Advertisment

ବନ୍ଦନା କଟାରିୟାଙ୍କ ହାଟ୍ରିକ୍ ଗୋଲ୍‌ ଇତିହାସ ରଚିଲା : ଭାରତ ଦକ୍ଷିଣ ଆଫ୍ରିକାକୁ ମାତ ଦେଲା

ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍‌ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ସ୍କୋର କରିଥିବା ବନ୍ଦନା କଟାରିୟା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇ ପାରିଛନ୍ତି। ଭାରତୀୟ ହକି ଦଳର ଏହି ବିଜୟ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଆଶା ସଞ୍ଚାର କରିଛି।

ବନ୍ଦନା କଟାରିୟାଙ୍କ ହାଟ୍ରିକ୍ ଗୋଲ୍‌ ଇତିହାସ ରଚିଲା : ଭାରତ ଦକ୍ଷିଣ ଆଫ୍ରିକାକୁ ମାତ ଦେଲା

Tokyo Olympics

Advertisment

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍‌ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ସ୍କୋର କରିଥିବା ବନ୍ଦନା କଟାରିୟା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇ ପାରିଛନ୍ତି। ଭାରତୀୟ ହକି ଦଳର ଏହି ବିଜୟ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଆଶା ସଞ୍ଚାର କରିଛି। ଯଦି ବ୍ରିଟେନ୍‌ ଆଜି ଆୟର୍ଲାଣ୍ଡକୁ ପରାସ୍ତ କରେ ତେବେ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ।

Advertisment

ବନ୍ଦନା କଟାରିୟା ପ୍ରଥମ କ୍ୱାର୍ଟରରେ ଆରମ୍ଭରୁ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ମିନିଟ୍‌ରେ ଗୋଲ ଦେଇଥିଲେ। ତେବେ ପ୍ରଥମ କ୍ୱାର୍ଟରର ଅନ୍ତିମ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକା ସମାନ ଗୋଲ୍ ହାସଲ କରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ବନ୍ଦନା ଏକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ସ୍କୋର୍‌କୁ ୨-୧ରେ ପରିଣତ କରିଥିଲେ। ଦକ୍ଷିଣ ଆଫ୍ରିକା କିନ୍ତୁ ଦ୍ୱିତୀୟ ଥର ପାଇଁ ଭାରତର ଅତି ଦୁର୍ବଳ ଡିଫେନ୍ସ ଲାଇନକୁ ଭେଦ କରିଥିଲା। ପ୍ରଥମାର୍ଦ୍ଧରେ ମ୍ୟାଚ୍ ୨-୨ରେ ରହିଥିଲା। ତୃତୀୟ କ୍ୱାର୍ଟରରେ ନେହା ଗୋଏଲଙ୍କ ଗୋଲ ଦ୍ୱାରା ଭାରତ ପୁଣି ଥରେ ଜବରଦସ୍ତ ଆରମ୍ଭ କରିଥିଲା। ଭାରର ୩-୨ରେ ପହଞ୍ଚିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ତୃତୀୟ ଗୋଲ ସ୍କୋର କରିଥିଲା। ମ୍ୟାଚ୍‌ର ୪୯ ମିନିଟ୍‌ରେ କଟାରିୟା ତୃତୀୟ ଗୋଲ୍‌ ସ୍କୋର୍‌ କରି ଭାରତକୁ ୪-୩ ଆଗରେ ରଖିଥିଲେ, ଯାହା ନିର୍ଣ୍ଣାୟକ ବୋଲି ପ୍ରମାଣିତ ହୋଇଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଟ୍ୟାରିନ୍ ଗ୍ଲାସ୍‌ବୀ, ଅଧିନାୟକ ଏରିନ୍ ହଣ୍ଟର୍ ଓ ମାରିଜେନ୍ ମରାଇସ୍ ଗୋଲ୍ ଦେଇଥିଲେ।

Advertisment

କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଦଳ ରିଓ ଅଲିମ୍ପିକ୍ସରେ ଦ୍ୱାଦଶ ସ୍ଥାନରେ ରହିଥିଲା। ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତକୁ ଦୁନିଆର ଏକ ନମ୍ବର ଦଳ ନେଦରଲ୍ୟାଣ୍ଡ୍‌ ୫-୧ରେ, ଜର୍ମାନୀ ୨-୦ ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ ବ୍ରିଟେନ ୪-୧ରେ ପରାସ୍ତ କରିଥିଲା। ଚତୁର୍ଥ ମ୍ୟାଚ୍‌ରେ ନବନୀତ୍ କୌରଙ୍କ ଗୋଲ ଯୋଗୁଁ ଭାରତ ଆୟର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଥିଲା।

ପ୍ରକାଶଥାଉ ଯେ ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ପୁଲ୍-ବିରେ ତୃତୀୟ ସ୍ଥାନରେ ଥିବା ବ୍ରିଟେନ୍‌କୁ ସାମ୍ନା କରିବ। ଶୁକ୍ରବାର ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତ ଆୟୋଜକ ଦଳ ଜାପାନକୁ ୫-୩ ରେ ପରାସ୍ତ କରିଥିଲା। ଭାରତ ପାଇଁ ସିମରନଜିତ ସିଂ, ଶ୍ୟାମଶେର ସିଂ ଏବଂ ନୀଲକାନ୍ତ ଶର୍ମା ୧-୧ ଗୋଲ ସ୍କୋର କରିଥିଲେ। ସେହିପରି ଗୁରଜନ୍ତ ସିଂ ୨ଟି ଗୋଲ୍‌ ସ୍କୋର କରିଥିଲେ। ଲିଗ୍ ପର୍ଯ୍ୟାୟରେ ଭାରତ କ୍ରମାଗତ ତୃତୀୟ ବିଜୟ ଏବଂ ସାମଗ୍ରିକ ଭାବେ ଚତୁର୍ଥ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ଠାରୁ ପରାସ୍ତ ପରେ ଭାରତୀୟ ଦଳ ସ୍ପେନ୍‌, ଆର୍ଜେଣ୍ଟିନା ପରେ ଏବେ ଜାପାନକୁ ମଧ୍ୟ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ ଅପରାହ୍ନ ୫.୩୦ରୁ ଗ୍ରେଟ୍‌ ବ୍ରିଟେନ୍‌ ସହିତ ମୁହାଁମୁହିଁ ହେବ।

Advertisment
Tokyo Olympic Hockey India Vandana Katariya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ