Advertisment

ଆଇପିଏଲ୍‌ ମଞ୍ଚରେ କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପାଦ ଛୁଇଁଲେ ଅରିଜିତ୍‌ ସିଂ, ଭାଇରାଲ ହେଲା ଫଟୋ

ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ୨୦୨୩ ମହାସମର । ଏହି ସମୟରେ ବଲିଉଡ୍‌ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଦ୍ୟତନ ହୋଇଛି
Arijit Singh Touches MS Dhoni’s Feet At IPL 2023

Arijit Singh touches MS Dhoni's feet during IPL

Advertisment

ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ ବରଂ ତା’ଠୁ ବି ଅଧିକ । ଏଠି ଖେଳାଳିମାନଙ୍କୁ ଦେବତା ପରି ବ୍ୟବହାର କରାଯାଉଥିବା କହିଲେ ଅତ୍ୟୁକ୍ତି ହେବନାହିଁ । ବାସ୍ତବରେ, କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ 'ଗଡ୍ ଅଫ୍‌ କ୍ରିକେଟ୍' ବୋଲି କୁହାଯାଏ। କେବଳ ତେନ୍ଦୁଲକର କାହିଁକି ବିଶ୍ୱରେ ଏମିତି ଅନେକ ଖେଳାଳି ଅଛନ୍ତି, ଯାହାଙ୍କୁ ଲୋକେ ଭଗବାନ ଭଳି ମାନିଥାନ୍ତି ।

Advertisment

ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ୨୦୨୩ ମହାସମର। ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ତିନି ତାରକା ଅରିଜିତ ସିଂହ, ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଧାନା ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଦର୍ଶକଙ୍କୁ ମତୁଆଲା କରିଥିଲେ । ଖୋଲା ଜିପ୍‌ରେ ପଡ଼ିଆ ଭିତର ଦେଇ ମଞ୍ଚକୁ ଆସିବା ପରେ ଅରିଜିତ ପିଆନୋରେ ନିଜ କଳାର ଯାଦୁଗରୀ ଦେଖାଇଥିଲେ । ପରେ ‘କେସରିଆ…,‌ ଝୁମେ ଜୋ ପଠାନ,... ଲେହରା ଦୋ…, ଚନ୍ନା ମେରେୟା…, କବିରା… ଓ ଏ ବତନ୍‌…’ ଆଦି ଗୀତରେ ଦର୍ଶକଙ୍କୁ ଝୁମାଇଥିଲେ ।

ଦେଖନ୍ତୁ ଫଟୋ | ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା IPL ମହାସମର

ଏହାପରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବାକୁ ଥିବା ଦୁଇଦଳ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ । ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମେହନ୍ଦ୍ର ସିଂହ ଧୋନୀଙ୍କୁ ଷ୍ଟେଜ୍‌କୁ ଆମନ୍ତ୍ରଣ କରାଯାଇଥିଲା । ଏହି ସମୟରେ ବଲିଉଡ୍‌ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଅନେକ ଲୋକ ସେୟାର କରିବା ସହ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ, ‘ଅରିଜିତ ଜଣେ ଭଦ୍ର ମଣିଷ’ ।

Advertisment

କେବଳ ଅରିଜିତ କାହିଁକି ସାରା ବିଶ୍ୱରେ ମହେନ୍ଦ୍ର ସିଂ ଧୋନୀଙ୍କ ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଧୋନୀଙ୍କୁ ନିଜ ଭଗବାନ ବୋଲି ମାନନ୍ତି । ଧୋନୀଙ୍କ ଜୀବନଶୈଳୀକୁ ଅନୁସରଣ କରନ୍ତି । ଧୋନୀଙ୍କୁ ଜୀବନକୁ ନେଇ ବଲିଉଡ୍‌ରେ ଚଳଚିତ୍ର ମଧ୍ୟ ନିର୍ମିତ ହୋଇଛି । ଯାହା ଦର୍ଶକଙ୍କୁ ବେଶ୍‌ ପ୍ରେରଣା ଦେଇଛି ।

Advertisment

ତେବେ କାଲିର ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ମାତ୍‌ ଦେଇ ଗୁଜୁରାଟ ଟାଇଟନ୍ସ ଟୁର୍ଣ୍ଣାମେଣ୍ଟରେ ବିଜୟ ଅଭିଯାନ ଆରମ୍ଭ କରିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଋତୁରାଜ ଗାଏକ୍ୱାଡଙ୍କ ବିସ୍ଫୋରକ ୯୨ ରନ ବଳରେ ୭ ୱିକେଟ ହରାଇ ୧୭୮ ରନ କରିଥିଲା। ଏହାର ଜବାବରେ ଗୁଜରାଟ ଶୁବମନ ଗିଲଙ୍କ ଚମତ୍କାର ୬୩ ଓ ଶେଷ ଭାଗରେ ରଶିଦ ଖାନଙ୍କ ୩ ବଲରେ ଅପରାଜିତ ୧୦ ରନ ବଳରେ ୫ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

ଶେଷ ୫ ବଲରେ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ରାହୁଲ ତେୱାତିଆ ଚମତ୍କାର ଚୌକା ମାରି ଦଳର ବିଜୟ ମୁଣ୍ଡି ମାରିଥିଲେ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ ଦେଖାଇଥିବା ଗୁଜରାଟର ରଶିଦ ଖାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ବୋଲିଂରେ ୨୬ ରନ ଦେଇ ୨ଟି ୱିକେଟ ଦଖଲ କରିଥିଲେ।

Cricket Chennai Super Kings Mahendra Singh Dhoni IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ