Advertisment

କ୍ରିକେଟ୍ ପରି ବଲିଉଡ୍‌ରେ ଜଲୱା ଦେଖାଇବେ ମାହି

ଟିମ୍ ଇଣ୍ତିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଫିଲ୍ମ ଦୁନିଆରେ ଡେବ୍ୟୁ କରୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଯୋଦ୍ଧା ଭୂମିକାରେ ନଜର ଆସିବେ ଧୋନି । ସାଇନ୍ସ ଫିକ୍ସନ୍ ଫିଲ୍ମ ଅଥର୍ବରେ ଧୋନିଙ୍କୁ ହିରୋ ଭୂମିକାରେ ଦେଖିବାକୁ ମିଳିବ । ଆଭେଞ୍ଜର୍ସ ଭଳି ଏଥିରେ ବି ସୁପର ହିରୋ ଅଥର୍ବ ଚରିତ୍ରରେ ଧୋନିଙ୍କୁ ଦେଖିପାରିବେ ଦର୍ଶକ ।

MS Dhoni New Movie

MS Dhoni New Movie

Advertisment

ହିରୋ ହେବେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ । ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଧୋନୀଙ୍କ ଅଭିନୀତ ୱେବ୍ ସିରିଜ୍ ଆସିବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଧୋନୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି, ଏବେ ଅଭିନୟ ଦୁନିଆକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଧୋନୀଙ୍କ ଅଭିନୀତ 3D ଫିଲ୍ମ ଅଥର୍ବର ଟିଜର୍ ରିଲିଜ ହେବା ପରେ ଏହା ସୋସିଆଲ ମିଡିଆରେ ଏହା ଦର୍ଶକଙ୍କ ପ୍ରଶଂସା ସାଉଁଟିଛି।

Advertisment

ଟିମ୍ ଇଣ୍ତିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଫିଲ୍ମ ଦୁନିଆରେ ଡେବ୍ୟୁ କରୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଯୋଦ୍ଧା ଭୂମିକାରେ ନଜର ଆସିବେ ଧୋନି । ସାଇନ୍ସ ଫିକ୍ସନ୍ ଫିଲ୍ମ ଅଥର୍ବରେ ଧୋନିଙ୍କୁ ହିରୋ ଭୂମିକାରେ ଦେଖିବାକୁ ମିଳିବ । ଆଭେଞ୍ଜର୍ସ ଭଳି ଏଥିରେ ବି ସୁପର ହିରୋ ଅଥର୍ବ ଚରିତ୍ରରେ ଧୋନିଙ୍କୁ ଦେଖିପାରିବେ ଦର୍ଶକ । ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ 3Dରେ ପ୍ରସ୍ତୁତ ହେଉଛି । ଏଥିରେ ଗ୍ରାଫିକ୍ସରେ ଜବରଦସ୍ତ ଆକ୍ସନ୍ ମଧ୍ୟ ରହିଛି ।

ଟି. ରମେଶଙ୍କ ଚର୍ଚ୍ଚିତ ନୋଭେଲ୍ ଅଥର୍ବ ଉପରେ ଏହାର କାହାଣୀ ଆଧାରିତ ବୋଲି ଶୁଣିବାକୁ ମିଳିଛି । ବର୍ତ୍ତମାନ ଏହାକୁ ୱେବ୍ ସିରିଜ୍ ଭାବେ ପ୍ରସ୍ତୁତ କରିବାକୁ ଯୋଜନା ରଖାଯାଇଛି । ତାପୂର୍ବରୁ ରିଲିଜ୍ ହୋଇଥିବା ଅଥର୍ବର ଟିଜର୍ ଏବେ ସୋସିଆଲ ମିଡିଆରେ ବେଶ ପ୍ରଂଶସା ସାଉଁଟୁଛି । ଏହି ଟିଜର୍‌ରେ ଧୋନୀ ପିଶାଚ ସୈନ୍ୟଙ୍କ ସହ ଲଢୁଥିବାର ଦେଖିବାକୁ ମିଳିଛି।

Advertisment

ଏହି ୱେବ୍ ସିରିଜ୍‌ର ଆଗାମୀ ଅଧ୍ୟାୟ ଗୁଡିକ ଧୋନି ଏଣ୍ଟରଟେନମେଣ୍ଟ ମିଡିଆ କମ୍ପାନୀ ଦ୍ୱାରା ରିଲିଜ୍ ହେବ, ଯାହାକି ୨୦୧୯ ରେ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ସି ସିଂ ଧୋନିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲେ। ଧୋନୀ ବର୍ତ୍ତମାନ ନିଜ ଆଇପିଏଲ ଟିମ୍‌ର ସ୍କାଡ ଗଠନ ନେଇ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳିଛି ।

MS Dhoni New Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ