kalinga stadium
ଆସନ୍ତା ଏପ୍ରିଲରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ କଳିଙ୍ଗ ସୁପର କପ୍। ଏହି ଫୁଟବଲ୍ ମହା ଲଢ଼େଇ ପାଇଁ କଳିଙ୍ଗ ଷ୍ଟାଡିୟମକୁ ବାଛିଛି ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ- AIFF। ଏଥିସହ ସମ୍ମାନଜନକ ସୁପର୍ କପକୁ ‘କଳିଙ୍ଗ ସୁପର୍ କପ୍’ ଭାବେ ବିଧିବଦ୍ଧ ନାମିତ କରାଯାଇଛି। ଏହି ନାମ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ମ୍ୟାଚ୍ ଅଧାରୁ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ
ଏପ୍ରିଲ ୧୮ରୁ ୨୮ ତାରିଖ ଯାଏ କଳିଙ୍ଗ ସୁପର୍ କପ୍ ଖେଳାଯିବ। ଏଥିରେ ସାମିଲ ହେବେ ବଛା ବଛା କ୍ଲବ୍। ଦେଶର ଶ୍ରେଷ୍ଠ କ୍ଲବ୍ ମାନଙ୍କ ମଧ୍ୟରେ ହେବ ପ୍ରତିଯୋଗିତା। AIFF ରାଜ୍ୟ କ୍ରୀଡ଼ା ବିଭାଗକୁ ଚିଠି ଲେଖି ଏହା ସ୍ପଷ୍ଟ କରିଥିବା ବେଳେ, କ୍ରୀଡ଼ା ବିଭାଗ ପକ୍ଷରୁ ସୋଶାଲ ମିଡିଆରେ ମଧ୍ୟ ଏନେଇ ଘୋଷଣା କରାଯାଇଛି।
ସୂଚନା ଯୋଗ୍ୟ ଯେ, ଗତ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ନାଁରେ ଫୁଟବଲ୍ କପ୍ ଆୟୋଜନ ନେଇ ଘୋଷଣା କରିଥିଲେ। ବିଜୁ ବାବୁଙ୍କ ନାଁରେ ହୋଇଥିବା କଳିଙ୍ଗ ଫୁଟବଲ୍ କପକୁ ଗତ ସରକାର ଆରମ୍ଭ କରିପାରିନଥିବା ବେଳେ, ଏବେ ଏହା ପୁନର୍ବାର ଆରମ୍ଭ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741402696.jpg)