Advertisment

ସ୍କୁଲ୍‌ ସ୍ତରରୁ ହକି ପାଇଁ ଟ୍ରେନିଂ ନେବେ ଛାତ୍ରଛାତ୍ରୀ, ଖୋଲିବ ‘ମୋ ସ୍କୁଲ୍‌ ହକି କ୍ଲବ୍‌’

ସ୍କୁଲ୍‌ରେ ଖୋଲିବ ‘ମୋ ସ୍କୁଲ୍‌ ହକି କ୍ଲବ୍‌’ । ସ୍କୁଲ୍‌ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ହକି ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଯୋଜନା କରାଯାଉଛି।

Odisha Government to launch hockey clubs in schools

Odisha Government to launch hockey clubs in schools

Advertisment

ସ୍କୁଲ୍‌ରେ ଖୋଲିବ ‘ମୋ ସ୍କୁଲ୍‌ ହକି କ୍ଲବ୍‌’ । ସ୍କୁଲ୍‌ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ହକି ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଯୋଜନା କରାଯାଉଛି। କ୍ରୀଡା ବିଭାଗ, ଓଡ଼ିଶା ହକି ପ୍ରମୋସନ କାଉନସିଲ୍‌ ଓ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା ମିଳିତ ଭାବେ ଏଭଳି ଯୋଜନା କରୁଥିବା ସୂଚନା ମିଳିଛି।

Advertisment

ପ୍ରାଥମିକ ଭାବେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଥିବା  ସ୍କୁଲ୍‌ରେ ‘ମୋ ସ୍କୁଲ୍‌ ହକି କ୍ଲବ୍‌’ ଖୋଲିବ। ପରେ ଏହାକୁ ଅନ୍ୟ ସ୍କୁଲ୍‌ରେ କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା କରାଯାଇଛି।

ସୂଚନା ଅନୁସାରେ, ସ୍କୁଲ୍‌ରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ୨ଟି ହକି ୱିଙ୍ଗସ୍‌ ଖୋଲିବ। ଗୋଟିଏ ୱିଙ୍ଗ୍‌ରେ ୨୪ରୁ ୩୦ଜଣ ପିଲା ରହିବେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ କ୍ୟାପଟେନ ଓ ଆଉ ଜଣଙ୍କୁ ଭାଇସ୍‌ କ୍ୟାପଟେନ ଭାବେ ବଛା ଯିବ।

Advertisment

ଏହାସହ ହକି ପାଇଁ ଜଣେ ଲେଖାଏ ହକି ପିଇଟି ମଧ୍ୟ ନିଯୁକ୍ତି ହେବେ। ଏଥିପାଇଁ ଆବଶ୍ୟକ କିଟ୍‌ ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଦେବେ। ପ୍ରତି ଶନିବାର ସ୍କୁଲ୍‌ରେ ହକି ଖେଳ ହେବ। 

Odisha Government Schools Hockey Mo School Hockey Club
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ