । କ୍ରୀଡ଼ା ଜଗତର ଅନେକ ନାମୀ ଖେଳାଳି ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାକୁ ଅପିଲ୍ କରୁଥିବାର ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ୟୁକ୍ରେନ୍ ଫୁଟବଲର୍ ରୁସଲାନ୍ ମାଲିନୋଭସ୍କି ନିଆରା ଢଙ୍ଗରେ ଯୁଦ୍ଧ ଟାଳିବା ପାଇଁ ଅନୁରୋଧ କରିଛନ୍ତି ।

Advertisment

ୟୁରୋପ ଲିଗର ଦ୍ୱିତୀୟ ଲିଗ୍‌ରେ ଏକ ମୁକାବିଲାରେ ୟୁକ୍ରେନ୍‌ ମିଡଫିଲ୍ଡର୍‌ ମାଲିନୋଭସ୍କି ଗ୍ରୀସ୍ କ୍ଲବ୍ ଅଲମ୍ପିଆକୋସ୍ ବିପକ୍ଷରେ ଦୁଇଟି ଗୋଲ୍‌ ମାରିଥିଲେ । ଗୋଲ ମାରିବା ପରେ ମାଲିନୋଭସ୍କି ନିଜ ଟି-ସାର୍ଟରେ ‘ନୋ ୱାର୍‌ ଇନ୍‌ ୟୁକ୍ରେନ୍‌’ ଦେଖାଇଥିଲେ । ସେହିପରି ଡେନମାର୍କର ପୁଲ-ବ୍ୟାକ୍ ଜୋକିମ୍ ମାହେଲେ ଗୋଟିଏ ଗୋଲ୍ ଦେଇଥିଲେ। ଏଥିସହ ଆଟଲାଣ୍ଟା ବିସି ମୁକାବିଲାକୁ ୩-୦ରେ ଜିତି ରାଉଣ୍ଡ-୧୬ ପାଇଁ କ୍ୱାଲିଫାଏ କରିଛି। ଏହା ପୂର୍ବରୁ ଆଟଲାଣ୍ଟା ବିସି ୟୁରୋପା ଲିଗ୍ ମୁକାବିଲାର ପ୍ରଥମ ଲେଗରେ ଅଲମ୍ପିଆକୋସକୁ ୨-୧ରେ ହରାଇଥିଲା।

Advertisment

ୟୁକ୍ରେନ୍-ଋଷିଆ ଯୁଦ୍ଧ ବନ୍ଦ କରିବା ପାଇଁ କେବଳ ୟୁକ୍ରେନ୍‌ ଫୁଟବଲର୍ ନୁହଁ ବରଂ ଗୁରୁବାର ରାତିରେ ବାର୍ସିଲୋନା ଓ ନେପୋଲୀର ଖେଳାଳିମାନେ ମଧ୍ୟ କ୍ୟାମ୍ପ ନାଉରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ନିଜ ନିଜର ପକ୍ଷ ରଖିଥିବାର ଦେଖିବାକୁ ମିଳିଥିଲା । ଦୁଇ କ୍ଲବର ଖେଳାଳି ସେମାନଙ୍କର ୟୁରୋପା ଲିଗ୍ ପ୍ଲେ-ଅଫର ଦ୍ୱିତୀୟ ପର୍ଯ୍ୟାୟର ମୁକାବିଲା ପୂର୍ବରୁ ‘ଯୁଦ୍ଧ ବନ୍ଦ କର’ ବାର୍ତ୍ତା ସହ ଏକ ବ୍ୟାନର୍ ଧରି ଛିଡ଼ା ହୋଇଥିଲେ। ବାର୍ସିଲୋନା ଏହି ମୁକାବିଲା ୪-୨ରେ ଜିତି ନେଇଥିଲା।

Barcelona Football Clubଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରୁଛନ୍ତି ବାର୍ସେଲୋନା ଫୁଟବଲ୍‌ କ୍ଲବ

ସେହିପରି ମାଞ୍ଚେଷ୍ଟର୍ ସିଟି ପକ୍ଷରୁ ଖେଳୁଥିବା ୟୁକ୍ରେନ୍ ଡିଫେଣ୍ଡର୍ ଓଲେକଜାଣ୍ଡର୍ ଜିନଚେଙ୍କୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରୁଷ୍ ରାଷ୍ଟ୍ରପତି ଭୋଲଡିମାୟର୍‌ ପୁଟିନଙ୍କ ବିରୋଧରେ ଏକ ପୋଷ୍ଟ କରି ଲେଖିଥିଲେ, ମୁଁ ଆଶା କରୁଛି ଯେ ଆପଣ ସବୁଠାରୁ କଷ୍ଟଦାୟକ ମୃତ୍ୟୁ ପାଇବେ। ତେବେ ପରେ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିଲା।

Advertisment

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଭିତରେ ୟୁକ୍ରେନର କାଉଣ୍ଟର ଆଟାକ୍ ଚାଲିଛି । ରୁଷ ସେନା ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍ ମଧ୍ୟ ପାଲଟା ଜବାବ ଦେବା ଆରମ୍ଭ କରିଛି। ଲଙ୍ଗରେଞ୍ଜ୍‌ ମିସାଇଲ୍ ଜରିଆରେ ରୁଷର ଏୟାର ବେସ୍ ଟାର୍ଗେଟ କରିଛି ୟୁକ୍ରେନ୍। ସେପଟେ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ରୁଷ ଆଜି ଆଲୋଚନା ପାଇଁ ରାଜି ହୋଇଛି। ଆକ୍ରମଣର ୪୦ ଘଣ୍ଟା ପରେ ଆଲୋଚନା ପାଇଁ ପ୍ରସ୍ତୁତ କହିଲା ରୁଷିଆ।

Ukraine Russia War Ukrainian Footballer Ruslan Malinovskyi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ