Advertisment

୪୯ ବର୍ଷର ରେକର୍ଡ ଭାଙ୍ଗିଲା ଭାରତୀୟ ପୁରୁଷ ହକି ଟିମ୍‌, ସେପଟେ ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ମହିଳା ଦଳ

ଟୋକିଓରେ ଚମକିଲା ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ କ୍ରୀଡ଼ା ଇତିହାସରେ ଯୋଡିଲା ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ସେମି ଫାଇନାଲରେ ପହଞ୍ଚିଛି ମହିଳା ଟିମ୍। ତାହା ପୁଣି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମୂଳରୁ ହିଁ ଟପ୍ ଫେଭରାଇଟ୍ ଥିଲା। ମାତ୍ର ଅଣ୍ଡର ଡଗ୍ ଭାବେ ପଡ଼ଇାକୁ ଓହ୍ଲାଇ ଥିବା ଭାରତୀୟ ଟିମ୍ ଜବରଦସ୍ତ ଟକ୍କର ଦେଇଥିଲା।

ଅଦ୍ୟତନ ହୋଇଛି
୪୯ ବର୍ଷର ରେକର୍ଡ ଭାଙ୍ଗିଲା ଭାରତୀୟ ପୁରୁଷ ହକି ଟିମ୍‌, ସେପଟେ ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ମହିଳା ଦଳ

India Hockey

Advertisment

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଲାଗି ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ମହିଳା ଦଳ। ସେହିପରି ଦୀର୍ଘ ୪୯ ବର୍ଷ ପରେ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ଦଳ ବେଲଜିୟମକୁ ହରାଇ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି ଉଭୟ ପୁରୁଷ ଓ ମହିଳା ହକି। ଦଳର ଜବରଦସ୍ତ ପ୍ରଦର୍ଶନକୁ ନେଇ ଦେଶବ୍ୟାପୀ ଉତ୍କଣ୍ଠା ବଢିଥିବା ବେଳେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଟୋକିଓରେ ଚମକିଲା ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ କ୍ରୀଡ଼ା ଇତିହାସରେ ଯୋଡିଲା ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ସେମି ଫାଇନାଲରେ ପହଞ୍ଚିଛି ମହିଳା ଟିମ୍। ତାହା ପୁଣି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମୂଳରୁ ହିଁ ଟପ୍ ଫେଭରାଇଟ୍ ଥିଲା। ମାତ୍ର ଅଣ୍ଡର ଡଗ୍ ଭାବେ ପଡ଼ଇାକୁ ଓହ୍ଲାଇ ଥିବା ଭାରତୀୟ ଟିମ୍ ଜବରଦସ୍ତ ଟକ୍କର ଦେଇଥିଲା। ଆକ୍ରମଣ ପ୍ରତି ଆକ୍ରମଣ ଭିତରେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟରର ୨୨ତମ ମିନିଟରେ ଡ୍ରାଗ୍ ଫ୍ଲିକର ଗୁରଜିତ୍ କୌର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ, ଯାହାକି ନିର୍ଣ୍ଣାୟକ ହୋଇଥିଲା। ଶେଷ ଦୁଇ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଆକ୍ରମଣ ଲାଗି ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ସତର୍କ ଭାରତୀୟ ଖେଳାଳି ସେମାନଙ୍କ ସମସ୍ତ ଉଦ୍ୟମକୁ ପଣ୍ଡ କରିଦେବା ସହ ସ୍ମରଣୀୟ ବିଜୟ ହାସଲ କରିଛନ୍ତି।

Advertisment

ଉଭୟ ପୁରୁଷ ଓ ମହିଳା ହକି ଟିମର ଜବରଦସ୍ତ ପ୍ରଦର୍ଶନରେ ରହିଛି। ଓଡ଼ିଆ ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମହିଳା ଟିମରେ ଖେଳୁଥିବା ଦୀପ୍ଗ୍ରେସ ଏକ୍କା ଡିଫେନ୍ସରେ ଚମତ୍କାର ପ୍ରଦର୍ଶନ କରିବା ସହ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଗୋଲ କରିବାର ସୁଯୋଗ ଦେଇନଥିଲେ। ଫଳରେ ଐତିହାସିକ ସଫଳତା ପାଇଛି ମହିଳା ଟିମ୍। ଏପଟେ ପୁରୁଷ ଟିମରେ ଖେଳୁଥିବା ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ୍ ଭଲ ଫର୍ମରେ ଥିବା ବେଳେ ବିଜୟର କର୍ଣ୍ଣଧାର ସାଜିଛନ୍ତି।

ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଟିମର ସ୍ପନସର କରୁଥିବାରୁ ଅଲମ୍ପିକ୍ସସ ସଫଳତା ଓଡ଼ିଶା ପାଇଁ ସ୍ୱତନ୍ତ୍ର ମହତ୍ୱ ରଖୁଛି। ସେପଟେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖେଳାଳିଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ସେମି ଫାଇନଲାରେ ଆର୍ଜେଣ୍ଟିନାକୁ ଭେଟିବ ଭାରତୀୟ ମହିଳା ଟିମ୍। ସେପଟେ ଦୀର୍ଘ ୪୯ ବର୍ଷ ପରେ ଅଲମ୍ପିକ୍ ସେମି ଫାଇନାଲରେ ପହଞ୍ଚିଥିବା ଭାରତୀୟ ପୁରୁଷ ଟିମ୍ ହୃତଗୌରବ ଫେରାଇ ଆଣିବାକୁ ଉଦ୍ୟମ କରିବ। କ୍ୱାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଜବରଦସ୍ତ ବିଜୟ ପରେ ସେମିଫାଇନାଲରେ ଆସନ୍ତାକାଲି ବେଲଜିୟମ୍ ସହ ହେବ ପୁରୁଷ ଟିମର୍ ହେବ ମୁକାବିଲା।

India Tokyo Olympic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ