R Ashwin
ପୁଣି ଥରେ ଟେଷ୍ଟ କ୍ରିକେଟ୍ରେ ଚମକିଲେ ଭାରତୀୟ ସ୍ପିନର୍ । ICC ଟେଷ୍ଟ ରାଙ୍କିଙ୍ଗର ନଂ ୧ ବୋଲର ସ୍ଥାନରେ ଭାରତୀୟ । ଗତ ସପ୍ତାହରେ ଇଂଲଣ୍ତରେ ଦ୍ରୁତ ବୋଲର୍ ଜେମ୍ସ ଆଣ୍ତରସନ୍ ଓ ଟିମ୍ ଇଣ୍ତିଆର ସ୍ପିନର୍ ଆର୍ ଅଶ୍ୱିନ୍ ଉଭୟ ୧ନଂ ସ୍ଥାନରେ ରହିଥିଲେ । ଅଶ୍ୱିନ୍ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ୨୫ଟି ୱିକେଟ୍ ନେଇଥିଲେ । ବର୍ତ୍ତମାନ ଅଶ୍ୱିନ୍ ୮୬୯ ପଏଣ୍ଟ ସହ ଟପ୍ ୧୦ ବୋଲର୍ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଆଣ୍ଡରସନ ତାଙ୍କ ଠାରୁ ୧୦ ପଏଣ୍ଟ କମ ଅର୍ଥାତ ୮୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପାଟ କମିନ୍ସ ପୂର୍ବଭଳି ବୋଲିଂ ରାଙ୍କିଙ୍ଗର ୩ନଂ ସ୍ଥାନରେ ରହିଛନ୍ତି।
ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଖଗିସୋ ରାବାଡା ୪ର୍ଥ, ପାକିସ୍ତାନର ଶାହୀନ ଶାହ ଆଫ୍ରିଦି ୫ମ, ଇଂଲଣ୍ଡର ଓଲି ରବନିଶନ୍ ୬ଷ୍ଠ, ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ତଳକୁ ଖସି ୭ମ, ଅଷ୍ଟ୍ରେଲିଆର ସ୍ପିନ ତାରକା ନାଥନ ଲାୟନ ୮ମ, ଭାରତର ରବୀନ୍ଦ୍ର ଜାଡେଜା ୯ମ ଓ ନ୍ୟୁଜିଲ୍ୟାଣ୍ଡର କାୟଲ ଜାମେସନ ୧୦ମ ସ୍ଥାନରେ ରହିଛନ୍ତି ।
ସାଢ଼େ ୩ ବର୍ଷ ବ୍ୟବଧାନ ପରେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିଲେ କିଙ୍ଗ କୋହଲି । ଟିମ୍ ଇଣ୍ତିଆର ଷ୍ଟାର ବ୍ୟାଟର୍ ବିରାଟ କୋହଲିଙ୍କୁ ଟେଷ୍ଟ ବ୍ୟାଟିଂ ରାଙ୍କିରେ ଭଲ ଫାଇଦା ମିଳିଛି । ସେ ୭ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧୩ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।
ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷ ୪ଟି ଯାକ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେହିପରି କୋହଲି ୪ର୍ଥ ଟେଷ୍ଟରେ ୧୮୬ ରନର ବଡ଼ ଇନିଂସ ଖେଳିଥିଲେ। ଦୀର୍ଘ ୧୨୦୫ ଦିନ ପରେ କୋହଲିଙ୍କ ବ୍ୟାଟରୁ ଟେଷ୍ଟ କ୍ରିକେଟରେ ଶତକ ଦେଖିବାକୁ ମିଳିଥିଲା। ଏବେ କୋହଲି ଉକ୍ତ ଶତକ ଯୋଗୁ ରାଙ୍କିଙ୍ଗର ୧୩ତମ ସ୍ଥାନ ଦଖଲ କରିଛନ୍ତି । ଋଷଭ ପନ୍ତ ରାଙ୍କିଙ୍ଗର ୯ନଂ ସ୍ଥାନରେ ଓ ଅଧିନାୟକ ରୋହିତ ଶର୍ମା ୧୦ମ ସ୍ଥାନରେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/R_Ashwin_1678887844.jpg)