Astrospeak
  • Live TV
  • Read In English

୨୦୨୨ ଆଇପିଏଲ୍ ନିଲାମୀ ଉପରେ ସଭିଙ୍କ ନଜର : ଟପ୍ ଟେନରେ ୪ ଭାରତୀୟ

୨୦୨୨ ଆଇପିଏଲରେ ମୋଟ ୫୯୦ ଖେଳାଳିଙ୍କ ନିମାଲୀ ପାଇଁ ହେବ ଅକ୍ସନ । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲରେ ମେଗା ଅକ୍ସନ ଫେବୃଆରୀ ୧୨ ଏବଂ ୧୩ରେ ବେଙ୍ଗାଳୁରୁରେ ହେବାକୁ ଯାଉଛି

IPL 2022 Auction
File image

News Summary

ମୋଟ ୫୯୦ ଖେଳାଳିଙ୍କ ନିମାଲୀ ପାଇଁ ହେବ ଅକ୍ସନ

ଫେବୃଆରୀ ୧୨ ଏବଂ ୧୩ରେ ବେଙ୍ଗାଳୁରୁରେ ହେବ ମେଗା ଅକ୍ସନ

୨୦୨୨ ଆଇପିଏଲ୍ ନିଲାମୀ ଉପରେ ରହିଛି ସଭିଙ୍କ ନଜର । ଏଥିଲାଗି ତାଲିକା ଚୂଡ଼ାନ୍ତ ହୋଇସାରିଥିବା ବେଳେ ଟପ ଟେନରେ ରହିଛନ୍ତି ୪ ଭାରତୀୟ ଖେଳାଳି । ଭାରତର ଅଶ୍ୱୀନ, ଶ୍ରେୟସ ଆୟର, ମହମ୍ମଦ ଶାମି ଏବଂ ଶିଖର ଧାଓ୍ୱନଙ୍କ ସହ ୬ ବିଦେଶୀ ଖେଳାଳି ମଧ୍ୟରେ ଟପ୍ ଟେନ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଟପ୍ ଟେନ୍ ଲିଷ୍ଟରେ ଥିବା ବିଦେଶୀ ଖେଳାଳିମାନେ ହେଲେ ଡେଭିଡ୍ ଓ୍ୱାର୍ଣ୍ଣର, ଫାଫ୍ ଡୁ ପ୍ଲେସି, କେ. ରାବାଡା, ଟ୍ରେଣ୍ଟ ବୋଲ୍ଡ, ପାଟ୍ କମିନ୍ସ ଏବଂ କ୍ୱିଣ୍ଟନ ଡିକକ୍ । ଏମାନଙ୍କ ବେସ୍ ପ୍ରାଇସ୍ ରହିଛି ୨ କୋଟି ଟଙ୍କା ।

୨୦୨୨ ଆଇପିଏଲରେ ମୋଟ ୫୯୦ ଖେଳାଳିଙ୍କ ନିମାଲୀ ପାଇଁ ହେବ ଅକ୍ସନ । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲରେ ମେଗା ଅକ୍ସନ ଫେବୃଆରୀ ୧୨ ଏବଂ ୧୩ରେ ବେଙ୍ଗାଳୁରୁରେ ହେବାକୁ ଯାଉଛି । ତେବେ ମେଗା ଅକ୍ସନ ପାଇଁ ଖେଳାଳିଙ୍କ ଫାଇନାଲ୍ ଲିଷ୍ଟ ପ୍ରସ୍ତୁତ ହୋଇସାରିଛି । ଚଳିତ ଥର ନିମାଲୀ ଲିଷ୍ଟରେ ୪୪ ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ବଛାବଛା ଟପ୍ ଟେନ୍ ପ୍ଲେୟାର ଲିଷ୍ଟରୁ ଅକ୍ସନ ଆରମ୍ଭ ହେବ ।

ଚଳିତ ବର୍ଷ ଆଇପିଏଲ ନିଲାମୀରେ ଓଡିଶାର ଦୁଇଜଣ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ସାମିଲ ହେବେ । ଓସିଏ ପକ୍ଷରୁ ୫ଜଣ ଖେଳାଳିଙ୍କ ନାଁ ଆଇପିଏଲରେ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ନିଲାମୀ ପ୍ରକ୍ରିୟାରେ ସାମିଲ ହେବା ପାଇଁ ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏବର୍ଷ ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ସାମିଲ ହେବେ ।