Advertisment

ଜୟସ୍ୱାଲଙ୍କ ଡବଲ୍‌ ଟନ୍‌; ଇଂଲଣ୍ତକୁ ୫୫୭ ରନ୍‌ର ଟାର୍ଗେଟ୍‌

ରାଜକୋଟ୍‌ରେ ଟିମ୍‌ ଇଣ୍ତିଆର ଧମାକା। ଦମଦାର ବ୍ୟାଟିଂ ବଳରେ ଇଂଲଣ୍ତ ଆଗରେ ଠିଆ କରିଛି ବିଶାଳ ସ୍କୋର।

Yashasvi Jaiswal

Yashasvi Jaiswal

Advertisment

ଇଂଲଣ୍ତକୁ ଟିମ୍‌ ଇଣ୍ତିଆର ବିଶାଳ ଟାର୍ଗେଟ। ଦ୍ୱିତୀୟ ଇନିଂସରେ ଭାରତ ଦମଦାର ବ୍ୟାଟିଂ କରି ଇଂଲଣ୍ତକୁ ୫୫୭ ରନ୍‌ର ଟାର୍ଗେଟ ଦେଇଛି। ୪୩୦ ରନ୍‌ରେ ଭାରତ ଦ୍ୱିତୀୟ ଇନିଂସ ପାଳି ଘୋଷଣା କରିଛି। ମାତ୍ର ୩ ୱିକେଟ୍‌ରେ ଭାରତ ୪୩୦ ରନ୍‌ ହାସଲ କରିଛି। ଯେଉଁଥିରେ ଯଶସ୍ୱୀ ଜୟସ୍ୱାଲଙ୍କ ଡବଲ୍‌ ସେଞ୍ଚୁରୀ ସାମିଲ ଅଛି। ଏହାଛଡ଼ା ଗିଲ୍‌ ଓ ସର୍ଫରାଜ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment

ରାଜକୋଟ୍‌ରେ ଟିମ୍‌ ଇଣ୍ତିଆର ଧମାକା। ଦମଦାର ବ୍ୟାଟିଂ ବଳରେ ଇଂଲଣ୍ତ ଆଗରେ ଠିଆ କରିଛି ବିଶାଳ ସ୍କୋର। ଏହି ସିରିଜ୍‌ରେ ଜୟସ୍ୱାଲଙ୍କ ଦ୍ୱିତୀୟ ଦ୍ୱିଶତକ। ଟେଷ୍ଟ ମ୍ୟାଚ୍‌କୁ ଟି-ଟ୍ୱେଣ୍ଟି ଅନ୍ଦାଜରେ ଖେଳିଛନ୍ତି ଟିମ୍‌ ଇଣ୍ତିଆର ଖେଳାଳି। ଇଂଲଣ୍ତ ବୋଲ୍‌ଙ୍କ ଉପରେ ଛକା, ଚୌକା ବର୍ଷା କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌।

ଭାରତ ପ୍ରଥମ ଇନିଂସରେ ୪୩୫ ରନ୍‌ କରିଥିବା ବେଳେ ଜବାବରେ ଇଂଲଣ୍ତ ୩୧୯ ରନ୍‌ କରିଥିଲା। ପ୍ରଥମ ଇନିଂସରେ ରୋହିତ ଓ ଜାଡେଜା ଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ଜୟସ୍ୱାଲଙ୍କ ଦ୍ୱିଶତକ ଓ ଗିଲ୍‌ଙ୍କ ୯୧ ରନ୍‌ ଓ ସର୍ଫରାଜଙ୍କ ଅର୍ଦ୍ଧଶତକ ବଳରେ ଭାରତ ୪୩୦ ରନ୍‌ ସଂଗ୍ରହ କରିଛି। ୨୧୪ ରନ ନଟ୍ ଆଉଟ୍ ଅଛନ୍ତି ଯଶସ୍ୱୀ।

Advertisment

Cricket Ind Vs Eng Test Series Yashasvi Jaiswal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ