Advertisment

ଧର୍ମଶାଳାରେ ଇଂଲଣ୍ତ ବିପକ୍ଷ ଅନ୍ତିମ ଟେଷ୍ଟ; ଡେବ୍ୟୁ କଲେ ଦେବଦତ୍ତ ପାଡିକଲ୍‌

ଶେଷ ଟେଷ୍ଟରେ ଇଂଲଣ୍ତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପାଦିକଲ୍‌ ଡେବ୍ୟୁ କରିଛନ୍ତି। ତେବେ କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରିଛି।

ଅଦ୍ୟତନ ହୋଇଛି
Ind Vs Eng Test Series

Ind Vs Eng Test Series

Advertisment

ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ। ସିରିଜରେ ଟିମ ଇଣ୍ଡିଆ ୩-୧ରେ ଆଗୁଆ ଥିବା ବେଳେ ଶେଷ ମ୍ୟାଚରେ ବିଜୟୀ ହେବାକୁ ଉଦ୍ୟମ କରିବ ଦଳ। ସେପଟେ ଶେଷ ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ବି ଜୋରଦାର ପ୍ରୟାସ କରୁଛି। ମ୍ୟାଚ ପୂର୍ବରୁ ଇଂଲଣ୍ଡ ଟିମ୍ ନିଜର ଫ୍ଲେଇଙ୍ଗ-୧୧ ଘୋଷଣା କରିଛି। ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଦଳର ଦ୍ରୁତ ବୋଲର ମାର୍କ ଉଡ୍ ଦଳକୁ ଫେରିଛନ୍ତି। ଅପରପକ୍ଷରେ ଓଲି ରବିନସନଙ୍କୁ ରାଞ୍ଚି ଟେଷ୍ଟ ପରେ ଦଳରୁ ବାହାରେ ରଖାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ନିର୍ବାଚନ ଲଢିବେନି ଗୌତମ ଗମ୍ଭୀର... ସକ୍ରିୟ ରାଜନୀତିରୁ ନେବେ ସନ୍ନ୍ୟାସ !

ଶେଷ ଟେଷ୍ଟରେ ଇଂଲଣ୍ତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପାଦିକଲ୍‌ ଡେବ୍ୟୁ କରିଛନ୍ତି। ଅଶ୍ୱିନ୍‌ ମଧ୍ୟ ନିଜର ୧୦୦ ତମ ଟେଷ୍ଟ ଖେଳୁଛନ୍ତି। ତେବେ କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରିଛି। ଦଳରେ ଅନେକ ନୂଆ ଚେହେରାଙ୍କୁ ନେଇ ରୋହିତ ଫିଲ୍ଡରେ କମାଲ କରି ଦେଖାଇଛନ୍ତି। ତେବେ ଏହି ମ୍ୟାଚ୍‌ରେ ଇଂଲଣ୍ତ ଦ୍ରୁତ ବୋଲର୍‌ ଜେମସ୍‌ ଆଣ୍ତରସନ୍‌ ୭୦୦ ୱିକେଟ୍‌ ଲକ୍ଷ୍ୟରେ ଦମଦାର ପ୍ରଦର୍ଶନ ଦେଖାଇବେ ବୋଲି ଆଶା ରହିଛି। ଧର୍ମଶାଳା କ୍ରିକେଟ ଗ୍ରାଉଣ୍ତଟି ଫାଷ୍ଟ ବୋଲର୍‌ଙ୍କୁ ବେଶ୍ ସୁହାଇବ ବୋଲି କୁହାଯାଉଛି।

Advertisment

ଯଶପ୍ରୀତ ବୁମରା ଟିମକୁ ଫେରିଥିବା ବେଳେ ମହମ୍ମଦ ସିରାଜ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଅନ୍ୟପଟେ ଇଂଲଣ୍ତ ଫାଷ୍ଟ ବୋଲର ମାର୍କ ଉଡ଼ଙ୍କୁ ଦଳରେ ସାମିଲ କରିଛି। ତେବେ ଚତ୍ମକାର ଫର୍ମରେ ଥିବା ଯଶସ୍ୱୀ ଜଏସ୍ୱାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ୍‌, ଶୁବମନ ଗିଲ୍‌, ଦେବଦତ୍ତ ପାଡିକଲ୍‌, ରବୀନ୍ଦ୍ର ଜାଡ଼େଜା, ସର୍‌ଫରାଜ ଖାନ୍‌, ଧ୍ରୁବ ଜୁରେଲ୍‌, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍ରା

Advertisment

ଇଂଲଣ୍ତ ଦଳ: ଜାକ୍‌ କ୍ରଲି, ବେନ୍‌ ଡକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ, ବେନ୍‌ ଫୋକ୍ସ, ଟମ୍‌ ହାର୍ଟଲି, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ୍‌, ସୋଏବ୍‌ ବଶିର

Ind Vs Eng
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ