Advertisment

No Mask, No Entry: ମ୍ୟାଚ୍‌ ବେଳେ ବାରବାଟୀ ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଖାଦ୍ୟ ମନା

ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ପ୍ରେସ୍‌ମିଟ୍‌ରେ  କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ।

India-South Africa T20 at Barabati Stadium

India-South Africa T20 at Barabati Stadium

Advertisment

କଟକରେ ଭାରତ-ଦକ୍ଷିଣ ଆଫ୍ରିକା T20 ମହାମୁକାବିଲା ପାଇଁ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ। ପ୍ରସ୍ତୁତ ହୋଇଛି ଓସିଏ। ପ୍ରାକ୍ଟିସ କରିବା ପାଇଁ ଏବେ ଦକ୍ଷିଣ ଆଫ୍ରିକା ଟିମ୍ ବାରବାଟୀ ଯାଇଥିବା ବେଳେ କିଛି ସମୟ ପରେ ଟିମ୍ ଇଣ୍ଡିଆ ପ୍ରାକ୍ଟିସ୍‌ ପାଇଁ ଯିବ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରୁ ବାରବାଟୀ ଷ୍ଟାଡିୟମ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରବିବାର ଦିନର ମ୍ୟାଚ୍ ପାଇଁ ବି ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ମ୍ୟାଚ୍ ପାଇଁ କଟକରେ ୬୨ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ସହ ମୋଟ୍‌ ୮୨ ପ୍ଲାଟୁନ୍  ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ପ୍ରେସ୍‌ମିଟ୍‌ରେ  କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ACP, ୪୫ ଇନ୍ସପେକ୍ଟର, ୨୭୦ SI ରାଙ୍କ୍ ଅଧିକାରୀ, ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ମୁତୟନ ହେବେ। 

ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ। ଏହାସହ ମ୍ୟାଚ୍ ବକ୍ସ, ହେଲ୍‌ମେଟ୍, ବ୍ୟାଗ ମଧ୍ୟ ଷ୍ଟାଡିୟମ ଭିତରକୁ ଅନୁମତି ନାହିଁ। ଖୁଚୁରା ପଇସା ନଆଣିଲେ ଭଲ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି। ଟିକେଟ୍‌ରେ ନୋ ମାସ୍କ, ନୋ ଏଣ୍ଟ୍ରି ଲେଖାଅଛି। ତେଣୁ ସମସ୍ତଙ୍କ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି। ଷ୍ଟାଡିୟମ୍‌ରେ ମୁତୟନ ପୋଲିସ ମଧ୍ୟ ମାସ୍କ ପିନ୍ଧିବେ।

Advertisment

ମ୍ୟାଚ୍‌ ପାଇଁ ସଜେଇ ହୋଇଛି ନୂଆ ଡ୍ରେସିଂ ରୁମ୍। ଦୁଇ ଦଳର ଖେଳାଳିଙ୍କୁ ଯେପରି ସମସ୍ତ ପ୍ରକାର ବ୍ୟବସ୍ଥା ମିଳିବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ୪ରୁ ୫ କୋଟି ଟଙ୍କା ବ୍ୟୟରେ ଦୁଇଟି ଡ୍ରେସିଂ ରୁମ୍ ତିଆରି ହୋଇଛି। ଅାରମଦାୟକ ଚେୟାର, ଡାଇନିଂ ସ୍ପେସ୍‌, ଡିଜିଟାଲ୍ ଲକର୍ ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।  

Barabati Stadium T20 International Cuttack India Vs SA T20 India Vs South Africa T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ