ପିଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ର ନୂଆ ସଭାପତି

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି।

PT Usha

କୀମ୍ବଦନ୍ତୀ ଆଥଲେଟ୍ ତଥା ଅଲିମ୍ପିଆନ ପିଟି ଉଷା ହେଲେ IOA ସଭାପତି । ପିଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସଭାପତି ଭାବେ ନିର୍ଦ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଅଲିମ୍ପିଆନ ଭାବେ ସେ IOA ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସର ୪୦୦ ମିଟର ହଡଲ୍ସରେ ଅଳ୍ପକେ ପଦକ ହରାଇଥିଲେ ପିଟି ଉଷା । ମାତ୍ର ୧ ସେକେଣ୍ଡ ପାଇଁ ପିଟି ଉଷା ପଦକ ଜିତି ପାରି ନ ଥିଲେ । କିନ୍ତୁ ତାଙ୍କ ୫୫ ଦଶମିକ ୪୨ ସେକେଣ୍ଡର ଟାଇମିଂ ଏବେ ବି ଜାତୀୟ ରେକର୍ଡ ହୋଇ ରହିଛି ।

ଏସୀୟ କ୍ରୀଡ଼ାରେ ୪ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଜିତି ଇତିହାସ ରଚିଥିଲେ ଭାରତର ଏହି ଦୌଡ଼ରାଣୀ ପିଟି ଉଷା । IOA ସଭାପତି ନିର୍ବାଚିତ ହେବା ପରେ ପୂର୍ବତନ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ବର୍ତ୍ତମାନର ଆଇନ୍ ମନ୍ତ୍ରୀ କିରଣ ରିଜୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

ଏହାପୂର୍ବରୁ ପିଟି ଉଷା ଆଇଏଓ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଥିବା କହିଥିଲେ। ତାଙ୍କୁ ସମସ୍ତ ଆଥେଲଟ ଓ ନ୍ୟାସନାଲ ଫେଡରେସନ ସମର୍ଥନ କରୁଥିବା ମଧ୍ୟ ସେ ସୂଚନା ଦେଇଥିଲେ। ଏବେ ସର୍ବସମ୍ମତିକ୍ରମେ ପିଟି ଉଷା ଆଇଓଏ ସଭାପତି ହୋଇଛନ୍ତି।