Advertisment

ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ଟିମ୍‌, ପରଷା ଯିବ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ

ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20 ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଆଜି ଭୁବନେଶ୍ୱରରେ ଦୁଇ ଦେଶର ଖେଳାଳି ପହଞ୍ଚିଛନ୍ତି।

Team India & South Africa players to relish Chhena Poda at Hotel Mayfair

Team India & South Africa players to relish Chhena Poda at Hotel Mayfair

Advertisment

ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20 ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଆଜି ଭୁବନେଶ୍ୱରରେ ଦୁଇ ଦେଶର ଖେଳାଳି ପହଞ୍ଚିଛନ୍ତି। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ବସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖେଳାଳିମାନେ ହୋଟେଲ୍‌ ମେ’ ଫେୟାର ଯାଇଥିଲେ। ସେଠାରେ ପାରମ୍ପରିକ ବାଜା ଓ ଘୋଡ଼ା ନାଚରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ନିଜ ମନ ପସନ୍ଦର ଖେଳାଳିଙ୍କୁ ଅତି ପାଖରୁ ଦେଖି ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। 

Advertisment

ହୋଟେଲ୍‌ରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱତନ୍ତ୍ର ମିଠା ଓ କେକ୍‌ର ପ୍ଲେଟର ପ୍ରସ୍ତୁତ କରାଯାଇଥିଲା। ଲୋ-କ୍ୟାଲୋରୀ ଥିବା ମିଠାକୁ ଖେଳାଳିଙ୍କୁ ଦିଆଯାଇଥିଲା। ପ୍ରତି ଖେଳାଳିଙ୍କ ଫଟୋକୁ ରଖି ଏହି ପ୍ଲେଟର ପ୍ରସ୍ତୁତ ହୋଇଥିଲା। ଏହାପରେ ସ୍ୱାସ୍ଥ୍ୟକର ଡ୍ରିଙ୍କସ୍, ଜୁସ୍, ସୁପ୍‌ ଇତ୍ୟାଦିର ବ୍ୟବସ୍ଥା ହୋଇଥିଲା। ସକାଳ ବ୍ରେକ୍‌ଫାଷ୍ଟ୍‌ଠୁ ଆରମ୍ଭ କରି ରାତିର ଡିନ୍‌ର ଯାଏ ସବୁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଇଛି।

Advertisment

ବ୍ରେକ୍‌ଫାଷ୍ଟରେ ସାଉଥ୍ ଇଣ୍ଡିଆନ୍ ଜଳଖିଆ ଯେପରି ଦୋସା, ଇଡ୍‌ଲି, ଉତପମ୍, ପୁରୀ, ଚଟଣୀ ପରସା ଯିବ।  ଏହି ଅବସରରେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ବି ହୋଇଛି। ଯେପରି ଚକୁଳି, କାକରା, ମଣ୍ଡା ଏବଂ ଛେନାପୋଡ଼ ଉଭୟ ଟିମ୍‌ର ଖେଳାଳିଙ୍କ ପାଇଁ ପରଷା ଯିବ। ସେହିପରି ସୁଗର୍ ଫ୍ରି ମିଠା ଏବଂ ଓଡ଼ିଶାର ଭଳିକି ଭଳି ମିଠା ବି ଖାଇବାକୁ ଦିଆଯିବ।

Advertisment

T20 International Barabati Stadium India-South Africa T20 India Vs SA T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ