ନିଲାମ ଡାକୁଥିବା ବେଳେ ମଞ୍ଚରୁ ତଳେ ପଡିଗଲେ ଅକ୍ସନିର୍

ଅକ୍ସନରେ ଶ୍ରୀଲଙ୍କାନ୍ ସ୍ପିନର ଅଲରାଉଣ୍ତର ୱାନିନ୍ଦୁ ହରସଙ୍ଗାକୁ ନିଲାମ ଡକା ଚାଲିଥିବା ବେଳେ ଅଘଟଣ ଘଟିଥିଲା । ହସରଙ୍ଗାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମି ଚାଲିଥିବା ବେଳେ ହ୍ୟୁଜ୍ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ ।

IPL Auction 2022

ଆଇପିଏଲ୍ ୨୦୨୨ ର ମେଗା ଅକ୍ସନରେ ଘଟିଲା ଅଘଟଣ । ଅକ୍ସନ ଚାଲିଥିବା ବେଳେ ଅକ୍ସନିର ବା ନିଲାମକାରୀ ହ୍ୟୁଜ୍ ଏଡମିଡ୍ସ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଥିବାର ଦେଖିବାକୁ ମିଳିଛି । ଯେଉଁ କାରଣରୁ ଅକ୍ସନ ପ୍ରକ୍ରିୟାକୁ କିଛି ସମୟ ସ୍ଥଗିତ ରଖାଯାଇଥିଲା । ଆଇପିଏଲ୍ ନିଲାମ ଇତିହାସରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିବାର ଦେଖିବାକୁ ମିଳିଛି । ତେବେ ଏ ନେଇ ଆଇପିଏଲ୍ କିମ୍ବା ବିସିସିଆଇ ପକ୍ଷରୁ ଅଫିସିଆଲ୍ ଘୋଷଣା କରାଯାଇନାହିଁ।

ଅକ୍ସନରେ ଶ୍ରୀଲଙ୍କାନ୍ ସ୍ପିନର ଅଲରାଉଣ୍ତର ୱାନିନ୍ଦୁ ହରସଙ୍ଗାକୁ ନିଲାମ ଡକା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ହସରଙ୍ଗାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମି ଚାଲିଥିବା ବେଳେ ହ୍ୟୁଜ୍ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ । ତେବେ ସେ କେଉଁ କାରଣରୁ ହଠାତ୍ ଗଳି ପଡିଲେ, ତାହା ଏବେଯାଏଁ ଜଣାପଡିନାହିଁ । ବିସିସିଆଇ ମେଡିକାଲ ଟିମ୍ ପକ୍ଷରୁ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାର ଶୁଣିବାକୁ ମିଳିଛି ।

ହ୍ୟୁଜଙ୍କ ଏଭଳି ଅଚେତ୍ ହେବା ଦ୍ୱାରା ନିଲାମକୁ ତୁରନ୍ତ ସ୍ଥଗିତ କରିଦିଆଯାଇଥିଲା । ତେବେ ସେ ଆଗକୁ ନିଲାମରେ ଭାଗ ନେଇପାରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଆଇପିଏଲ୍ ନିଲାମ ପ୍ରକ୍ରିୟା ଅପରାହ୍ଣ ସାଢ଼େ ୩ଟା ବେଳେ ପୁଣି ଆରମ୍ଭ ହୋଇଛି । ତେବେ ଏବର୍ଷର ଅକ୍ସନଟି ବେଶ୍‌ ରୋମାଞ୍ଚକ ହେଉଥିବାର ଦେଖିବାକୁ ମିଳିଛି ।

ଅକ୍ସନର ପ୍ରଥମ ଦିନରେ ନାମୀ ଖେଳାଳିଙ୍କୁ ମୋଟା ଦାମରେ ଫ୍ରାଞ୍ଚାଇଜି କିଣିଛନ୍ତି। ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ବଡ଼ କୋଲକାତା ନାଇଟ୍ ରାଇଡର୍ସ ବଡ଼ ଦାମରେ କିଣିଛି। ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଥିବା ଆୟରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ କିଣି ନେଇଛି ।