Advertisment

ନିଜ ମାଟିରେ କଡା ଜବାବ ଦେବ ଭାରତ; ଆଣ୍ଠେଇବ ନ୍ୟୁଜିଲ୍ୟାଣ୍ଡ!

ୱାନ୍‌ଖେଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲ୍ୟାଣ୍ଡ୍‌ ସହ ମୁକାବିଲା କରିବ। ଏହି ମ୍ୟାଚ୍ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ମ୍ୟାଚ୍‌ରେ ଭାରତକୁ ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ପଡିବ। ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ୍‌ ଭାରତକୁ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଭାରତକୁ ଏଥର ଜିତି ପ୍ରତିଶୋଧ ନେବାକୁ ପଡିବ।

ଅଦ୍ୟତନ ହୋଇଛି
India Vs New Zealand World Cup 2023 Semi Final

India is certain to win in the semi finals against new Zealand

Advertisment

କ୍ରିକେଟ୍ ବିଶ୍ୱକପ୍ ୨୦୨୩ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି। ସମସ୍ତ ଲିଗ୍ ମ୍ୟାଚ୍ ଶେଷ ହୋଇଛି। ବର୍ତ୍ତମାନ ଶ୍ରେଷ୍ଠ ୪ଟି ଟିମ୍ ସେମିଫାଇନାଲ ଖେଳିବାକୁ ପ୍ରସ୍ତୁତ। ଭାରତକୁ ନ୍ୟୁଜିଲ୍ୟାଣ୍ଡ ସହିତ ଏବଂ ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବାକୁ ପଡିବ। ଏହି ଦୁଇଟି ମ୍ୟାଚ୍‌ରେ ଯେଉଁ ଦୁଇ ଟିମ୍ ବିଜୟ ହେବେ ୧୯ ନଭେମ୍ବରରେ ଉଭୟ ଫାଇନାଲ୍ ମ୍ୟାଚ୍ ଖେଳିବେ। କୁହାଯାଉଛି ଯେ ୧୫ ନଭେମ୍ବର ଭାରତ ପାଇଁ ଏକ ବିଶେଷ ଦିନ ହେବ।

Advertisment

ୱାନ୍‌ଖେଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲ୍ୟାଣ୍ଡ୍‌ ସହ ମୁକାବିଲା କରିବ। ଏହି ମ୍ୟାଚ୍ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ମ୍ୟାଚ୍‌ରେ ଭାରତକୁ ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ପଡିବ। ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ୍‌ ଭାରତକୁ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଭାରତକୁ ଏଥର ଜିତି ପ୍ରତିଶୋଧ ନେବାକୁ ପଡିବ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶ୍ରେୟସ ଆୟର

ଯଦି ରେକର୍ଡକୁ ଦେଖାଯାଏ, ତେବେ ଭାରତ ବର୍ତ୍ତମାନ ସବୁଠାରୁ ଶକ୍ତିଶାଳୀ ଟିମ୍ ଭାବରେ ଉଭା ହୋଇଛି। ଯଦି ଏହି ମ୍ୟାଚ୍ ଭାରତରେ ହେଉଛି, ତେବେ ଭାରତ ଏହାର ଫାଇଦା ନେବ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଯେକୌଣସି ମୂଲ୍ୟରେ ବିଜୟ ପ୍ରାପ୍ତ ହୋଇ ପ୍ରଥମ ବିଶ୍ୱକପ୍ ନେବାକୁ ପ୍ରସ୍ତୁତ ଅଛି। ତଥାପି, ଏପରି ଏକ ଚିତ୍ର ଅଛି, ଯାହା ଜାଣିବା ପରେ ଆପଣ ବି କହିବେ, ନ୍ୟୁଜିଲ୍ୟାଣ୍ଡର ପରାଜୟ ନିଶ୍ଚିତ।

Advertisment

ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ତଥ୍ୟ ଶେୟାର କରିଛନ୍ତି। ଏହି ଚିତ୍ରରୁ ଦେଖିବାକୁ ମିଳେ ଯେ ୨୦୧୧ରୁ ୨୦୧୯ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଆୟୋଜକ ଦେଶ ଠାରୁ ପରାସ୍ତ ହୋଇଛି।

୨୦୧୧ରେ ହୋଇଥିବା ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାଠାରୁ ହାରିଥିଲା। ଏହି ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯାଇଥିଲା। ସେହିପରି ୨୦୧୫ରେ ଅଷ୍ଟ୍ରେଲିଆ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା।| ସେତେବେଳେ ଅଷ୍ଟ୍ରେଲିଆ ବିଶ୍ୱକପ୍ ଆୟୋଜନ କରୁଥିଲା। ୨୦୧୯ରେ ଇଂଲଣ୍ଡ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ସେତେବେଳେ ଇଂଲଣ୍ଡ ବିଶ୍ୱକପ୍‌ର ଆୟୋଜକ ଟିମ୍ ଥିଲା।

Advertisment

ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ଭାରତ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଯଦି ଦେଖାଯାଏ ତେବେ ଭାରତ ଏଥର ବିଶ୍ୱକପ ଆୟୋଜନ କରୁଛି। ଏହାର ଅର୍ଥ ଏଥର ମଧ୍ୟ ନ୍ୟୁଜିଲ୍ୟାଣ୍ଡ ପରାସ୍ତ ହୋଇପାରେ ଏବଂ ଭାରତ ଏହାର ଫାଇଦା ନେଇପାରେ। ତେବେ ଏହି ଆକଳନ ଠିକ୍ ବୋଲି ମାନେ ନାହିଁ। କ୍ରିକେଟ୍‌କୁ ନେଇ ସେମିତି କିଛି କୁହାଯାଇପାରିବ ନାହିଁ। ଏହା ଏକ ଅନିଶ୍ଚିତତାର ଖେଳ। ତେବେ ଖେଳେ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

Sports News Viral News Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ