Advertisment

ଆଇପିଏଲ ୨୦୨୨: ଜାରି ହେଲା ରିଟେନସନ୍ ତାଲିକା, ମେଗା ଅକ୍ସନ ହେବ ବେଶ ରୋମାଞ୍ଚକ

୨୦୨୨ ଆଇପିଏଲ ମେଗା ଅକ୍ସନ ପୂର୍ବରୁ ମଙ୍ଗଳବାର ୮ଟି ଯାକ ଦଳ ସେମାନଙ୍କ ରିଟେନସନ ତାଲିକା ଜାରି କରିଛନ୍ତି। ନିଲାମ ପୂର୍ବରୁ ଅନେକ ବଡ଼ ବଡ଼ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ମାନେ ରିଲିଜ୍‌ କରି ଦେଇଛନ୍ତି। କିନ୍ତୁ ରୋହିତ ଶର୍ମା ପୂର୍ବଭଳି ମୁମ୍ବାଇ ଇଣ୍ଡିଆନ୍ସ, ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଟୁ ଖେଳିବେ ବୋଲି ଘୋଷଣା କରାଯାଇଛି ।

IPL 2022

IPL 2022

Advertisment

ନୂଆଦିଲ୍ଲୀ: ୨୦୨୨ ଆଇପିଏଲ ମେଗା ଅକ୍ସନ ପୂର୍ବରୁ ମଙ୍ଗଳବାର ୮ଟି ଯାକ ଦଳ ସେମାନଙ୍କ ରିଟେନସନ ତାଲିକା ଜାରି କରିଛନ୍ତି। ନିଲାମ ପୂର୍ବରୁ ଅନେକ ବଡ଼ ବଡ଼ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ମାନେ ରିଲିଜ୍‌ କରି ଦେଇଛନ୍ତି। କିନ୍ତୁ ରୋହିତ ଶର୍ମା ପୂର୍ବଭଳି ମୁମ୍ବାଇ ଇଣ୍ଡିଆନ୍ସ, ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଟୁ ଖେଳିବେ ବୋଲି ଘୋଷଣା କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧୋନି ଓ ବିରାଟଙ୍କ ତୁଳନାରେ ଜାଡେଜା, ଋଷଭ ପନ୍ତ ଓ ରୋହିତ ଶର୍ମାଙ୍କ ଭଳି ଖେଳାଳି ଅଧିକ ଟଙ୍କାରେ ରିଟେନ୍ ହୋଇଛନ୍ତି।

Advertisment

ଆଇପିଏଲ୍ ୨୦୨୨ରେ ୮ଟି ଦଳ ବଦଳରେ ୧୦ଟି ଦଳ ସାମିଲ ହୋଇଛନ୍ତି। ତେବେ ମେଗା ଅକ୍ସନରେ ଅନେକ ବଡ ବଡ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜ୍ ମାନଙ୍କର ନଜର ରହିବ । ଯେପରିକି ହାର୍ଦ୍ଦିକ ପାଣ୍ତ୍ୟା, କେ.ଏଲ୍.ରାହୁଲ, ରସିଦ୍ ଖାନ୍, ଇଶାନ୍‌ କିଶନ୍, ଶ୍ରେୟସ ଅୟର, ଖଗିଶୋ ରାବାଡା ଆଦିଙ୍କ ଉପରେ ମୁଖ୍ୟତଃ ଅଧିକ ନଜର ରହିବ । କିନ୍ତୁ ରୋମାଞ୍ଚକର କଥା ଏହା ଯେ ସବୁ ଦଳ ପକ୍ଷରୁ ରିଟେନସନ୍ ପରେ ସୀମିତ ରାଶି ହିଁ ଅଛି, ଯେଉଁଥିରେ ସେମାନେ ବାକି ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା କେଉଁ ଦଳ କାହାକୁ ନିଜ ଟିମ୍‌ରେ ରିଟେନ୍ ରଖିଛି ଏବଂ କାହା ପାଖରେ ଅକ୍ସନ ପାଇଁ କେତେ ରାଶି ବଞ୍ଚିଛି।

କୋଲକାତା ନାଇଟ୍ ରାଇଡର୍ସ- ଆଣ୍ଡ୍ରେ ରସେଲ- ୧୨ କୋଟି, ବରୁଣ ଚକ୍ରବର୍ତ୍ତୀ- ୮ କୋଟି, ଭେଙ୍କଟେଶ ଆୟର-୮ କୋଟି, ସୁନୀଲ ନାରିନ-୬ କୋଟି ଟଙ୍କା।

Advertisment

ଧାର୍ଯ୍ୟ ୯୦ କୋଟିରୁ କୋଲକାତା ୪୨ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୪୮ କୋଟି ଟଙ୍କା ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା- ୧୬ କୋଟି ଟଙ୍କା, ଯଶପ୍ରୀତ ବୁମ୍ରା-୧୨ କୋଟି ଟଙ୍କା, ସୂର୍ଯ୍ୟ କୁମାର ଯାଦବ-୮ କୋଟି ଟଙ୍କା ଓ କାଏରନ ପୋଲାର୍ଡ- ୬ କୋଟି ଟଙ୍କା।

Advertisment

ଧାର୍ଯ୍ୟ ୯୦ କୋଟିରୁ ମୁମ୍ବାଇ ୪ ଖେଳାଳିଙ୍କ ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୪୮ କୋଟି ଟଙ୍କା ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସ – ରବୀନ୍ଦ୍ର ଜାଡେଜା-୧୬ କୋଟ ଟଙ୍କା, ମହେନ୍ଦ୍ର ସିଂହ ଧୋନି-୧୨ କୋଟି ଟଙ୍କା, ମୋଇନ ଅଲୀ-୮ କୋଟି ଟଙ୍କା ଓ ଋତୁରାଜ ଗାଏକ୍ୱାଡ- ୬ କୋଟି ଟଙ୍କା।

ଧାର୍ଯ୍ୟ ୯୦ କୋଟିରୁ ଚେନ୍ନାଇ ୪ ଖେଳାଳିଙ୍କ ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୪୮ କୋଟି ଟଙ୍କା ରହିଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର– ବିରାଟ କୋହଲି-୧୫ କୋଟି, ଗ୍ଲେନ ମ୍ୟାକ୍ସୱେଲ-୧୧ କୋଟି ଓ ମହମ୍ମଦ ସିରାଜ-୭ କୋଟି।

ଧାର୍ଯ୍ୟ ୯୦ କୋଟିରୁ ଆରସିବି ୩୩ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୫୭ କୋଟି ଟଙ୍କା ରହିଛି।

ପଞ୍ଜାବ କିଙ୍ଗସ – ମୟଙ୍କ ଅଗ୍ରୱାଲ- ୧୨ କୋଟି ଓ ଅର୍ଶଦୀପ ସିଂହ- ୪ କୋଟି।

ଧାର୍ଯ୍ୟ ୯୦ କୋଟିରୁ ପଞ୍ଜାବ କିଙ୍ଗସ ୧୮ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୭୨ କୋଟି ଟଙ୍କା ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ- ଋଷଭ ପନ୍ତ-୧୬ କୋଟି, ଅକ୍ଷର ପଟେଲ-୯ କୋଟି, ପୃଥ୍ୱୀ ଶ’ ୭.୫ କୋଟି, ଅନରିଚ୍ ନୋର୍ଜେ-୬.୫ କୋଟି।

ଧାର୍ଯ୍ୟ ୯୦ କୋଟିରୁ ଦିଲ୍ଲୀ ୩୯ କୋଟି ଖର୍ଚ୍ଚ କରିଛି। ହେଲେ ନିୟମ ଅନୁସାରେ ଦଳର ପାଣ୍ଠିରୁ ୪୨.୫୦ ଟଙ୍କା କଟିଛି। ଏହାର ଦଳ ପାଖରେ ୪୭.୫ କୋଟି ଟଙ୍କା ରହିଛି।

ରାଜସ୍ଥାନ ରୟାଲ୍ସ – ସଞ୍ଜୁ ସାମସନ-୧୪ କୋଟି ଟଙ୍କା, ଜୋଶ ବଟଲର- ୧୦ କୋଟି ଟଙ୍କା ଓ ଯଶସ୍ୱୀ ଜୈସୱାଲ-୪ କୋଟି ଟଙ୍କା।
ଧାର୍ଯ୍ୟ ୯୦ କୋଟିରୁ ରାଜସ୍ଥାନ ୨୮ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୬୨ କୋଟି ଟଙ୍କା ରହିଛି।

ସନରାଇଜର୍ସ ହାଇଦ୍ରାବାଦ – କେନ୍ ୱିଲିୟମସନ- ୧୪ କୋଟି, ଅବଦୁଲ ସମାଦ- ୪କୋଟି ଓ ଉମ୍ରାନ ମଲିକ- ୪ କୋଟି।

ଧାର୍ଯ୍ୟ ୯୦ କୋଟିରୁ ହାଇଦ୍ରାବାଦ ୨୨ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୬୮ କୋଟି ଟଙ୍କା ରହିଛି।

IPL 2022 Retention
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ