Advertisment

‘ମତେ ୮୨ ବର୍ଷ, ମୁଁ କେବଳ ଧୋନିଙ୍କୁ ଦେଖିବାକୁ ଆସିଛି’

୮୨ ବର୍ଷୀୟ ବୃଦ୍ଧା ବୟସକୁ ଖାତିର ନ କରି ହଜାର ହଜାର ଦର୍ଶକ ଥିବା ଷ୍ଟାଡିୟମରେ କେବଳ ଧୋନିଙ୍କୁ ଦେଖିବାକୁ ଆସିଥିଲେ। ହାତରେ ଗୋଟେ ପ୍ଲା କାର୍ଡ ଧରି ଧୋନିଙ୍କୁ ଆଡ଼କୁ ହାତ ହଲାଉଥିଲା ବେଳେ କ୍ୟାମେରାରେ କଏଦ ହୋଇଥିଲା ଦୃଶ୍ୟ।

ଅଦ୍ୟତନ ହୋଇଛି
Dhoni Fan

Dhoni Fan

Advertisment

ଛୋଟରୁ ବଡ଼ ସଭିଏଁ ମାହିଙ୍କ ଫ୍ୟାନ୍‌। ଧୋନିଙ୍କ ଗୋଟିଏ ଝଲକ ପାଇବା ପାଇଁ ମତୁଆଲା ଦର୍ଶକ। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଧୋନି ଅବସର ନେଇଥିଲେ ମଧ୍ୟ ଏବେ ବି ତାଙ୍କର ଆଇପିଏଲ୍‌ରେ କ୍ରେଜ୍‌ ରହିଛି। ଧୋନିଙ୍କ କୋଟି କୋଟି ଫ୍ୟାନ୍ସ ମଧ୍ୟରୁ ଜଣେ ଏମିତି ଫ୍ୟାନ୍ସ ରହିଛନ୍ତି, ଯାହାଙ୍କ ବୟସ ୮୨ ବର୍ଷ। ଗତକାଲି କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ତାଙ୍କର ଧୋନିଙ୍କ ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

୮୨ ବର୍ଷୀୟ ବୃଦ୍ଧା ବୟସକୁ ଖାତିର ନ କରି ହଜାର ହଜାର ଦର୍ଶକ ଥିବା ଷ୍ଟାଡିୟମରେ କେବଳ ଧୋନିଙ୍କୁ ଦେଖିବାକୁ ଆସିଥିଲେ। ହାତରେ ଗୋଟେ ପ୍ଲା କାର୍ଡ ଧରି ଧୋନିଙ୍କୁ ଆଡ଼କୁ ହାତ ହଲାଉଥିଲା ବେଳେ କ୍ୟାମେରାରେ କଏଦ ହୋଇଥିଲା ଦୃଶ୍ୟ। ଯେହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ବୃଦ୍ଧା ଜଣକ ଧରିଥିବା ପ୍ଲା କାର୍ଡରେ ଲେଖାଯାଇଛି, ମୋ ବୟସ ୮୨, ଆଉ ମୁଁ କେବଳ ଧୋନିଙ୍କ ପାଇଁ ଆସିଛି। ବୃଦ୍ଧା ଜଣକ ଟିମ୍‌କୁ ସପୋର୍ଟ କରିବା ପାଇଁ ହଳଦିଆ ରଙ୍ଗର ଶାଢ଼ି ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି। ଗ୍ୟାଲେରୀରେ ବସି ଚେନ୍ନାଇ ପତାକା ମଧ୍ୟ ଉଡ଼ାଇଥିଲେ। ତେବେ ବୃଦ୍ଧାଙ୍କର କ୍ରିକେଟ ଓ ଧୋନିଙ୍କ ପ୍ରତି ଭଲ ପାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment
CSK FanCSK Fan

ଗତକାଲିର ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସର ବୋଲିଂ ଚମକରେ କୋଲକାତା ନାଇଟ୍ ରାଇଡର୍ସ ଚିତ୍ ପଟାଙ୍ଗ ମାରିଛି। ଚଳିତ ଆଇପିଏଲ୍‌ରେ ଶ୍ରେୟସ ଆୟରଙ୍କ ଦଳ ପ୍ରଥମ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଚେନ୍ନାଇ ୧୪ ବଲ୍ ପୂର୍ବରୁ ୭ ୱିକେଟ୍‌ରେ ବିଜୟୀ ହୋଇ ନିଜ ପୁରୁଣା ଫର୍ମ ଫେରିପାଇଛି। ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରିଛି। ସେହିଭଳି ଘରୋଇ ପରିବେଶରେ ୩ରୁ ୩ ମ୍ୟାଚ୍ ଜିତିବାର ଗୌରବ ହାସଲ କରିଛି। କୋଲକାତା କିନ୍ତୁ ବଡ଼ ବ୍ୟବଧାନରେ ହାରିବା ସତ୍ତ୍ୱେ ଦ୍ବିତୀୟ ସ୍ଥାନରେ ସ୍ଥିର ରହିଛି।

IPL Chennai Super Kings Mahendra Singh Dhoni
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ