Advertisment

ବିରାଟଙ୍କୁ ରାଗିବା ପଡ଼ିଲା ମହଙ୍ଗା; କଟିଲା ୫୦ ପ୍ରତିଶତ ମ୍ୟାଚ୍‌ ଫି

ବିରାଟ ଆଉଟ ହେବା ପରେ ଅମ୍ପାୟାରଙ୍କ ସହ ଖରାପ ବ୍ୟବହାର କରିଥିବା କୁହାଯାଉଛି। ଯେଉଁଠି ପାଇଁ କୋହଲିଙ୍କ ମ୍ୟାଚ୍‌ର ୫୦ ପ୍ରତିଶତ ଫି କାଟି ଦିଆଯାଇଛି।

ଅଦ୍ୟତନ ହୋଇଛି
Virat Kohli Fined for IPL Code Of Conduct Breach

Virat Kohli

Advertisment

ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପଡ଼ିଲା କୋହଲିଙ୍କୁ ମହଙ୍ଗା। କଟିଲା ଗତକାଲି ମ୍ୟାଚ୍‌ର ଫି। ଇଡେନ୍‌ ଗାର୍ଡେନ୍ସରେ କୋଲକାତା ଓ ଆର୍‌ସିବି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ ରୋମାଞ୍ଚକର ହୋଇଥିଲା। ଏହି ମ୍ୟାଚ୍‌କୁ କେବଳ ୧ ରନ୍‌ରେ କୋଲକାତା ଜିତି ନେଇଛି ସତ, ହେଲେ ମ୍ୟାଚ୍‌ରେ ବିରାଟ କୋହଲିଙ୍କ କଣ୍ଟ୍ରୋଭର୍ସିଆଲ୍‌ ଆଉଟ୍‌ ଏବେ ସୋସିଆଲ୍‌ ମିଡିଆରେ ଆଲୋଚନାର ବିଷୟ ପାଲଟିଛି।

Advertisment

ଗତକାଲି ମ୍ୟାଚ୍‌ରେ କୋଲକାତା ମାତ୍ର ୧ ରନ୍‌ରେ ଜିତିଯାଇଥିଲା। କିନ୍ତୁ ବିରାଟଙ୍କ ଆଉଟ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ବିରାଟ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ଥିବା ଦେଖିବାକୁ ମିଳିଥିଲା। ଏମିତିକି ବିରାଟ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ। ରାଗରେ ସେ ଡଗ ଆଉଟ୍‌କୁ ଫେରିବା ବେଳେ ଡଷ୍ଟବିନ୍‌କୁ ଗୋଇଠା ମାରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ତାଙ୍କୁ ମହଙ୍ଗା ପଡ଼ିଛି।

ବିରାଟ ଆଉଟ ହେବା ପରେ ଅମ୍ପାୟାରଙ୍କ ସହ ଖରାପ ବ୍ୟବହାର କରିଥିବା କୁହାଯାଉଛି। ଯେଉଁଠି ପାଇଁ କୋହଲିଙ୍କ ମ୍ୟାଚ୍‌ର ୫୦ ପ୍ରତିଶତ ଫି କାଟି ଦିଆଯାଇଛି। ଅର୍ଥାତ ତାଙ୍କୁ ମ୍ୟାଚ୍‌ର ଅଧା ଟଙ୍କା ଜୋରିମାନା ଦେବାକୁ ପଡ଼ିଛି। ଆଇପିଏଲ୍‌ର ନିୟମ ଉଲଙ୍ଘନ ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବଦଳିଗଲେଣି ଆଙ୍ଗ୍ରି ୟଙ୍ଗମ୍ୟାନ୍‌; କୋହଲି-ଗମ୍ଭୀରଙ୍କ ବିରଳ ଦୃଶ୍ୟ..ଭିଡିଓ ଭାଇରାଲ..

କେବଳ ବିରାଟ ନୁହେଁ ବରଂ କ୍ୟାପଟେନ୍‌ ଫାଫ୍‌ ଡୁପ୍ଲେସିସ୍‌ଙ୍କୁ ମଧ୍ୟ ଜୋରିମାନା ଗଣିବାକୁ ପଡ଼ିଛି। ସ୍ଲୋ ଓଭର୍‌ ରେଟ୍‌ ପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି। ଚଳିତ ଆଇପିଏଲ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାରୁଲୁ(RCB)କୁ ବାରମ୍ବାର ନିରାଶ ହେବାକୁ ପଡୁଛି। ପ୍ରତିଟି ମ୍ୟାଚରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଅଳ୍ପକେ ବିଜୟରୁ ବଞ୍ଚିତ ହେଉଛି ଦଳ। ଏହି କ୍ରମରେ ଗତକାଲି ମଧ୍ୟ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷ ମ୍ୟାଚରେ ମାତ୍ର ଗୋଟିଏ ରନ୍ ବ୍ୟବଧାନରେ ଆରସିବିକୁ ପରାସ୍ତ ହେବାକୁ ପଡିଛି।

Advertisment

ହାତରୁ ଏହି ମ୍ୟାଚଟି ଯିବା ସହ ଦଳ କ୍ରମାନ୍ୱୟରେ ଷଷ୍ଠ ଥର ଏବଂ ସିଜିନର ସପ୍ତମ ପରାଜୟର ସାମ୍ନା କରିଛି। ସେପଟେ କମ୍ ବ୍ୟାକ୍ ସହ ପଞ୍ଚମ ବିଜୟ ହାସଲ କରିଛି କୋଲକତା ନାଇଟ୍ ରାଇଡର୍ସ।

Virat Kohli RCB Royal Challengers Bangalore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ