୪ ମହଲା ଛାତରୁ ବାଇକ୍‌ ଉଡାଇଲା ରାଜସ୍ଥାନ ରୟାଲ୍ସ; ନୂଆ ଷ୍ଟାଇଲରେ ରିଲିଜ୍‌ କଲା ଜର୍ସି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ୨୦୨୨ ସିଜନ୍ ପାଇଁ ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି ।

Rajasthan Royals

ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ ଆଇପିଏଲ ୨୦୨୨ ସଂସ୍କରଣ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ୨୦୨୨ ସିଜନ୍ ପାଇଁ ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି । ୨୦୨୨ ରାଜସ୍ଥାନ ରୟାଲ୍ସ ଜର୍ସି ଏକ ନିଆରା ରାଜସ୍ଥାନୀ ଡିଜାଇନ୍ ଦ୍ୱାରା ପ୍ରସ୍ତୁତ ହୋଇଛି, ଯାହାକୁ 'ଲେହେରିଆ' କୁହାଯାଉଛି, ଯାହାର ଅର୍ଥ ଇଂରାଜୀରେ 'ଢେଉ' ।

FMX କିମ୍ବଦନ୍ତୀ ରବି ମ୍ୟାଡିସନ ଏହି ଜର୍ସି ଉନ୍ମୋଚନର ମୁଖ୍ୟ ତାରକା ରହିଛନ୍ତି । ଯାହା ଜୟପୁରର ରଙ୍ଗୀନ ସହରକୁ ଏକ ନୂତନ ଆଲୋକରେ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲୀୟ ଡେୟାରଡେଭିଲ୍ ଯିଏକି ଜଣେ ରେଡ୍ ବୁଲ୍ ଆଥଲେଟ୍‌ ତାଙ୍କୁ ରାଜସ୍ଥାନ ରୟାଲ୍ସର ଜର୍ସି ବିତରଣର ଦାୟିତ୍ୱ ଦିଆଯାଉଛି । ରାଜସ୍ଥାନ ରୟାଲ୍ସର ହୋମ୍‌ ଗ୍ରାଉଣ୍ଡରେ ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସର ନୂତନ ଜର୍ସି ଉନ୍ମୋଚନ ଏକ ନିଆରା ଢଙ୍ଗରେ ହୋଇଛି ।

ମ୍ୟାଡିସନ୍‌ ଜୟପୁରର କେତେକ ଆଇକନିକ୍‌ ସ୍ଥାନ ସମେତ ସହରର ଗଳିକନ୍ଦିରେ ବାଇକ୍‌ ଷ୍ଟଣ୍ଟ ଦେଖାଇ ଶେଷରେ ସୱାଇ ମାନସିଂହ ଷ୍ଟାଡିୟମର ଛାତ ଉପରେ ପହଞ୍ଚିଥିଲେ । ଷ୍ଟାଡିୟମ ଛାତରେ କିଛି ସମୟ ଅଟକି ସିଧା ୪ ମହଲା ଛାତ ଉପରୁ କ୍ରିକେଟ୍‌ ପଡିଆକୁ ଡିଆଁ ମାରିଥିଲେ ଏବଂ ସଫଳତାର ସହ ଲ୍ୟାଣ୍ତ କରିଥିଲେ । ସେ ଏକ ପାର୍ସଲକୁ ସଞ୍ଜୁ ସାମସନ ଦେଇଥିଲେ । ସେହି ପାର୍ସଲରେରେ ଟିମ୍‌ର ନୂଆ ଜର୍ସି ରହିଥିଲା ।

 

ସଞ୍ଜୁ ସାମସନ ଟିମ୍‌ର ଜର୍ସି ପିନ୍ଧିବା ସହ କହିଛନ୍ତି ଯେ, ମ୍ୟାଡିସନ୍‌ଙ୍କ ହଠାତ୍‌ ଏଠାରେ ପହଞ୍ଚିବା ବେଶ୍‌ ଆଶ୍ଚର୍ଯ୍ୟଜନକ ଥିଲା, ରବିଙ୍କ ଚମତ୍କାର ଷ୍ଟଣ୍ଟଗୁଡିକ ମୁଁ ପ୍ରଥମ ଥର ପାଇଁ ବ୍ୟକ୍ତିଗତ ଭାବରେ ଦେଖିଲି, ପୂର୍ବରୁ କେବଳ ଟିଭିରେ ଦେଖିଥିଲି । କ୍ରିକେଟ୍ ଛଡା ଏହି ଷ୍ଟଣ୍ଟ କରିବାକୁ ସେ ଇଚ୍ଛୁକ ବୋଲି କହିଛନ୍ତି।