ଓଡ଼ିଆ ଝିଅଙ୍କ କମାଲ, ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଣିଲେ ସ୍ୱର୍ଣ୍ଣ

ଓଡ଼ିଶାର ଏହି ପ୍ରତିଭାଶାଳୀ ଖେଳାଳିମାନେ ଜାତୀୟସ୍ତରରେ ମେଡ଼ାଲ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

Malabika & Sarojini

ଚଳିତ ମାସ ୧୮ରୁ ୨୨ ତାରଖ ପର୍ଯ୍ୟନ୍ତ କେରଳର ତିରୁଭନନ୍ତପୁରମ୍‌ର ଚନ୍ଦ୍ରଶେଖରନ୍‌ ନାଏର୍‌ ଷ୍ଟାଡ଼ିୟମ୍‌ରେ ଆୟୋଜିତ ହୋଇଥିଲା ଚତୁର୍ଥ ଜାତୀୟ ସ୍ତରୀୟ ମାଷ୍ଟର କ୍ରାଡ଼ା । ସମସ୍ତ ରାଜ୍ୟର କ୍ରୀଡ଼ାବିତ୍‌ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଦୁଇ ଓଡ଼ିଆ ଝିଅ ମାଳବିକା ଓ ସରୋଜିନୀ ଖୁବ୍‌ ଭଲ ପ୍ରଦର୍ଶନ କରିବା ସହ ରାଜ୍ୟ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଓଡ଼ିଶାର ଶ୍ରୀମତୀ ମାଳବିକା ମିଶ୍ର ଯିଏକି ଓମଫେଡ୍‌ରେ କାର୍ଯ୍ୟ କରନ୍ତି, ପ୍ରତିଯୋଗିତାରେ ୪୦ + ବର୍ଗର ୪୦୦ ମିଟର ବାଧାଦୌଡ଼ରେ ରୌପ୍ୟ ପଦକ ଜିତିଥିବା ବେଳେ ୪୦୦ ମିଟର ରିଲେ ରେସ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସେହିପରି ପୂର୍ବତଟ ରେଲୱେରେ କାର୍ଯ୍ୟ କରୁଥିବା ଶ୍ରୀମତି ଏ. ସରୋଜିନୀ ମଧ୍ୟ ଏହି ପ୍ରତିଯୋଗିତାରେ ୨ ଟି ସ୍ୱର୍ଣ୍ଣ ପଦକ ଓ ୧ ଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ୮୦ ମିଟର ବାଧାଦୌଡ଼ରେ ଓ ୪୦୦ ମିଟର ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୪୦+ ବର୍ଗର ଟ୍ରିପଲ୍‌ ଜମ୍ପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ଓଡ଼ିଶାର ଏହି ପ୍ରତିଭାଶାଳୀ ଖେଳାଳିମାନେ ଜାତୀୟସ୍ତରରେ ମେଡ଼ାଲ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।