OCA Election
ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ । ସେହିପରି ଭାବେ ସାଧାରଣ ସଂପାଦକ ହେଲେ ସଂଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଓସିଏ ନିର୍ବାଚନ ପାଇଁ ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ଜଣ ସଦସ୍ୟ ନାମାଙ୍କନ ଦାଖଲ କରିଥିଲେ । ସଭାପତି ପାଇଁ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପାଇଁ ସଂଜୟ ବେହେରା ଓ କୋଷାଧ୍ୟକ୍ଷ ପାଇଁ ବିକାଶ ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ ।
ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ଭାବେ ନାମାଙ୍କନ ଦାଖଲ କରିବା ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି କହିଛି, ଖେଳରେ ମଧ୍ୟ ରାଜ୍ୟ ସରକାର ମୁଣ୍ଡ ପୂରେଇବା ଆରମ୍ଭ କରିଛନ୍ତି । ଖେଳ ଜଗତକୁ ଧ୍ୱଂସ କରିବାକୁ ଯୋଜନା କରୁଛନ୍ତି । ଜବାବରେ ବିଜେଡି କହିଛି, ଓସିଏ ପୂର୍ବରୁ ମଧ୍ୟ ରାଜନୈତିକ ଲୋକଙ୍କ ହାତକୁ ଯାଇଛି । ତେଣୁ ରାଜନୈତିକ ବ୍ୟକ୍ତିଙ୍କ ହାତକୁ ଯିବା ଅର୍ଥ ରାଜନୀତି କରିବା ନୁହେଁ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665544725.jpg)