Advertisment

ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ଚାମ୍ପିଅନ୍‌

ଫାଇନାଲ୍‌ରେ ଚୀନ୍‌କୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ୍‌ ହେଲା ଭାରତ । ପଞ୍ଚମ ଥର ପାଇଁ ଟାଇଟଲ୍‌ ଜିତିଲା ଭାରତୀୟ ହକି ଦଳ ।

ଅଦ୍ୟତନ ହୋଇଛି
Indian Men's Hockey Team

Indian Men's Hockey Team

Advertisment

ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ଚାମ୍ପିଅନ୍‌ । ଅଲିମ୍ପିକ୍ସ ପରେ ଆଉ ଏକ ମେଗା ଇଭେଣ୍ଟରେ ଭାରତୀୟ ପୁରୁଷ ହକି ଟିମର କମାଲ। ପଞ୍ଚମ ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହୋଇଛି ଟିମ ଇଣ୍ଡିଆ । ଫାଇନାଲ ମୁକାବିଲାରେ ଚୀନକୁ ୧-୦ ଗୋଲରେ ହରାଇ ବିଜେତା ହୋଇଛି ମେନ୍ ଇନ୍ ବ୍ଲୁ ।

Advertisment

ଫାଇନାଲ ମୁକାବିଲା କଡ଼ା ସଂଘର୍ଷପୂର୍ଣ୍ଣ ରହିଥିଲା । ଉଭୟ ଦଳ ପରସ୍ପରକୁ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇଥିଲେ । ମାତ୍ର ଶେଷ କ୍ୱାର୍ଟର ନିର୍ଣ୍ଣାୟକ ହୋଇଥିଲା । ମ୍ୟାଚର ୫୧ତମ ମିନିଟରେ ଭାରତ ପକ୍ଷରୁ ଏକମାତ୍ର ତଥା ବିଜୟ ଗୋଲ୍ କରିଥିଲେ ଯୁଗରାଜ ସିଂ ।  

Advertisment

ପୂର୍ବରୁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ଭାରତ ଓ ଚୀନ ମୁହାଁମୁହିଁ ହୋଇଥିଲେ । ଏଥିରେ ଶକ୍ତିଶାଳୀ ଭାରତୀୟ ଟିମ ୩-୦ରେ ବିଜୟୀ ହୋଇଥିଲା । ହରମନପ୍ରିତ ସିଂଙ୍କ ନେତୃତ୍ୱରେ ଭାରତୀୟ ଟିମ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ସହ ଟ୍ରଫି ଦାବିଦାର ରହିଥିଲା ।  ମ୍ୟାଚର ପ୍ରଥମ ୯ ମିନିଟରେ ଭାରତକୁ ପ୍ରଥମ ପେନାଲିଟି କର୍ଣ୍ଣର ମିଳିଥିଲା । ମାତ୍ର ଚୀନ ଆକର୍ଷଣୀୟ ଡିଫେଣ୍ଡିଂ ସହ ଲଢ଼ୁଆ ପ୍ରଦର୍ଶନ କରିଥିଲା । ତେବେ ଚତୁର୍ଥ କ୍ୱାର୍ଟର ଆରମ୍ଭ ପର୍ଯ୍ୟନ୍ତ ଉଭୟ ଟିମ ଗୋଲ୍ ଶୂନ୍ୟ ରହିଥିଲେ । ଶେଷରେ ବାଜି ମାରିଥିଲା ଭାରତ । ପୂର୍ବରୁ ଭାରତୀୟ ଟିମ ଅପରାଜେୟ ରହିବା ସହ ପାକିସ୍ତାନ ଓ କୋରିଆକୁ ହରାଇ ଫାଇନାଲରେ ପହଞ୍ଚିଥିଲା ।

Indian Hockey Team Hockey Championships
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ