Advertisment

ହାର୍‌ ମାନି ନଥିଲେ... ଆହତ ହୋଇ ବି ଆଣ୍ଠୁରେ ପଟି ବାନ୍ଧି ମ୍ୟାଚ୍‌ ଖେଳୁଥିଲେ ଧୋନି, ଭାଇରାଲ୍‌ ହେଉଛି ଭିଡିଓ

ଧୋନି ଚଳିତ ଆଇପିଏଲ୍‌ ସିଜନ୍‌ରେ ଆଣ୍ଠୁରେ ପଟି ବାନ୍ଧି ମ୍ୟାଚ୍‌ ଖେଳୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ତାଙ୍କର ୱିକେଟ୍‌କିପିଂରେ କୌଣସି ତ୍ରୁଟି ନଥିଲା, କିନ୍ତୁ ବ୍ୟାଟିଂ ବେଳେ ଦୌଡ଼ିକି ରନ୍‌ ସଂଗ୍ରହ ବେଳେ ସାମାନ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
MS Dhoni Strapping His Knee During IPL 2023 Video Goes Viral

MS Dhoni Strapping His Knee During IPL 2023 Video Goes Viral

Advertisment

ଚେନ୍ନାଇ ସୁପର୍‌ କିଙ୍ଗସ୍‌(Chennai Super Kings) କ୍ୟାପଟେନ୍‌ ଏମ୍‌ଏସ୍‌ ଧୋନି (MS Dhoni)ଙ୍କ ବାମ ଆଣ୍ଠୁରେ ସମସ୍ୟା ସୃଷ୍ଟି ହୋଇଛି। ଏହାସତ୍ତ୍ୱେ ମଧ୍ୟ ସେ ଆପିଇଏଲର ୧୬ତମ ସଂସ୍କରଣ ଖେଳିଥିଲେ ଓ ଟିମ୍‌କୁ ଜିତାଇଥିଲେ। ଏବେ ସେ ନିଜର ଚିକିତ୍ସା ସମ୍ପର୍କରେ ମୁମ୍ବାଇରେ ‘ସ୍ପୋର୍ଟସ୍‌ ଅର୍ଥୋପେଡିକ୍‌’ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ। ପ୍ରାଞ୍ଚାଇଜ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କାଶୀ ବିଶ୍ୱନାଥନ(CSK CEO Kasi Viswanathan) ଏନେଇ ବୁଧବାର ଦିନ ସୂଚନା ଦେଇଛନ୍ତି।

Advertisment

ଧୋନି ଚଳିତ ଆଇପିଏଲ୍‌ ସିଜନ୍‌(IPL 2023)ରେ ଆଣ୍ଠୁରେ ପଟି ବାନ୍ଧି ମ୍ୟାଚ୍‌ ଖେଳୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ତାଙ୍କର ୱିକେଟ୍‌କିପିଂରେ କୌଣସି ତ୍ରୁଟି ନଥିଲା, କିନ୍ତୁ ବ୍ୟାଟିଂ ବେଳେ ଦୌଡ଼ିକି ରନ୍‌ ସଂଗ୍ରହ ବେଳେ ସାମାନ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଥିଲା। ତଥାପି ସେ ମ୍ୟାଚ୍‌ ଖେଳିଥିଲେ। ବିଶ୍ୱନାଥନ କହିଛନ୍ତି, ‘ହଁ, ଏହା ସତ ଯେ ଧୋନି ତାଙ୍କ ବାମ ଆଣ୍ଠୁ ସମସ୍ୟା ପାଇଁ ଚିକିତ୍ସକଙ୍କ ସହାୟତା ନେବେ ଓ ସେହି ଅନୁସାରେ ସେ ପରବର୍ତ୍ତୀ ନିଷ୍ପତ୍ତି ନେବେ।’

Advertisment

‘ଯଦି ଡାକ୍ତର ସର୍ଜରୀ ପାଇଁ କୁହନ୍ତି, ତେବେ ଏହା ମଧ୍ୟ କରାଯିବ। ତେବେ ସବୁ କିଛି ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ। ଏ ସମ୍ପର୍କରେ ଧୋନି ନିଜେ ହିଁ ସବୁ ନିଷ୍ପତ୍ତି ନେବେ’ ବୋଲି ବିଶ୍ୱନାଥନ କହିଛନ୍ତି। ଆସନ୍ତା ସଂସ୍କରଣରେ ନଖେଳିବା ପାଇଁ ଧୋନି କିଛି ନିଷ୍ପତ୍ତି ନେବାର ସମ୍ଭାବନା ଅଛି କି ? ଏନେଇ ବିଶ୍ୱନାଥନ କହିଛନ୍ତି, ‘ସତକଥା ହେଲା, ଆମେ ଏଯାଏ ଏସମ୍ପର୍କରେ କିଛି ଚିନ୍ତା କରିନୁ। କାରଣ ଆମେ ଏବେ ସେହି ସ୍ତରରେ ପହଞ୍ଚି ନାହୁଁ। ଏସବୁ କିଛି ଧୋନିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।’

ଆପିଇଏଲ୍‌ରେ ୫ମ ଥର ପାଇଁ ଟ୍ରଫି ଜିତିବା ପରେ ପ୍ରାଞ୍ଚାଇଜ୍‌ ମାଲିକ ଏନ୍‌ ଶ୍ରୀନିବାସନଙ୍କ ସମ୍ବୋଧନ ଓ ଟିମ୍‌ କୌଣସି ସେଲିବ୍ରେସନ୍‌ ପାଇଁ ଯୋଜନା ଅଛି କି ପ୍ରଶ୍ନର ଉତ୍ତର ମଧ୍ୟ ବିଶ୍ୱନାଥନ ରଖିଛନ୍ତି। ସେ କହିଛନ୍ତି, ‘ସଫଳତାକୁ ନେଇ ଶ୍ରୀନିବାସନ ବହୁତ ଖୁସି ଅଛନ୍ତି। କିନ୍ତୁ କୌଣସି ସେଲିବ୍ରେସନ ହେବ ନାହିଁ। ଖେଳାଳିମାନେ ଅହମଦବାଦରୁ ନିଜ ନିଜ ଲକ୍ଷ୍ୟ ସ୍ଥଳକୁ ଚାଲି ଯାଇଛନ୍ତି। ଯଦି ଆପଣ CSKକୁ ଭଲ ଭାବେ ଦେଖିଥିବେ, ତା’ହେଲେ ଆମେ କୌଣସି ବଡ଼ ସେଲିବ୍ରେସନ କରି ନଥାଉ’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ