Advertisment

ପାକିସ୍ତାନକୁ କେମିତି ବିଶ୍ୱାସକୁ ନେଲା ଆଇସିସି! ଭାରତରେ ଖେଳାଯିବ ୨ଟି ବିଶ୍ୱକପ୍

ଘୋଷଣା ହେଲା ୨୦୨୪ରୁ ୨୦୩୧ ଯାଏଁ ହେବାକୁ ଥିବା ୮ଟି ପୁରୁଷ ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକା ଓ ଆୟୋଜକଙ୍କ ନାଁ । ୨୦୨୪ରୁ ୨୦୩୧ ପଯର୍ୟନ୍ତ ICC କ୍ୟାଲେଣ୍ଡର ଘୋଷିତ ।

ICC Calender

ICC Calender

Advertisment

ନୂଆଦିଲ୍ଲୀ: ଘୋଷଣା ହେଲା ୨୦୨୪ରୁ ୨୦୩୧ ଯାଏଁ ହେବାକୁ ଥିବା ୮ଟି ପୁରୁଷ ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକା ଓ ଆୟୋଜକଙ୍କ ନାଁ । ୨୦୨୪ରୁ ୨୦୩୧ ପଯର୍ୟନ୍ତ ଘୋଷିତ । ୨୦୨୫ରେ ପାକିସ୍ତାନରେ ହେବ ICC ଚାମ୍ପିଅନ୍ସ ଟ୍ରଫି । ପ୍ରାୟ ୩ ଦଶନ୍ଧିର ବ୍ୟବଧାନ ପରେ ପାକିସ୍ତାନରେ ICC ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ୨୦୨୪ ଟି-ଟ୍ବେଣ୍ଟି ବିଶ୍ୱକପ୍ । ଆମେରିକାରେ ପ୍ରଥମ ଥର ପାଇଁ ICC ଗ୍ଲୋବାଲ ଟୁର୍ଣ୍ଣାମେଣ୍ଟକୁ ଅନୁମତି ମିଳିଛି । ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ୨୦୨୯ ଚାମ୍ପିଅନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ୍ ମଧ୍ୟ ଭାରତରେ ଖେଳାଯିବ ।

Advertisment

ଘୋଷଣା ଅନୁସାରେ ଏହି ୭ ବର୍ଷ ଭିତରେ ଭାରତକୁ ୩ଟି ଆଇସିସି ଇଭେଣ୍ଟ ଆୟୋଜନ କରିବାର ଅଧିକାର ମିଳିବ। ଯେଉଁଥିରେ ୨୦୨୬ ଟି-୨୦ ବିଶ୍ୱକପ୍, ୨୦୨୯ରେ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ୍ ସାମିଲ୍ ଅଛି। ଭାରତ ସହ ଶ୍ରୀଲଙ୍କା ଓ ବାଂଲାଦେଶ ଯଥାକ୍ରମେ ମିଳିତ ଭାବେ ୨୦୨୬ ଟି-୨୦ ଓ ୨୦୩୧ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବେ। ୧୯୯୬ ବିଶ୍ୱକପର ଅନ୍ୟତମ ଆୟୋଜକ ରହିଥିବା ପାକିସ୍ତାନ ୨୦୦୯ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ନିଜ ଦେଶରେ ବଡ଼ ବଡ଼ ଆନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିପାରିନାହିଁ।

ICC Tournaments

୨୦୧୭ରେ ଶେଷଥର ଲାଗି ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ହୋଇଥିଲା ଏବଂ ଏହି ଟୁର୍ଣ୍ଣାମେଣ୍ଟ ୮ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିବ। ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ନିକଟରେ ପାକିସ୍ତାନ ଗସ୍ତରୁ ହଟି ଯାଇଥିଲେ। ତେଣୁ ଏହି ଦୁଇ ଦେଶ ଆଗକୁ ପାକିସ୍ତାନ ଗସ୍ତ କରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ତେବେ ଏହାରି ଭିତରେ ସୂଚନା ମିଳିଛି ଯେ ପାକିସ୍ତାନ ତା’ର ଘରୋଇ ସିରିଜ୍ ୟୁଏଇରେ ଆୟୋଜନ କରିପାରେ।

Advertisment

ଆଇସିସି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆଇସିସିର ପୂର୍ଣ୍ଣ ୧୧ ସଦସ୍ୟ ଓ ତିନି ଆସୋସିଏଟ୍ ସଦସ୍ୟକୁ ଦୁଇ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍, ଚାରି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଏବଂ ଦୁଇଟି ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ପାଇଁ ଚୟନ କରାଯାଇଛି। ଆମେରିକା ଓ ନାମିବିଆ ପ୍ରଥମଥର ଲାଗି ଆଇସିସି ବିଶ୍ୱକପ୍ ଇଭେଣ୍ଟର ଆୟୋଜନ କରିବ। ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ପୂର୍ବରୁ ମଧ୍ୟ ବଡ଼ ଇଭେଣ୍ଟର ଆୟୋଜନ କରିସାରିଛନ୍ତି ଏବଂ ଆଗାମୀ ଦିନରେ ପୁନର୍ବାର ଏମାନଙ୍କୁ ଏହି ଦାୟିତ୍ୱ ମିଳିବ।

ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆ ମିଳିତ ଭାବେ ୨୦୨୭ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବେ। ସେହିପରି ୨୦୨୮ରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମିଳିତ ଭାବେ ଟି-୨୦ ବିଶ୍ୱକପ୍ ଏବଂ ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡରେ ୨୦୩୦ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ।

Advertisment
Sports ICC Calender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ