Advertisment

ହାଇଦ୍ରାବାଦଠାରୁ ଶୋଚନୀୟ ପରାଜୟ ପରେ କ୍ୟାପ୍ଟେନ ରାହୁଲଙ୍କ ଉପରେ ରାଗିଗଲେ ମାଲିକ..ଭିଡିଓ ଭାଇରାଲ

ଲକ୍ଷ୍ମୌର ପରାଜୟ ପରେ କ୍ୟାପ୍ଟେନ କେ ଏଲ୍‌ ରାହୁଲଙ୍କ ଉପରେ ଦଳର ମାଲିକ ରାଗିଯାଇଥିବା ଦେଖିବାକୁ ମିଳୁଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
KL Rahul

KL Rahul

Advertisment

ଆଇପିଏଲ୍‌ରେ ହେଉଛି ଛକା ଚୌକାର ବର୍ଷା। କ୍ରିକେଟ ଫିଲ୍ଡରେ ତାଣ୍ତବ ରଚୁଛି ସନରାଇଜର୍ସ ହାଇଦ୍ରାବାଦ। ହେଡ୍‌ ଓ ଅଭିଷେକଙ୍କ ବିସ୍ଫୋରକ ବ୍ଯାଟିଂ ବୋଲର୍‌ଙ୍କ ଧଜିଆ ଉଡ଼ାଇଛି। ଦୁହିଁଙ୍କ ଆକ୍ରାମଣାତ୍ମକ ବ୍ୟାଟିଂ ବଳରେ ଗତକାଲି ହାଇଦ୍ରାବାଦ ମାତ୍ର ୯.୪ ଓଭର୍‌ରେ ମ୍ୟାଚ୍‌ ଜିତିଯାଇଥିଲା। ଲକ୍ଷ୍ମୌର ପରାଜୟ ପରେ କ୍ୟାପ୍ଟେନ କେ ଏଲ୍‌ ରାହୁଲଙ୍କ ଉପରେ ଦଳର ମାଲିକ ରାଗିଯାଇଥିବା ଦେଖିବାକୁ ମିଳୁଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଆଇପିଏଲ୍‌ରେ ଐତିହାସିକ ବିଜୟ। ମାତ୍ର ୯ ଓଭର୍‌ ୪ଟି ବଲ୍‌ରେ ମ୍ୟାଚ୍‌ ଜିତିଯାଇଛି ସନରାଇଜର୍ସ ହାଇଦ୍ରାବାଦ। ଲକ୍ଷ୍ନୌର ଅଧିନାୟକ କେ ଏଲ୍‌ ରାହୁଲଙ୍କ ଉପରେ ଏନେଇ ନିରାଶ ଅଛନ୍ତି ମାଲିକ ସଂଜୀବ ଗୋଏଙ୍କା। ଭାଇରାଲ ହେଉଥିବା ଭିଡିଓରେ ମାଲିକ ସଂଜୀବ ଗୋଏଙ୍କା ରାହୁଲଙ୍କୁ ଉପରେ ରାଗିଯାଇଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ରାହୁଲଙ୍କ ଉପରେ ସଂଜୀବ ମ୍ୟାଚ୍‌ ସମ୍ପର୍କୀତ କଥାକୁ ନେଇ ରାଗିକି କଥା ହେଉଥିବା ଦେଖାଯାଇଛି।

ଅଧିକ ପଢ଼ନ୍ତୁ: World Cup 2024: ଅଭିନବ ଉପାୟରେ ଉନ୍ମୋଚିତ ହେଲା ଟିମ୍ ଇଣ୍ତିଆ ଜର୍ସି; ଦେଖନ୍ତୁ ଭିଡିଓ...

Advertisment

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ଲକ୍ଷ୍ମୌ ସୁପରଜାଏଣ୍ଟସ୍‌ର ମାଲିକ ସଂଜୀବ ଗୋଏଙ୍କାଙ୍କୁ ନିନ୍ଦା କରିଛନ୍ତି। କ୍ୟାମେରା ଆଗରେ ସଂଜୀବଙ୍କ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ସମସ୍ତେ କହିଛନ୍ତି। ରାହୁଲଙ୍କ ଫ୍ୟାନ୍ସ ଏହାକୁ ତୀବ୍ର ବିରୋଧ କରିଛନ୍ତି।

Advertisment

ସଂଜୀବ କେବଳ ରାହୁଲଙ୍କ ଉପରେ ନୁହଁ ବରଂ ଟିମ୍‌ର ହେଡ୍‌ କୋଚ୍‌ ଜଷ୍ଟିନ୍‌ ଲାଙ୍ଗରଙ୍କ ଉପରେ ମଧ୍ୟ ବିରକ୍ତ ହେଉଥିବା ଭିଡିଓ କ୍ୟାମେରାରେ କଏଦ ହୋଇଛି। ଏମିତିକି ଏହି ଘଟଣା ଘଟିବା ସମୟରେ କମେଣ୍ଟ୍ରି କରୁଥିବା ପୂର୍ବତନ ଖେଳାଳି ମଧ୍ୟ କହିଥିଲେ, ଯାହା ବି ଆଲୋଚନା ଅଛି, ଡ୍ରେସିଂ ରୁମ୍‌ରେ ହେବା ଭଲ। ଏମିତି ସମସ୍ତଙ୍କ ଆଗରେ ଠିକ୍‌ ନୁହେଁ।

ଗତକାଲିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭର୍‌ରେ ୧୬୬ ରନ୍‌ ହାସଲ କରିଥିଲା। ଧାର୍ଯ୍ୟ ୧୬୬ ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନରାଇଜର୍ସ ହାଇଦ୍ରାବାଦ୍‌ ୯.୪ ଓଭରରେ କୌଣସି ୱିକେଟ ନ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା। ସନରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଅଭିଷେକ ଶର୍ମା ୭୫ ରନ୍ କରିଥିବାବେଳେ ଟ୍ରାଭିସ୍ ହେଡ୍ ୮୯ ରନ୍ କରିଥିଲେ। ହେଡ୍‌ ଓ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଏବେ ସବୁ କ୍ରିକେଟ ମହଲରେ ଚର୍ଚ୍ଚା।

IPL Viral Video KL Rahul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ