Advertisment

ବଦଳିଗଲେଣି ଆଙ୍ଗ୍ରି ୟଙ୍ଗମ୍ୟାନ୍‌; କୋହଲି-ଗମ୍ଭୀରଙ୍କ ବିରଳ ଦୃଶ୍ୟ..ଭିଡିଓ ଭାଇରାଲ..

ଆରସିବି ଓ କେକେଆର୍‌ ମ୍ୟାଚ୍‌ ପୂର୍ବରୁ ବେଶ କଳ୍ପନା ଜଳ୍ପନା ଚାଲିଥିଲା କୋହଲି ଓ ଗମ୍ଭୀରଙ୍କୁ ନେଇ। କିନ୍ତୁ କାଲିର ମ୍ୟାଚ୍‌ରେ ଚିତ୍ର କିଛି ଅଲଗା ଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ।

ଅଦ୍ୟତନ ହୋଇଛି
Gautam Gambhir & Virat Kohli

Gautam Gambhir & Virat Kohli

Advertisment

ତୁଟିଲା ବର୍ଷ ବର୍ଷର ବିବାଦ। କୁଣ୍ଢାକୁଣ୍ଢି ହେଲେ କୋହଲି-ଗମ୍ଭୀର। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ। ଉଭୟ ପରସ୍ପରଙ୍କୁ ଆଲିଙ୍ଗନ କରିବାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ସାମ୍ନାସାମ୍ନି ହେଇଥିଲେ କେକେଆର୍‌ ଓ ଆରସିବି। ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ଥିଲା। ପୁଣି ଆଟାକିଂ ଅନ୍ଦାଜରେ ବ୍ୟାଟିଂ କରିଥିଲେ ସୁନିଲ ନାରାୟଣ। କିନ୍ତୁ ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ରହିଥିଲା ବିରାଟ ଓ ଗମ୍ଭୀରଙ୍କ ମିଳନ।

Advertisment

ଆରସିବି ଓ କେକେଆର୍‌ ମ୍ୟାଚ୍‌ ପୂର୍ବରୁ ବେଶ କଳ୍ପନା ଜଳ୍ପନା ଚାଲିଥିଲା କୋହଲି ଓ ଗମ୍ଭୀରଙ୍କୁ ନେଇ। କିନ୍ତୁ କାଲିର ମ୍ୟାଚ୍‌ରେ ଚିତ୍ର କିଛି ଅଲଗା ଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ। ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ବିରାଟ ମଧ୍ୟ ଫିଲ୍ଡରେ ବେଶ୍‌ କମେଡି ଅନ୍ଦାଜରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା।

ଗତ ବର୍ଷେ ହେବ କୋହଲିଙ୍କୁ ଆଉ ରାଗିବା ଅନ୍ଦାଜରେ ଦେଖିବାକୁ ମିଳୁନାହିଁ। ବିଶ୍ୱକପ୍‌ରେ ମଧ୍ୟ କୋହଲି ଆଫଗାନିସ୍ତାନର ନବୀନ ଉଲ୍‌ହକ୍‌ଙ୍କୁ ମଧ୍ୟ ଆଲିଙ୍ଗନ କରିଥିବାର ଦେଖିବାକୁ ମିଳିଥିଲା। ବିଶ୍ୱକପ୍‌ ପୂର୍ବରୁ ଆଇପିଏଲ୍‌ରେ କୋହଲି ଓ ନବୀନଙ୍କ ମଧ୍ୟରେ ଜୋରଦାର ଫାଇଟ୍‌ ହୋଇଥିଲା। କିନ୍ତୁ ୱାର୍ଲ୍ଡକପ୍‌ରେ ଏହି ବିବାଦ ତୁଟିଥିଲା। ସେହି ସମୟରେ ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଥିଲା। କିନ୍ତୁ ଏବେ ଉଭୟ ବନ୍ଧୁ ଭାବେ ମିଶିଯାଇଥିବାର ଦେଖିବାକୁ ମିଳିଛି।

Advertisment

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୧୦ମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ(KKR)। ବେଙ୍ଗାଲୁରୁ ଦ୍ୱାରା ରଖାଯାଇଥିବା ୧୮୩ ରନର ବିଜୟ ଲକ୍ଷ୍ୟକୁ କୋଲକାତା ଦଳ ୧୬.୫ ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟର ୫୦ ରନ ଓ ସୁନୀଲ ନାରିନ ୪୭ ରନ କରିଥିଲେ। ଶ୍ରେୟସ ଆୟର ଅପରାଜିତ ୩୩ ରନ ଓ ଫଲିପ ସଲ୍ଟ ୩୦ ରନ କରିଥିଲେ।

Advertisment
Virat Kohli IPL Gautam Gambhir RCB Vs KKR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ