Advertisment

ଅଶ୍ୱିନଙ୍କ ରେକର୍ଡ ପଛରେ ତାଙ୍କ ମାଆଙ୍କ ହାତ; କହୁ କହୁ କାନ୍ଦି ପକାଇଲେ..

ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍‌ର ତୃତୀୟ ଟେଷ୍ଟର ଅଧାରୁ ମେଡିକାଲ ଏମରଜେନ୍ସି କାରଣରୁ ଟିମ୍‌ରୁ ବାଦ ପଡ଼ିଥିଲେ। ତେବେ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁ ସେ ମ୍ୟାଚ୍‌ ଅଧାରୁ ପଳାଇଥିଲେ। ମାଆଙ୍କ ଗୋଟିଏ କଥା ତାଙ୍କୁ ପୁଣି ଫିଲ୍ଡକୁ ଟାଣି ଆଣିଥିଲା।

ଅଦ୍ୟତନ ହୋଇଛି
Ravichandran Ashwin

Ravichandran Ashwin

Advertisment

ରାଜକୋଟ୍‌ ଟେଷ୍ଟ ମଝିରୁ ମାଆଙ୍କ ସ୍ୱାସ୍ଥାବସ୍ଥା ଖରାପ ଥିବାରୁ ଚେନ୍ନାଇ ପଳାଇଥିଲେ ଅଶ୍ୱିନ। କିନ୍ତୁ ତା’ପରଦିନ ପୁଣି ଫେରି ଆସିଥିଲେ। ଯାହାକି ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଥିଲା। ଏହା ପଛର କାରଣ କହିଛନ୍ତି ଅଶ୍ୱିନ। ଯାହାକି ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ପୁଅର ସଫଳତା ପାଇଁ ମାଆର ଅବଦାନ କେତେ ଏଥିରୁ ସ୍ପଷ୍ଟ ଜଣାପଡୁଛି। ମାଆଙ୍କ ଗୋଟିଏ କଥା ତାଙ୍କୁ ପୁଣି ଫିଲ୍ଡକୁ ଟାଣି ଆଣିଥିଲା।

Advertisment

ଅଶ୍ୱିନ କହିଛନ୍ତି, ଯେତେବେଳେ ସେ ମେଡିକାଲ ପହଞ୍ଚିଲେ, ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ମାଆ ଅଶ୍ୱିନଙ୍କୁ ଦେଖିବା ମାତ୍ରେ ବେଶ୍‌ ଚିନ୍ତିତ ହେଲେ। କହିଲେ, ‘ତମେ କାହିଁକି ଆସିଛ। ତମକୁ ପୁଣି ଫେରିଯିବାକୁ ହେବ। ଟେଷ୍ଟ ମ୍ୟାଚ୍‌ ଚାଲୁ ରହିଛି ଆଉ ଏହା ତୁମ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ’।

ଅଧିକ ପଢ଼ନ୍ତୁ: ନିର୍ବାଚନ ଲଢିବେନି ଗୌତମ ଗମ୍ଭୀର... ସକ୍ରିୟ ରାଜନୀତିରୁ ନେବେ ସନ୍ନ୍ୟାସ !

Advertisment

ଅଶ୍ୱିନଙ୍କ କହିବାନୁଯାୟୀ, ସେତେବେଳେ ସେ ନିଜ ୧୦୦ତମ ଟେଷ୍ଟର ନିକଟତର ଥିଲେ। ତାଙ୍କ ମାଆଙ୍କ ପାଇଁ ସେ ମ୍ୟାଚ୍‌କୁ ଫେରି ପାରିଥିଲେ। ତାଙ୍କର ସଫଳତା ପଛରେ ପିତାମାତାଙ୍କ ମୁଖ୍ୟ ଭୂମିକା ରହିଛି। ଅଶ୍ୱିନଙ୍କ ସ୍ୱପ୍ନ ପୂରଣ ପାଇଁ ତାଙ୍କ ମାତା କେତେ ଚିନ୍ତିତ ଏଥିରୁ ସ୍ପଷ୍ଟ ବାରି ହେଉଛି। ସେ ଆହୁରି କହିଛନ୍ତି, ତାଙ୍କର ପ୍ରତିଟି ସଫଳତା ପଛରେ ପରିବାରର ବଡ଼ ହାତ ରହିଛି। ତାଙ୍କ ବିନା ଏହି ଯାତ୍ରା ବେଶ୍ କଷ୍ଟକର ହୋଇଥାନ୍ତା। ଜୀବନର ଉଥାନ୍ନ ପତନରେ ତାଙ୍କ ପରିବାର ଢ଼ାଲ ପରି ଛିଡ଼ା ହୋଇ ରହିଛି। ଏହା କହି ଅଶ୍ୱିନ ଭାବବିହ୍ୱଳ ହୋଇ ପଡ଼ିଥିଲେ।

ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ୍‌ ଖେଳୁଛନ୍ତି ଟିମ୍‌ ଇଣ୍ତିଆରେ ଷ୍ଟାର କ୍ରିକେଟର୍‌ ରବିଚନ୍ଦ୍ରନ ଅଶ୍ୱିନ।  ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ନେଇଛନ୍ତି। ପୂର୍ବରୁ ଏହି ରେକର୍ଡ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କ ନାଁରେ ଥିଲା। କୁମ୍ବଲେ ୧୦୫ ମ୍ୟାଚ୍‌ରେ ୫୦୦ ୱିକେଟ ନେଇଥିଲେ। କିନ୍ତୁ ଅଶ୍ୱିନ ୯୭ଟି ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ତେବେ ବିଶ୍ୱର ଦ୍ରୁତତମ ୫୦୦ ୱିକେଟ ଦଖଲକାରୀ କ୍ରିକେଟରଙ୍କ ମଧ୍ୟରେ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଉପରେ ଶ୍ରୀଲଙ୍କାର ମୁଥିଆ ମୁରଲୀଧନର ରହିଛନ୍ତି। ସେ ମାତ୍ର ୮୭ଟି ମ୍ୟାଚ୍‌ରେ ୫୦୦ ୱିକେଟ ଦଖଲ କରିଥିଲେ।

Advertisment

ଏମାନଙ୍କ ବ୍ୟତୀତ ଶେନ ୱାର୍ଣ୍ଣ (୧୦୮ ମ୍ୟାଚ), ଗ୍ଲେନ ମ୍ୟାଗ୍ରାଥ(୧୧୦ ମ୍ୟାଚ୍‌), ୱାଲଶ(୧୨୯ ମ୍ୟାଚ୍‌), ଜେମ୍ସ ଆଣ୍ଡରସନ(୧୨୯ ମ୍ୟାଚ୍‌), ଷ୍ଟୁଆର୍ଟ ବ୍ରଡ(୧୪୦ ମ୍ୟାଚ୍‌) ମଧ୍ୟ ଦ୍ରୁତତମ ବୋଲର ଭାବେ ୫୦୦ ୱିକେଟ ଟେଷ୍ଟ କ୍ରିକେଟରେ ଦଖଲ କରିଛନ୍ତି।

Ind Vs Eng India Vs England Ravichandran Ashwin Ind Vs Eng Test Series
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ