Advertisment

ନୂଆ କୋଚ୍ ଓ କ୍ୟାପଟେନ ସହ ବିଜୟ ଅଭିଯାନ ଆରମ୍ଭ କରିପାରେ ଟିମ୍ ଇଣ୍ତିଆ

ଆଜିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ତିନି ଟିକିଆ ଟି-୨୦ ସିରିଜ୍ । ଜୟପୁରରେ ଆଜି ପ୍ରଥମ ମ୍ୟାଚ୍ ଖେଳାଯିବ । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହି ସିରିଜ ଏବେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଅଦ୍ୟତନ ହୋଇଛି
India-NZ T20 Series

India-NZ T20 Series

Advertisment

ଜୟପୁର: ଆଜିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ତିନି ଟିକିଆ ଟି-୨୦ ସିରିଜ୍ । ଜୟପୁରରେ ଆଜି ପ୍ରଥମ ମ୍ୟାଚ୍ ଖେଳାଯିବ । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହି ସିରିଜ ଏବେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ନୂଆ କୋଚ୍ ରାହୁଲ ଦ୍ରାବିଡ଼, ନୂଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ପ୍ରଥମ ଥର ପାଇଁ ପଡ଼ଇାକୁ ଓହ୍ଲାଇବ । ଟି୨୦ କ୍ୟାପଟେନସିପରୁ କୋହଲି ଓହରିବା ପରେ ରୋହିତଙ୍କୁ ଏହି ଦାୟିତ୍ୱ ମିଳିଛି ।

Advertisment

ସେହିପରି ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିୟୋଜିତ ହୋଇଛନ୍ତି । ତେଣୁ ଏହି ସିରିଜ୍ ଭାରତୀୟ ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ଏହି ସିରିଜରେ କୋହଲିଙ୍କ ସମେତ ଜସପ୍ରୀତ ବୁମରାହ, ମହମ୍ମଦ ସାମୀ ଏବଂ ଜାଡେଜାଙ୍କ ବିଶ୍ରାମ ଦିଆଯାଇଛି । କେଏଲ୍ ରାହୁଲ, ଭେଙ୍କେଟେଶ ଆୟର, ରୁତୂରାଜ ଗାଏକ୍ୱାଡ୍ ଭଳି ଯୁବ ଖେଳାଳିଙ୍କୁ ଏହି ମ୍ୟାଚ୍ ଦ୍ୱାରା ଏକ ନୂଆ ଦିଶା ମିଳିପାରେ । ଡ୍ୟୁ ଫ୍ୟାକ୍ଟର ବେଶ ପ୍ରଭାବ ପକାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ଟିମ୍ ନିଜ ରଣ କୌଶଳ ପ୍ରସ୍ତୁତି କରିବେ ।

ତେବେ ପଡ଼ିଆରେ ଚାଲିବ ରୋହିତ ରାଜ । ରୋହିତ ଶର୍ମା ଏବେ ନୂଆ କ୍ୟାପ୍‌ଟେନ୍‌ । ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ହେଲେ ଟି-୨୦ ସ୍ପେସାଲିଷ୍ଟ ରୋହିତ ଶର୍ମା । ବିରାଟ୍ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ରୋହିତ ଶର୍ମା ମୁଣ୍ଡାଇଛନ୍ତି ଭାରତୀୟ ଟି-୨୦ ଦଳର ଭାର । ଏବେ ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ମ୍ୟାଚ୍‌ ଖେଳିବ । ସେହିଭଳି ଲୋକେଶ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

Advertisment

ଭାରତୀୟ ଟିମରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଟିମ୍‌ରେ ଋତୁରାଜ, ଶ୍ରେୟସ, ସୂର୍ଯ୍ୟକୁମାର, ଋଷଭ, ଇଶାନ୍‌ କିଶନ୍‌, ଭେଙ୍କଟେସ୍ ଆୟର୍, ୟୁଜବେନ୍ଦ୍ର ଚହଲ, ଆର୍‌ ଅଶ୍ୱିନ୍, ଅକ୍ସର ପଟେଲ, ଆଭିସ ଖାନ୍‌, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ସଲ ପଟେଲ, ମହମ୍ମଦ ସିରାଜଙ୍କୁ ସୁଯୋଗ ଦିଆଯାଇଛି ।

ଗତକାଲି ICC ପକ୍ଷରୁ ଘୋଷଣା ହୋଇଛି ୨୦୨୪ରୁ ୨୦୩୧ ଯାଏଁ ହେବାକୁ ଥିବା ୮ଟି ପୁରୁଷ ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକା ଓ ଆୟୋଜକଙ୍କ ନାଁ । ୨୦୨୫ରେ ପାକିସ୍ତାନରେ ହେବ ICC ଚାମ୍ପିଅନ୍ସ ଟ୍ରଫି । ପ୍ରାୟ ୩ ଦଶନ୍ଧିର ବ୍ୟବଧାନ ପରେ ପାକିସ୍ତାନରେ ICC ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ୨୦୨୪ ଟି-ଟ୍ବେଣ୍ଟି ବିଶ୍ୱକପ୍ । ଆମେରିକାରେ ପ୍ରଥମ ଥର ପାଇଁ ICC ଗ୍ଲୋବାଲ ଟୁର୍ଣ୍ଣାମେଣ୍ଟକୁ ଅନୁମତି ମିଳିଛି । ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ୨୦୨୯ ଚାମ୍ପିଅନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ୍ ମଧ୍ୟ ଭାରତରେ ଖେଳାଯିବ ।

Advertisment
India-NZ T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ