Advertisment

ନୂଆ କୋଚ୍‌ ଆଉ କ୍ୟାପ୍ଟେନ ସହ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ତିଆ; ଜାଣନ୍ତୁ କ’ଣ ରହିଛି ରଣନୀତି

ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଚ୍ୟାଲେଞ୍ଜ ନ୍ୟୁଜିଲାଣ୍ତ । ନୂଆ କୋଚ୍ ରାହୁଲ ଦ୍ରାବିଡ଼ ଓ ନୂଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ପ୍ରଥମ ଥର ପାଇଁ ପଡିଆକୁ ଓହ୍ଲାଇବ । ଟି୨୦ କ୍ୟାପଟେନସିପ୍‌ରୁ କୋହଲି ଓହରିବା ପରେ ରୋହିତଙ୍କୁ ଦାୟିତ୍ୱ ମିଳିଛି ।

Ind vs Nz T-20

Ind vs Nz T-20

Advertisment

ଜୟପୁର: ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଚ୍ୟାଲେଞ୍ଜ ନ୍ୟୁଜିଲାଣ୍ତ । ନୂଆ କୋଚ୍ ରାହୁଲ ଦ୍ରାବିଡ଼ ଓ ନୂଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ପ୍ରଥମ ଥର ପାଇଁ ପଡିଆକୁ ଓହ୍ଲାଇବ । ଟି୨୦ କ୍ୟାପଟେନସିପ୍‌ରୁ କୋହଲି ଓହରିବା ପରେ ରୋହିତଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିୟୋଜିତ ହୋଇଛନ୍ତି । ତେଣୁ ଏହି ସିରିଜ୍ ଭାରତୀୟ ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ଏହି ସିରିଜରେ କୋହଲିଙ୍କ ସମେତ ଜସପ୍ରୀତ ବୁମରାହ, ମହମ୍ମଦ ସାମୀ ଏବଂ ଜାଡେଜା ବିଶ୍ରାମ ନେବେ । କେଏଲ୍ ରାହୁଲ, ଭେଙ୍କେଟେଶ ଆୟର, ରୁତୂରାଜ ଗାଏକ୍ୱାଡ୍ ଭଳି ଯୁବ ଖେଳାଳିଙ୍କୁ ଏହି ମ୍ୟାଚ୍ ଦ୍ୱାରା ଏକ ନୂଆ ଦିଶା ମିଳିବ ବୋଲି ଆଶା କରାଯାଉଛି ।

Advertisment

ଆସନ୍ତାକାଲିଠୁ ଆରମ୍ଭ ହେବ ତିନି ଟିକିଆ ବିଶିଷ୍ଟ ଭାରତ-ନ୍ୟୁଜିଲାଣ୍ତ ଟି୨୦ ସିରିଜ୍ । ଜୟପୁରରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଡ୍ୟୁ ଫ୍ୟାକ୍ଟର ବେଶ ପ୍ରଭାବ ପକାଇପାରେ । ତେଣୁ ଏହାକୁ ପରଖିବା ପାଇଁ ଉଭୟ ଟିମ୍ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ପଡ଼ିଆରେ ଚାଲିବ ରୋହିତ ରାଜ । ରୋହିତ ଶର୍ମା ଏବେ ନୂଆ କ୍ୟାପ୍‌ଟେନ୍‌ । ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ହେଲେ ଟି-୨୦ ସ୍ପେସାଲିଷ୍ଟ ରୋହିତ ଶର୍ମା । ବିରାଟ୍ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ରୋହିତ ଶର୍ମା ମୁଣ୍ଡାଇଛନ୍ତି ଭାରତୀୟ ଟି-୨୦ ଦଳର ଭାର । ଏବେ ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ମ୍ୟାଚ୍‌ ଖେଳିବ । ସେହିଭଳି ଲୋକେଶ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ଭାରତୀୟ ଟିମରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଟିମ୍‌ରେ ଋତୁରାଜ, ଶ୍ରେୟସ, ସୂର୍ଯ୍ୟକୁମାର, ଋଷଭ, ଇଶାନ୍‌ କିଶନ୍‌, ଭେଙ୍କଟେସ୍ ଆୟର୍, ୟୁଜବେନ୍ଦ୍ର ଚହଲ, ଆର୍‌ ଅଶ୍ୱିନ୍, ଅକ୍ସର ପଟେଲ, ଆଭିସ ଖାନ୍‌, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ସଲ ପଟେଲ, ମହମ୍ମଦ ସିରାଜଙ୍କୁ ସୁଯୋଗ ଦିଆଯାଇଛି ।

Advertisment
Ind Vs Nz T-20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ