ଟୋକିଓ ପାରାଲିମ୍ପିକ୍ସରେ ଅବନୀ ଲେଖରାଙ୍କୁ ଐତିହାସିକ ସ୍ୱର୍ଣ୍ଣ

ଟୋକିଓ ପାରାଲିମ୍ପିକ୍ସରେ ଭାରତର ଅବନୀ ଲେଖରା ସୁଟିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1 ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅବନୀ ୨୪୯.୬ ସ୍କୋର କରି ଶୀର୍ଷରେ ରହିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ଭାରତକୁ ସୁଟିରେ ସ୍ୱର୍ଣ୍ଣ ପଦକ ମିଳିବାରେ ଏହା ପ୍ରଥମ ।

Para shooter Avani Lekhara

News Summary

୧୦ ମିଟର ଏୟାର ରାଇଫଲରେ ଜିତିଲେ ସ୍ୱର୍ଣ୍ଣ ପଦକ

ବିଶ୍ୱ ରେକର୍ଡର ସମକକ୍ଷ ହୋଇ ଜିତିଲେ ସ୍ୱର୍ଣ୍ଣ ପଦକ

ସେପଟେ ଟୋକିଓ ପାରାଲିମ୍ପିକ୍ସରେ ଯୋଗେଶ କଥୁନିଆଙ୍କୁ ରୌପ୍ୟ ପଦକ

ଅବନୀ ଲେଖରାଙ୍କୁ ଐତିହାସିକ ସ୍ୱର୍ଣ୍ଣ । ଟୋକିଓ ପାରାଲିମ୍ପିକ୍ସରେ ଭାରତର ଅବନୀ ଲେଖରା ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅବନୀ ୨୪୯.୬ ସ୍କୋର କରି ଶୀର୍ଷରେ ରହିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ଭାରତକୁ ସୁଟିଂରେ ସ୍ୱର୍ଣ୍ଣ ପଦକ ମିଳିବା ଏହା ପ୍ରଥମ ।

ଜୟପୁରର ଅବନୀ କ୍ୱାଲିଫିକେସନ୍ ରାଉଣ୍ଡରେ ୨୧ ଜଣ ସୁଟରଙ୍କ ମଧ୍ୟରେ ସପ୍ତମ ସ୍ଥାନ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲେ । ସେ ୬୦ ସିରିଜରେ ୬ଟି ସଟ୍ ପରେ ୬୧୨.୭ ସ୍କୋର କରିଥିଲେ, ଯାହା ଶୀର୍ଷ ଆଠ ସୁଟରଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଯଥେଷ୍ଟ ଥିଲା । ଭାରତୀୟ ସୁଟର ଅବନୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥିରତା ବଜାୟ ରଖିଥିଲେ । କ୍ରମାଗତ ୧୦ ରୁ ଅଧିକର ସ୍କୋର କରି ସଫଳତା ଅର୍ଜନ କରିଛନ୍ତି । ଚୀନର ଝାନ୍ କୁଇପିଙ୍ଗ ଏବଂ ୟୁକ୍ରେନର ଇରିଆନା ସେତନିକ୍ ୬୨୬.୦ ପାରାଲିମ୍ପିକ୍ ଯୋଗ୍ୟତା ରେକର୍ଡ ସହିତ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ।

ସେପଟେ ଟୋକିଓ ପାରାଲିମ୍ପିକ୍ସରେ ଯୋଗେଶ କଥୁରିଆଙ୍କୁ ମିଳିଛି ରୌପ୍ୟ ପଦକ । ପୁରୁଷ ଡିସକସ୍ ଥ୍ରୋରେ ଯୋଗେଶ ରୌପ୍ୟ ପଦକ ଜିତିଛନ୍ତି । ସେ ପୁରୁଷ ଡିସ୍କସ୍ ଥ୍ରୋ ୫୬ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଜି ତାଙ୍କର ଷଷ୍ଠ ତଥା ଶେଷ ପ୍ରୟାସରେ (44.38 ମିଟର) ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ହାସଲ କରିଛନ୍ତି ।

ସେପଟେ ରବିବାର ଦିନ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଆଣିଥିଲେ ଭାବିନା ପଟେଲ । ଟେବୁଲ ଟେନିସ୍‌ରେ ଭାବିନାଙ୍କୁ ମିଳିଥିଲା ସିଲଭର  । ଗତକାଲି ଫାଇନାଲରେ ଭାରତୀୟ ଖେଳାଳି ଭାବିନା ପଟେଲ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟିଥିଲେ । ତେବେ ଚୀନର ଖେଳାଳି ଭାବିନାଙ୍କୁ ୩-୦ ସେଟ୍‌ରେ ପରାଜୟ କରିଥିଲେ । ହେଲେ ଭାବିନାଙ୍କ ଉନ୍ନତମାନର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି ।