IPL Mega Auction : କୌଣସି ଟିମ୍‌ କିଣିନଥିବା ଖେଳାଳିଙ୍କ ତାଲିକା

ସୁରେଶ ରୈନାଙ୍କ ଆଇପିଏଲ କ୍ୟାରିୟରେ ୨୦୫ ମ୍ୟାଚ ଖେଳି ୫ ହଜାର ୫୨୮ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ରନ ସଂଗ୍ରହ ଆଭରେଜ୍ ରହିଛି ୩୨. ୫୧ ପ୍ରତିଶତ ।

ସାଙ୍କେତିକ ଚିତ୍ର

ନିଲାମୀର ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ଖେଳାଳି ସୁରେଶ ରୈନା । ତାଙ୍କର ବେସ୍ ପ୍ରାଇସ୍ ଥିଲା ୨ କୋଟି ଟଙ୍କା । ହେଲେ ସେ ବିକ୍ରି ହୋଇପାରିନାହାନ୍ତି । ସୁରେଶ ରୈନାଙ୍କ ଆଇପିଏଲ କ୍ୟାରିୟରେ ୨୦୫ ମ୍ୟାଚ ଖେଳି ୫ ହଜାର ୫୨୮ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ରନ ସଂଗ୍ରହ ଆଭରେଜ୍ ରହିଛି ୩୨. ୫୧ ପ୍ରତିଶତ । ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ବିରାଟ କୋହଲି, ଶିଖର ଧାଓ୍ୱନ, ରୋହିତ ଶର୍ମା ତଳେ ରହିଛନ୍ତି ସୁରେଶ । ତେବେ ତାଙ୍କର ବିଗତ ୧୨ଟି ମ୍ୟାଚରେ ସେ ମାତ୍ର ସଂଗ୍ରହ କରିଛନ୍ତି ୧୬୦ ରନ । ତାଙ୍କର ରନ୍ ସଂଗ୍ରହ ଆଭରେଜ୍ ରହିଛି ୧୭. ୭୭ । ବେସ୍ ପ୍ରାଇସ ଅଧିକ ଥିବା ସହ ପୂର୍ବ ମ୍ୟାଚ୍ ଗୁଡିକର ରେକର୍ଡ ଭଲ ନଥିବାରୁ ସେ ବିକ୍ରି ହୋଇ ପାରିନାହାନ୍ତି ।

ସେହିପରି ଆଉ ଜଣେ ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ । ତାଙ୍କର ମଧ୍ୟ ବେସ୍ ପ୍ରାଇସ ଥିଲା ୨ କୋଟି । ଅଷ୍ଟ୍ରେଲିଆର ରନ୍ ମେସିନ୍ ଭାବେ ସେ ଜଣାଶୁଣା ଗତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥବାବେଳେ ସ୍ମିଥ୍ ୮ଟି ମ୍ୟାଚରୁ ମାତ୍ର ୧୫୨ କରିଥିଲେ ।

ବାଂଲାଦେଶ ଟିମର ଖେଳାଳି ସାକିବ ଅଲ ହସନଙ୍କ ମଧ୍ୟ ବେସ୍ ପ୍ରାଇସ ରହିଥିଲା ୨ କୋଟି । ଅଲରାଉଣ୍ଡରରେ ଆଇସିସି ରାଂକିଙ୍ଗରେ ୧ ନମ୍ବର ଖେଳାଳି । ହେଲେ ସେ ମଧ୍ୟ ବିକ୍ରି ହୋଇପାରିନାହାନ୍ତି । ବୋଲିଂ ଓ ବ୍ୟାଟିଂରେ ଦକ୍ଷତା ଥିବା ଏହି ଖେଳାଳିଙ୍କୁ ମଧ୍ୟ କେହି କିଣିନାହାନ୍ତି । କୋଲକାତା ପାଇଁ ଖେଳୁଥିବା ସାକିବଙ୍କ ଗତ ଆଇପିଏଳ୍ ସିଜନ ଥିଲା ସବୁଠାରୁ ଖରାପ । ୮ଟି ମ୍ୟାଚରେ କରିଥିଲେ ମାତ୍ର ୪୭ ରନ ।

ସେହିପରି ଆଦିଲ ରସିଦଙ୍କ ବେସ୍ ପ୍ରାଇସ ଥିଲା ୨ କୋଟି । ବ୍ରିଟିଶ୍ ଦଳର ଜଣେ ଦକ୍ଷ ବୋଲର୍ ଆଇସିସିର ଟି-ଟ୍ବେଣ୍ଟି ରାଂକିଙ୍ଗରେ ୩ ନମ୍ବରରେ ତାଙ୍କର ସ୍ଥାନ । ହେଲେ ସେ ମଧ୍ୟ ବିକ୍ରି ହୋଇପାରିନାହାନ୍ତି ।

ଦକ୍ଷିଣ ଆଫ୍ରିକା ଖେଳାଳି ଇମ୍ରାନ ତାହିରଙ୍କ ବେସ୍ ପ୍ରାଇସ ଥିଲା ୨ କୋଟି । ୪୨ ବର୍ଷୀୟ ଏହି ଖେଳାଳିଙ୍କ ଦାମ୍ ଅଧିକ ଥିବାରୁ ତାଙ୍କୁ କିଣିବାକୁ ଭରସା କରିପାରିନାହାନ୍ତି । ଗତ ସିଜନରେ ଚେନ୍ନାଇ ପାଇଁ ଖେଳୁଥିବାବେଳେ ସେ ମାତ୍ର ଗୋଟିଏ ମ୍ୟାଚ୍ ହିଁ ଖେଳି ନେଇଥିଲେ ୨ଟି ଓ୍ୱିକେଟ୍ ।

ଆରନ ଫିଞ୍ଚଙ୍କର ଥିଲା ଦେଢ କୋଟି ଟଙ୍କା ବେସ୍ ପ୍ରାଇସ୍ । ଅଷ୍ଟ୍ରେଲୀୟ ଖେଳାଳି ୨୦୨୦ରେ ଆରସିବି ପାଇଁ ଖେଳୁଥିଲେ । ୧୨ଟି ମ୍ୟାଚରେ କରିଥିଲେ ମାତ୍ର ୨୬୮ ରନ । ସେ ମଧ୍ୟ ବିକ୍ରି ହୋଇନପାରି ରହି ଯାଇଛନ୍ତି ।

ଦାଓ୍ୱିଦ ମଲାନ ବେସ ପ୍ରାଇସ୍ ୧ କୋଟି ୫୦ ଲକ୍ଷ । ଏକଦା ଟି-ଟ୍ବେଣ୍ଟି ଟପ୍ ବ୍ୟାଟ୍ସମ୍ୟାନ୍ ତାଲିକାର ୧ ନମ୍ବରରେ ଥିଲେ । ଏହି ଇଂଲିଶ ଖେଳାଳି ଏବେ ତାଙ୍କର ରାଂକିଂ ୫ ନମ୍ବର ଥିବାବେଳ ତାଙ୍କୁ ମଧ୍ୟ କୌଣସି ଦଳ କିଣିନଥିଲେ ।

ଇଅନ ମର୍ଗାନ୍ ଆଇପିଏଲର ଗତ ସିଜନରେ କେକେଆର ପାଇଁ ଖେଳୁଥିଲେ । ଦେଢ କୋଟି ଟଙ୍କା ବେସ୍ ପ୍ରାଇସ ଥିବା ଏହି ଖେଳାଳିଙ୍କୁ ମଧ୍ୟ କେହି କିଣିନାହାନ୍ତି । ୨୦୨୧ରେ କେକେଆରକୁ ଆଇପିଏଲ୍ ଫାଇନାଲକୁ ନେଇଥିଲେ । ତେବେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ କୌଣସି ଦଳ ନେଇନାହାନ୍ତି ।

କ୍ରିସ୍ ଲିନ୍, ଦେଢ କୋଟି ଟଙ୍କା ବେସ୍ ପ୍ରାଇସ୍ । ଧୂଆଁଧାର ତାଙ୍କର ବ୍ୟାଟିଂ । ଅଷ୍ଟ୍ରେଲିଆର ଜଣେ ସଫଳ ବ୍ୟାଟ୍ସମ୍ୟାନ୍ । ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ ।୨ କୋଟି ଟଙ୍କା ବେସ୍ ପ୍ରାଇସରେ ବିକ୍ରି ହୋଇଥିଲେ । ତେବେ ଚଳିତ ସିଜନରେ ଅନସୋଲଡ୍ ରହିଯାଇଛନ୍ତି ଲିନ୍ ।

ଅନସୋଲ୍ଡ ୧୦ ଖେଳାଳିଙ୍କ ମଧ୍ୟରେ ଶେଷରେ ରହିଛନ୍ତି ତବରେଜ୍ ସାମସି । ତାଙ୍କର ବେସ୍ ପ୍ରାଇସ ଥିଲା ୧ କୋଟି ଟଙ୍କା । ଦକ୍ଷିଣ ଆଫ୍ରିକାର ଏହି ସ୍ପିନ୍ ବୋଲର ଟି-ଟ୍ୱେଣ୍ଟି ଫର୍ମାଟରେ ଦ୍ୱିତୀୟ ରାଂକ୍ ଖେଳାଳି । ତେବେ ପ୍ରଦର୍ଶନର ସମସ୍ତ ଦକ୍ଷତା ଥିବା ସତ୍ୱେ ସେ ମଧ୍ୟ ବିକ୍ରି ହୋଇନପାରି ରହି ଯାଇଛନ୍ତି ।