Advertisment

ଆଇପିଏଲ୍ ମେଗା ଅକ୍ସନରେ ଭାରତୀୟଙ୍କ ଜଲୱା; ଇଶାନ୍‌ଙ୍କ ଉପରେ ୧୫.୨୫ କୋଟି ବର୍ଷା କଲା ମୁମ୍ବାଇ ଇଣ୍ତିଆନ୍ସ

ଅକ୍ସନ ଆରମ୍ଭରୁ ହିଁ ଇଶାନ୍ କିଶନ୍‌ଙ୍କ ନିଲାମି ଉପରେ ସବୁ ଟିମ୍‌ର କଡା ନଜର ରହିଥିଲା । ପୂର୍ବରୁ ଶ୍ରେୟସ୍ ଅୟରଙ୍କ ଉପରେ କେକେଆର୍ ଟଙ୍କା ବର୍ଷା କରିଥିବା ବେଳେ ଏବେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟ ଇଶାନ୍‌ଙ୍କ ଉପରେ ୭ ଗୁଣା ଅଧିକ ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି ।

ଅଦ୍ୟତନ ହୋଇଛି
IPL Auction 2022

IPL Auction 2022

Advertisment

ଆଇପିଏଲ୍ ୨୦୨୨ ରେ ଭାରତୀୟ ଯୁବ ଖେଳାଳୀଙ୍କ ଉପରେ ସବୁ ଟିମ୍‌ର କଡା ନଜର ଥିବାର ଦେଖିବାକୁ ମିଳୁଛି । ଅକ୍ସନ୍‌ର ଆରମ୍ଭରେ ଶ୍ରେୟସ୍ ଅୟର୍ ୧୨.୨୫ କୋଟି ଟଙ୍କାରେ ନିଲାମ ହେବା ପରେ ଏବେ ଇଶାନ୍ କିଶନଙ୍କ ଉପରେ ଟଙ୍କା ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ଇଶାନ୍‌ଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିବା ବେଳେ ମୁମ୍ବାଇ ଇଣ୍ତିଆନ୍ସ ୭ ଗୁଣା ଅଧିକ ଦରରେ କିଣିଥିବାର ଦେଖିବାକୁ ମିଳିଲା ।

Advertisment

ଅକ୍ସନ ଆରମ୍ଭରୁ ହିଁ ଉଦୀୟମାନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ୍‌ଙ୍କ ନିଲାମି ଉପରେ ସବୁ ଟିମ୍‌ର କଡା ନଜର ରହିଥିଲା । ପୂର୍ବରୁ ଶ୍ରେୟସ୍ ଅୟରଙ୍କ ଉପରେ କେକେଆର୍ ଟଙ୍କା ବର୍ଷା କରିଥିବା ବେଳେ ଏବେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟ ଇଶାନ୍‌ଙ୍କ ଉପରେ ୭ ଗୁଣା ଅଧିକ ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି ।

ଇଶାନ୍‌ଙ୍କ ନିଲାମି ଆରମ୍ଭରୁ ପଞ୍ଜାବ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । କିନ୍ତୁ ମୁମ୍ବାଇ ଇଣ୍ତିଆନ୍ସ ନିଜ ପୁରୁଣା ଖେଳାଳୀଙ୍କୁ କିଣିବା ପାଇଁ ଅଡି ବସିଥିଲା ।

Advertisment

ଆଇପିଏଲ୍ ଇତିହାସରେ ମୁମ୍ବାଇ କୌଣସି ଖେଳାଳିଙ୍କ ଲାଗି ୧୦ କୋଟିରୁ ଅଧିକ ଟଙ୍କାର ନିଲାମ ଡାକିନାହିଁ। ହେଲେ ଈଶାନଙ୍କୁ ନେବା ପାଇଁ ମୁମ୍ବାଇ ସବୁ କରିବାକୁ ପ୍ରସ୍ତୁତ ଥିଲା।

Advertisment

ଅକ୍ସନରେ ଶ୍ରୀଲଙ୍କ ସ୍ପିନର ଅଲରାଉଣ୍ତର ୱାନିନ୍ଦୁ ହରସଙ୍ଗାକୁ ନିଲାମ ଡକା ଚାଲିଥିବା ବେଳେ ଏକ ଅଘଟଣ ଘଟିଥିଲା । ହସରଙ୍ଗାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମି ଚାଲିଥିବା ବେଳେ ହ୍ୟୁଜ୍ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ । ତେବେ ସେ କେଉଁ କାରଣରୁ ହଠାତ୍ ଗଳି ପଡିଲେ, ତାହା ଏବେଯାଏଁ ଜଣାପଡିନାହିଁ । ବିସିସିଆଇ ମେଡିକାଲ ଟିମ୍ ପକ୍ଷରୁ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାର ଶୁଣିବାକୁ ମିଳିଛି ।

IPL Auction 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ