କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ବେଳେ ଗଣ୍ଡଗୋଳ; ନେପାଳ-ବାଂଲାଦେଶ ଖେଳାଳି ମୁହାଁମୁହିଁ

ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁଥ ମରାମତି, ଠେଲାପେଲା ଓ ଧସ୍ତାଧସ୍ତି।

Nepal vs Bangladesh Match

ଫୁଟ୍‌ବଲ ମ୍ୟାଚ୍ ବେଳେ ଦୁଇ ଦେଶର ଖେଳାଳି ମୁହାଁମୁହିଁ । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଠେଲାପେଲା-ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଥିଲା । ନେପାଳ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଖେଳାଳିଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ଧସ୍ତାଧସ୍ତି ଏବଂ ମୁଥ ମରାମରି ପର୍ଯ୍ୟନ୍ତ କଥା ଯାଇଥିଲା ।

ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ କିଛି ସମୟ ପାଇଁ ମ୍ୟାଚ୍ ସ୍ଥଗିତ ରହିଥିଲା । ଉତ୍ତେଜନା କମିବା ପରେ ମ୍ୟାଚ୍ ରେଫରି ଉଭୟ ପକ୍ଷର ଦୁଇ ଖେଳାଳିଙ୍କୁ ରେଡ୍ କାର୍ଡ ଦେଖାଇଥିଲେ । ସେପଟେ ଗ୍ରାଉଣ୍ଡରେ ଏଭଳି ସ୍ଥିତି ଦେଖି ଉପସ୍ଥିତ ଦର୍ଶକ ବି ହତବାକ ହୋଇଯାଇଥିଲେ । 

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ୨୦ ବର୍ଷ ବୟସରୁ କମ୍ ସାଫ୍ ପ୍ରତିଯୋଗିତାରେ ଏଭଳି ଅଭାବନୀୟ ସ୍ଥିତି ସମସ୍ତଙ୍କୁ ହତବାକ୍ କରିଛି। ଗତ ୨୫ ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହୋଇଛି। ଆସନ୍ତା ୫ ତାରିଖରେ ଫାଇନାଲ ମ୍ୟାଚ୍ ରହିଛି। ଆଜି ଲିଗ୍ ପ୍ରର୍ଯ୍ୟାୟର ଶେଷ ମ୍ୟାଚ ଖେଳାଯାଉଥିବା ବେଳେ ଏହି ଘଟଣା ଘଟିଛି। ମ୍ୟାଚ୍‌ରେ ରେଡ୍‌ କାର୍ଡ ପାଇଥିବା ଖେଳାଳି ଫାଇନାଲ ମ୍ୟାଚ୍‌ରୁ ବାସନ୍ଦ ରହିବେ ବୋଲି ଜଣାପଡ଼ିଛି ।