Advertisment

IPL Auction 2024: କେଉଁ ଦଳ ପାଖରେ କେତେ ଟଙ୍କା, ଜାଣନ୍ତୁ ନିଲାମ ପାଇଁ କେତେ ଖେଳାଳି ହୋଇଛନ୍ତି ସର୍ଟଲିଷ୍ଟ

ଚଳିତ ଥର ଆଇପିଏଲ ଅକ୍ସନ ପାଇଁ ମୋଟ ୩୩୩ ଜଣ ଖେଳାଳି ସର୍ଟ ଲିଷ୍ଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ ଖେଳାଳି ବିଦେଶୀ।

ଅଦ୍ୟତନ ହୋଇଛି
IPL Auction

IPL Auction

Advertisment

ଆଇପିଏଲ ୨୦୨୪ ସିଜିନ୍‌ ପାଇଁ ବାଜି ସାରିଛି ବିଗୁଲ। ଡିସେମ୍ବର ୧୯ରେ ହେଉଛି ଆଇପିଏଲ ମିନି ନିଲାମୀ। ଚଳିତ ବର୍ଷ ମିନି ନିଲାମୀ ପାଇଁ ମୋଟ ୩୩୩ ଜଣ ଖେଳାଳି ସର୍ଟଲିଷ୍ଟ ହୋଇଛନ୍ତି। କିନ୍ତୁ ଏଥିମଧ୍ୟରୁ ମାତ୍ର ୭୭ ଜଣ ଖେଳାଳିଙ୍କର ହିଁ ଭାଗ୍ୟ ପରିବର୍ତ୍ତନ ହେବ। ଅର୍ଥାତ ଆଇପିଏଲ ୨୦୨୪ ସିଜିନ୍‌ ପାଇଁ ମାତ୍ର ୭୭ ଜଣ ଖେଳାଳି କିଣାହେବେ। ଯେଉଁମାନଙ୍କ ମଧ୍ୟରେ ୩୦ ଜଣ ବିଦେଶୀ ଖେଳାଳି ମଧ୍ୟ ରହିବେ। ତେବେ ନଜର ପକାନ୍ତୁ ଆଇପିଏଲ ମିନି ଅକ୍ସନର ସମସ୍ତ ତଥ୍ୟ ଉପରେ...

Advertisment

ଆଇପିଏଲ ଅକ୍ସନ ବିଷୟରେ ଚର୍ଚ୍ଚା କରିବା ସମୟରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଚଳିତ ଥର ନିଲାମ କେବେ, କେଉଁଠି ଓ କେତେବେଳେ ଆରମ୍ଭ ହେବ। IPL ୨୦୨୪ ମିନି ଅକ୍ସନ ଡିସେମ୍ବର ୧୯ରେ ଦୁବାଇର କୋକା କୋଲା ଏରେନାରେ ଅନୁଷ୍ଠିତ ହେବ। ସ୍ଥାନୀୟ ସମୟ ୧୧.୩୦ ଓ ଭାରତୀୟ ସମୟ ଅପରାହ୍ମ ୧ଟାରୁ ଆରମ୍ଭ ହେବ ନିଲାମୀ ପ୍ରକ୍ରିୟା। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଅକ୍ସନ ବିଦେଶ ମାଟିରେ ଅନୁଷ୍ଠିତ ହେବାକୁ ଯାଉଛି। ଯଦିଓ ଆଇପିଏଲ ମ୍ୟାଚ୍‌ ସାଉଥ ଆଫ୍ରିକା ଓ ଦୁବାଇରେ ଖେଳାଯାଇଛି। କିନ୍ତୁ ପ୍ରଥମ ଥର ପାଇଁ ଆଇପିଏଲ ଅକ୍ସନ ବିଦେଶରେ ହେବାକୁ ଯାଉଛି।

ଯଦି ଆପଣ ଚଳିତ ଥର ଆଇପିଏଲ ଅକ୍ସନ ଲାଇଭ ଦେଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ମାଗଣାରେ ଘରେ ବସି ମୋବାଇଲେ ଏହାକୁ ଦେଖିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ମୋବାଇଲରେ ଜିଓ ସିନେମା ଆପ୍‌ ଡାଉନଲୋଡ୍‌ କରିବାକୁ ହେବ। ଜିଓ ସିନେମା ମାଧ୍ୟମରେ ଆପଣ ଆଇପିଏଲ ଅକ୍ସନର ପୂରା ଲାଇଭ୍‌ ଷ୍ଟ୍ରିମିଂ ଦେଖିପାରିବେ।

Advertisment

ଚଳିତ ଥର ଆଇପିଏଲ ଅକ୍ସନ ପାଇଁ ମୋଟ ୩୩୩ ଜଣ ଖେଳାଳି ସର୍ଟ ଲିଷ୍ଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ ଖେଳାଳି ବିଦେଶୀ। ତେବେ ଏହି ୩୩୩ ଖେଳାଳିଙ୍କ ମଧ୍ୟରୁ ମୋଟ ୭୭ ଜଣ ଖେଳାଳି ହିଁ କିଣାହେବେ। ସେଥିରୁ ୩୦ ଜଣ ବିଦେଶୀ ଖେଳାଳି ରହିବେ। ଏହି ଅକ୍ସନରେ ୧୧ ଦେଶର ମୋଟ ୧୧୯ ଖେଳାଳି ଭାଗ ନେବେ। ଇଂଲଣ୍ଡର ସବୁଠୁ ଅଧିକ ୨୫ ଜଣ ଖେଳାଳି ଏଥିରେ ସାମିଲ ହେଉଥିବାବେଳେ ଅଷ୍ଟ୍ରେଲିଆର ୨୧ ଜଣ ଖେଳାଳି ନିଲାମୀ ପାଇଁ ତାଙ୍କ ନାଁ ଦେଇଛନ୍ତି। ଏହି ନିଲାମୀରେ ମୋଟ୍ ୧୧୬ କ୍ୟାପ୍‌ଡ ଓ ୨୧୫ ଅନ୍‌ କ୍ୟାପ୍ଡ ଖେଳାଳି ରହିଛନ୍ତି। ସେହିପରି ଏହି ଅକ୍ସନରେ ୨୩ ଜଣ ଖେଳାଳିଙ୍କ ତାଙ୍କ ବେସ୍‌ ପ୍ରାଇସ୍‌ ୨ କୋଟିରେ ରେଜିଷ୍ଟ୍ରେସନ କରିଥିବାବେଳେ ୧୩ ଜଣ ଖେଳାଳି ୧.୫୦ କୋଟି ଟଙ୍କା ତାଙ୍କ ବେସ୍‌ ପ୍ରାଇସ୍‌ ରଖିଛନ୍ତି।

କେଉଁ ଟିମ୍‌ ପାଖରେ ରହିଛି କେତେ ଟଙ୍କା ?

  • ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ ୩୧.୪୦ କୋଟି ଟଙ୍କା ଅଛି। CSK ପାଖରେ ମୋଟ ୩ ଭାରତୀୟ ଓ ୩ ବିଦେଶୀ ଖେଳାଳୀ କିଣିବାର ସ୍ଲଟ୍‌ ରହିଛି।
  • ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୨୮.୯୫ କୋଟି ଟଙ୍କା ରହିଛି। DC ପାଖରେ ମୋଟ୍‌ ୫ ଭାରତୀୟ ଓ ୪ ବିଦେଶୀ ଖେଳାଳି କିଣିବାର ସ୍ଲଟ୍ ରହିଛି।
  • ଗୁଜରାଟ ଟାଇଟନ୍ସ ପାଖରେ ୩୮.୧୫ କୋଟି ଟଙ୍କା ରହିଛି। GT ପାଖରେ ମୋଟ୍‌ ୬ ଭାରତୀୟ ଓ ୨ ବିଦେଶୀ ଖେଳାଳି କିଣିବାର ସ୍ଲଟ୍ ରହିଛି।
  • କୋଲକାତା ନାଇଟ୍‌ ରାଇଡର୍ସ ପାଖରେ ୩୨.୭୦ କୋଟି ଟଙ୍କା ରହିଛି। KKR ପାଖରେ ମୋଟ୍ ୮ ଭାରତୀୟ ଓ ୪ ବିଦେଶୀ ଖେଳାଳି କିଣିବାର ସ୍ଲଟ୍‌ ରହିଛି।
  • ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପାଖରେ ୧୩.୧୫ କୋଟି ଟଙ୍କା ରହିଛି। LSG ପାଖରେ ମୋଟ୍ ୪ ଭାରତୀୟ ଓ ୨ ବିଦେଶୀ ଖେଳାଳି କିଣିବାର ସ୍ଲଟ୍ ରହିଛି।
  • ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୭.୭୫ କୋଟି ଟଙ୍କା ରହିଛି। MI ପାଖରେ ମୋଟ ୪ ଭାରତୀୟ ଓ ୪ ବିଦେଶୀ ଖେଳାଳି କିଣିବାର ସ୍ଲଟ୍ ରହିଛି।
  • ପଞ୍ଜାବ କିଙ୍ଗ୍ସ ପାଖରେ ୨୯.୧୦ କୋଟି ଟଙ୍କା ରହିଛି। PBKS ପାଖରେ ମୋଟ ୬ ଭାରତୀୟ ଓ ୨ ବିଦେଶୀ ଖେଳାଳି କିଣିବାର ସ୍ଲଟ୍ ରହିଛି।
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୨୩.୨୫ କୋଟି ଟଙ୍କା ରହିଛି। RCB ପାଖରେ ମୋଟ ୩ ଭାରତୀୟ ଓ ୩ ବିଦେଶୀ ଖେଳାଳି କିଣିବାର ସ୍ଲଟ୍ ରହିଛି।
  • ରାଜସ୍ଥାନ ରୟାଲ୍ସ ପାଖରେ ୧୪.୫୦ କୋଟି ଟଙ୍କା ରହିଛି। RR ନିକଟରେ ଅକ୍ସନରେ ୫ ଭାରତୀୟ ଓ ୩ ବିଦେଶୀ ଖେଳାଳି କିଣିବାର ସ୍ଲଟ୍‌ ରହିଛି।
  • ସନ୍‌ ରାଇଜର୍ସ ହାଇଦ୍ରାବାଦ ପାଖରେ ୩୪ କୋଟି ଟଙ୍କା ରହିଛି। SRH ପାଖରେ ମୋଟ ୩ ଭାରତୀୟ ଓ ୩ ବିଦେଶୀ ଖେଳାଳୀ କିଣିବାର ସ୍ଲଟ୍ ରହିଛି।
Advertisment
India News IPL IPL Auction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ