ଭାରତ-ନ୍ୟୁଜିଲାଣ୍ତ ୱାନଡେ ଟକ୍କର: ଟିମ୍‌ ଇଣ୍ତିଆର ବ୍ୟାଟିଂ

ଟି-ଟ୍ୱେଣ୍ଟି ସିରିଜ୍‌ର ବଦଲା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ।

IND vs NZ

ଅକ୍‌ଲାଣ୍ଡରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏକଦିବସୀୟ କ୍ରିକେଟ ଟକ୍କର । ଭାରତ ପ୍ରଥମେ ବ୍ୟାଟିଂ କରୁଛି । ନ୍ୟୁଜିଲାଣ୍ଡ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ।  

ଟି-ଟ୍ୱେଣ୍ଟି ସିରିଜ୍ ୧-୦ରେ ଜିତିବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି । ତେଣୁ ଏକଦିବସୀୟ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି ମ୍ୟାନ ଇନ୍ ବ୍ଲୁ ।

ସେପଟେ ଟି-ଟ୍ୱେଣ୍ଟି ସିରିଜ୍‌ର ବଦଲା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ । ଏଥର ଏକଦିବସୀୟ ସିରିଜ୍ ସଜହରେ ଛାଡ଼ିବା ଲକ୍ଷ୍ୟରେ ନାହିଁ ଘରୋଇ ଦଳ । ଏହି ଏକଦିବସୀୟ ସିରିଜ୍‌ରେ ମୋଟ ୩ଟି ମ୍ୟାଚ ଖେଳାଯିବ । ICC ଏକଦିବସୀୟ ରାଙ୍କିରେ ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଦୁଇ ଦଳ ପରସ୍ପର ବିରୋଧରେ ୧୦୫ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି । ସେଥିରୁ ସେଥିମଧ୍ୟର ଭାରତ ୫୫ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୪୯ ମ୍ୟାଚରେ ବିଜୟୀ ହୋଇଛି ।

ଦିନିକିଆ ଫର୍ମାଟରେ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି ଅର୍ଶଦୀପ ଓ ଯୁବା ଫାଷ୍ଟ ବୋଲର୍‌ ଉମ୍ରାନ ମଲ୍ଲିକ । ତେବେ ବ୍ୟାଟିଂ ଅର୍ଡର୍‌ରେ ଶିଖର ଧାୱନ, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ ରହିଛନ୍ତି ।