Advertisment

ପାଣ୍ତ୍ୟାଙ୍କ ହରକତ୍‌କୁ ନେଇ ଖପ୍ପା ଫ୍ୟାନ୍ସ; କହିଲେ ଏମିତି କଥା..ଦେଖନ୍ତୁ ଭିଡିଓ

ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଲଟନକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍। ପାଣ୍ତ୍ୟାଙ୍କ ହରକତ୍‌କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଫ୍ୟାନ୍ସ।

ଅଦ୍ୟତନ ହୋଇଛି
Hardik Pandya & Rohit Sharma

Hardik Pandya & Rohit Sharma

Advertisment

ହାର୍ଦ୍ଦିକଙ୍କ ଉପରେ ପୁଣି ତାତିଲେ ରୋହିତ ଫ୍ୟାନ୍ସ। ପାଣ୍ତ୍ୟାଙ୍କ ହରକତ୍‌କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଫ୍ୟାନ୍ସ। 'ରୋହିତଙ୍କୁ ଖେଳଣା ଭଳି ଖେଳାଉଛନ୍ତି ପାଣ୍ତ୍ୟା। ପ୍ରତିଟି ବଲରେ ତାଙ୍କୁ ଫିଲ୍ଡ ସାରା ଦୌଡ଼ାଉଛନ୍ତି। ସିନିୟରଙ୍କୁ କିପରି ସମ୍ମାନ ଦିଆଯାଏ ଜାଣିନାହାନ୍ତି ପାଣ୍ତ୍ୟା'। ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ ମାଧ୍ୟମରେ ପାଣ୍ତ୍ୟାଙ୍କୁ ଟାର୍ଗେଟ୍‌ କଲେ ରୋହିତ ଫ୍ୟାନ୍ସ। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ହାର୍ଦ୍ଦିକଙ୍କ କ୍ୟାପ୍ଟେନ୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି ଫ୍ୟାନ୍ସ।

Advertisment

ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଲଟନକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍। ଯୁବ ଅଧିନାୟକ ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ମୁମ୍ବାଇକୁ ୬ ରନରେ ପରାସ୍ତ କରିଛି ଗୁଜରାଟ। ମ୍ୟାଚ୍‌ ମଝିରେ ହାର୍ଦ୍ଦିକ ଉପରେ ରାଗିଲେ ଫ୍ୟାନ୍ସ। ପାଣ୍ତ୍ୟା ରୋହିତଙ୍କୁ ଫିଲ୍ଡରେ ଦୌଡ଼ାଉଥିବା ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ରୋହିତ ଫ୍ୟାନ୍ସଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

Advertisment

ପାଣ୍ତ୍ୟାଙ୍କ ନିର୍ଦ୍ଦେଶ ଅନୁଯାୟୀ ରୋହିତ ତାଙ୍କ ଫିଲ୍ଡିଂ ପୋଜିସନ୍‌କୁ ଯାଇଥିଲେ। ରୋହିତ ବାଉଣ୍ତ୍ରୀ ପାଖରେ ପହଞ୍ଚିଲା ବେଳକୁ ପାଣ୍ତ୍ୟା ପୁଣି ତାଙ୍କୁ ଅନ୍ୟତ୍ର ଜଗିବାକୁ କହିଥିଲେ। ପାଣ୍ତ୍ୟା ରୋହିତଙ୍କୁ ବାରମ୍ବାର ଫିଲ୍ଡ ସାରା ଦୌଡ଼ାଉଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଫ୍ୟାନ୍ସ ପାଣ୍ତ୍ୟାଙ୍କ ଉପରେ ରାଗିଯାଇଥିଲେ। ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ପ୍ରାୟତଃ ରୋହିତ ୩୦ ୟାର୍ଡ ସର୍କଲରେ ଫିଲ୍ଡିଂ କରିଥାନ୍ତି। ରୋହିତଙ୍କୁ ବାରମ୍ବାର ବାଉଣ୍ତ୍ରୀ ପାଖରେ ଜଗାଇବା ନେଇ ପାଣ୍ତ୍ୟାଙ୍କ ଉପରେ ଅସନ୍ତୋଷ ଜାହିର କରିଥିଲେ ଫ୍ୟାନ୍ସ।

Advertisment

ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ପଦ ଗ୍ରହଣ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ଥର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ଫେରିଥିଲେ। ସ୍ଥାନୀୟ ଦର୍ଶକ କିନ୍ତୁ ତାଙ୍କଠାରୁ ଦଳ ପରିବର୍ତ୍ତନ କରିବାର ମଧୁର ପ୍ରତିଶୋଧ ନେଇଥିଲେ। ଯାହାର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଟସ୍ ବେଳେ ପାଣ୍ଡ୍ୟାଙ୍କୁ ରୋହିତ ରୋହିତ କହି ଚିଡ଼ାଇଥିଲେ ଫ୍ୟାନ୍ସ। ସ୍ଥାନୀୟ ଦର୍ଶକଙ୍କୁ ସେମାନଙ୍କ ସମର୍ଥନ ଓ ଭଲପାଇବା ଲାଗି ଧନ୍ୟବାଦ ବୋଲି କହି ପାଣ୍ଡ୍ୟା ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଦର୍ଶକ କିନ୍ତୁ ତାଙ୍କୁ ଚିଡ଼ାଇବା ବନ୍ଦ କରି ନଥିଲେ।

Rohit Sharma Hardik Pandya Mumbai Indians Gujarat Titans
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ