Advertisment

ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ହକି ତାରକାଙ୍କ ଘରୁ ଚୋରି କରିଥିଲେ, ପୋଲିସ୍‌ ହାତରେ ଧରାପଡ଼ିଗଲେ...

ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକି କରି ଏମାନେ ଚୋରି କରୁଥିଲେ।

ଅଦ୍ୟତନ ହୋଇଛି
Loot from former India hockey captain Prabodh Tirkey's house: police arrests 5 persons

Loot from former India hockey captain Prabodh Tirkey's house: police arrests 5 persons

Advertisment

ଦିନରେ ରେକି ଆଉ ରାତିରେ ଚୋରି। ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ VR- ୮୬ ସରକାରୀ ବାସଭବନରୁ ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି।  

Advertisment

ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡ୍ଡୀ, ମିଲୁ ବେହେରା, ଚିତ୍ତ ଦଳେଇ, ରାଜା ମହାଳିକକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି।ଏମାନଙ୍କ ନାଁରେ କମିଶନରେଟ ପୋଲିସ ଅଞ୍ଚଳରେ ୧୦୦ ରୁ ଅଧିକ ମାମଲା ରହିଛି। ଏମାନେ ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକି କରି ଚୋରି କରୁଥିଲେ।

ଅଭିଯୁକ୍ତଙ୍କ ନିକଟରୁ ହକି ତାରକା ପ୍ରବୋଧଙ୍କ ଘରୁ ଚୋରି ହୋଇଥିବା ୧୪ଟି ମେଡାଲ ଜବତ ହୋଇଛି। ଏଥିରେ ଗୋଟିଏ ସୁନା ମେଡାଲ, ୮ଟି ବ୍ରୋଞ୍ଜ ମଡେଲ, ୫ଟି ସିଲଭର ମେଡାଲ, ସୁନା କାନ ଫୁଲ, ପ୍ଲାଟିନମ ଚେନ, ଗୋଲ୍ଡ ପ୍ଲେଟେଡ଼ କ୍ଲିପ୍‌ ପୋଲିସ ଜବତ କରିଛି। ଏହାପୂର୍ବରୁ ଶ୍ରୀକାନ୍ତ ଓ ଗଙ୍ଗା ରେଡ୍ଡୀ କମିଶନରେଟ ପୋଲିସ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ ଥିଲେ। ଓଏଏସ ଅଫିସର ଜ୍ୟୋତି ମିଶ୍ରଙ୍କ ଘରୁ ଚୋରି ଘଟଣାରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। 

Advertisment

ସୂଚନାଥାଉ କି, ଗତ ଶୁକ୍ରବାର ଦିନ ଲୁଟେରାମାନେ ଦାମୀ ସାମଗ୍ରୀ ସହ ପ୍ରବୋଧଙ୍କ ଅନେକ ମେଡାଲ ଚୋରି କରି ନେଇଥିଲେ। ଘରେ କେହି ନଥିବାରୁ ସୁଯୋଗ ନେଇ ଲୁଟେରାମାନେ ପ୍ରବୋଧଙ୍କ ମେଡାଲ୍‌, ଟିଭି, କମ୍ପ୍ୟୁଟର ଓ ସୁନା ଅଳଙ୍କାର ସମେତ ମୂଲ୍ୟବାନ ଜିନିଷ ନେଇ ଯାଇଥିବା ଅଭିଯୋଗ ହୋଇଥିଲା।

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ