Advertisment

ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ଭ୍ୟାଲି, ଖର୍ଚ୍ଚ ହେବ ହଜାରେ କୋଟିରୁ ଅଧିକ ଟଙ୍କା

ରାଜଧାନୀରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରିବେ ମୋହନ ସରକାର। ଭୁବନେଶ୍ବର ଗୋଠପାଟଣାରେ ଦେଢ଼ ଶହ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ମେଗା ସ୍ପୋର୍ଟସ ଭ୍ୟାଲି।

ଅଦ୍ୟତନ ହୋଇଛି
undefined

Sports Valley

Advertisment

ଓଡ଼ିଶା ଦେଖିବ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି । ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ହେବ ସ୍ପୋର୍ଟ୍ସ ଭ୍ୟାଲି ବା ଫିଟନେସ୍ ଭ୍ୟାଲି । ଯେଉଁଥିରେ ସ୍ଥାନ ପାଇବ ଆଖି ଝଲସିଲା ଭଳି ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି । ସାଇକିଲିଂ ପାଇଁ ଇଣ୍ଡୋର ଭେଲୋଡ୍ରମ୍, ଆଂପି ଥିଏଟର୍, ୫ କିଲୋମିଟରର ଫିଟନେସ ଟ୍ରାକ୍, ତୀରନ୍ଦାଜୀ ଷ୍ଟାଡିୟମ୍ ସହ ବିିଭିନ୍ନ କ୍ରୀଡ଼ା ବର୍ଗର ହାଇପରଫରମାନ୍ସ ସେଣ୍ଟର । କଳିଙ୍ଗ ଷ୍ଟାଡିୟମଠାରୁ ବଡ଼ ଏବଂ ଆକର୍ଷଣୀୟ ହେବ ଏହି ସ୍ପୋର୍ଟସ ଭ୍ୟାଲି । ଆସନ୍ତା ସେପଟେମ୍ବର ୧୭ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ ଏହାର ଭୂମି ପୂଜନ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Advertisment

ଏପଟେ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତ ବ୍ୟାଡ଼ମିଣ୍ଟନ ଏକାଡେମୀ ଦା' ସଟଲ । ଅର୍ଦ୍ଧ ଗୋଲାକାରର ଏହି କୋଠାଟି ଉଡ଼ନ୍ତା ସଟଲ ଭଳି ଦେଖାଯାଉଛି । ଭିତରେ ରହିଛି ଖେଳିବା ପାଇଁ ୮ଟି କୋର୍ଟ ଏବଂ ୫ଶହ କ୍ଷମତା ବିଶିଷ୍ଟ ଦର୍ଶକ ଗ୍ୟାଲେରୀ । ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ୮୦ ଜଣିଆ ହଷ୍ଟେଲ ବ୍ୟବସ୍ଥା ସହ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି । ୪ ଏକର ଜମିରେ ଶହେ କୋଟି ଟଙ୍କା ବ୍ୟୟରେ ଡାଲମିୟା ଭାରତ ତା’ର CSR ଫଣ୍ଡରେ ଏହି ଷ୍ଟାଡିୟମର ନିର୍ମାଣ କରିଛି। 

ଏଥର ରାଜ୍ୟ ବଜେଟରେ ମୋହନ ସରକାର କ୍ରୀଡ଼ା ଭିତ୍ତିଭୂମି ପାଇଁ ୧୩ ଶହ ୧୫କୋଟିର ବ୍ୟୟବରାଦ କରିଛନ୍ତି । କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ରୀଡା ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୯୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Advertisment

Kalinga Stadium Suryabanshi Suraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ