Advertisment

କୋହଲିଙ୍କ ଗୁଣଗାନ କଲେ UPSC ଟପ୍ପର; କହିଲେ, IAS ହେବା ପଛରେ ରହିଛି ତାଙ୍କ ହାତ

ତେଲେଙ୍ଗାନାର ଅନନ୍ୟା ରେଡ୍ଡିଙ୍କ UPSC ସଫଳତା କାହାଣୀ ଏବେ ବେଶ୍‌ ଚର୍ଚ୍ଚାରେ। ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି ଅନନ୍ୟା।

UPSC topper Ananya Reddy

UPSC topper Ananya Reddy

Advertisment

UPSC ପରୀକ୍ଷାରେ ସଫଳତାର କାହାଣୀ ଅନେକ ଶୁଣିଥିବେ। ତେବେ ପ୍ରଥମ ପ୍ରୟାସରେ ସଫଳ ହେବା ସହ IAS ବନିବାକୁ ଯାଉଥିବା ଏହି ୨୨ ବର୍ଷିୟା ଝିଅଙ୍କ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦବ। କାରଣ ତାଙ୍କର ଆଦର୍ଶ ଜଣେ କିମ୍ବଦନ୍ତୀ କ୍ରିକେଟର। ତେଲେଙ୍ଗାନାର ଅନନ୍ୟା ରେଡ୍ଡିଙ୍କ UPSC ସଫଳତା କାହାଣୀ ଏବେ ବେଶ୍‌ ଚର୍ଚ୍ଚାରେ। ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି ଅନନ୍ୟା।

Advertisment

କେବଳ ସେତିକି ନୁହେଁ ଅନନ୍ୟା କହିଛନ୍ତି, ବିରାଟ କୋହଲି ପସନ୍ଦର ଖେଳାଳି ଓ ତାଙ୍କୁ ଲଢୁଆ ମନୋଭାବ ପ୍ରେରଣା ଯୋଗାଇଛି। ଫଳାଫଳର ଉପରେ ଧ୍ୟାନ ନ ଦେଇ ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବା ଜରୁରୀ। କୌଣସି ବି ପରିସ୍ଥିତିରେ ପରାଜୟ ସ୍ୱୀକାର ପ୍ରସ୍ତୁତ ନହେବା ମନୋଭାବ ଆବଶ୍ୟକ। କ୍ରିକେଟ ମୈଦାନରେ ବିରାଟଙ୍କ ଏପରି ମନୋଭାବ ପ୍ରଭାବିତ କରିଥିଲା କହିଛନ୍ତି ଅନ୍ୟନ୍ୟା। ୟୁପିଏସିରେ ସଫଳତା ସହଜ ନୁହେଁ କୁହାଯାଏ, ଏହି ପରୀକ୍ଷା ପ୍ରସ୍ତୁତି ପାଇଁ ଦରକାର ପଡ଼େ ଏକାଗ୍ରତା ଓ କଠିନ ପରିଶ୍ରମ। ପୁଣି ମାସେ କିମ୍ବା ଦୁଇ ମାସ ନୁହେଁ ପ୍ରାୟ ଦେଢ଼ ବର୍ଷର ସମୟ। ଏହି ସମୟ ଭିତରେ ପରୀକ୍ଷା ହୁଏ ପରୀକ୍ଷାର୍ଥୀର ନିଷ୍ଠା, ନିରନ୍ତର ଏକଗ୍ରତା ଓ ପରିଶ୍ରମ।

ତେଲେଙ୍ଗାନା ମେହବୁବନଗର ଜିଲ୍ଲାର ଅନନ୍ୟା ଏକ ମଧ୍ୟବିତ୍ତ ପରିବାରର ଝିଅ। ମାଆ ମଞ୍ଜୁଳା ହୋମ ମେକର ଓ ବାପା ଜଣେ ଛୋଟ ବ୍ୟବସାୟୀ। ଦିଲ୍ଲୀର ମିରାଣ୍ଡା ହାଉସ କଲେଜରୁ ବିଏ ପାସ୍ କରିବା ପରେ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି। ଆଉ ଗୋଟିଏ ବର୍ଷ ଭିତରେ ପ୍ରଥମ ପ୍ରୟାସରେ ହୋଇଛନ୍ତି କୃତକାର୍ଯ୍ୟ।

Advertisment

ମଙ୍ଗଳବାର ୟୁପିଏସି ସିଭିଲ ସର୍ଭିସ୍ ପରୀକ୍ଷା 2023ର ଫଳାଫଳ ଘୋଷଣା କରିଛି। ଏଥିରେ ୨୨ ବର୍ଷୀୟା ଅନନ୍ୟା ସର୍ବ ଭାରତୀୟ ରାଙ୍କରେ ହାସଲ କରିଛନ୍ତି ତୃତୀୟ ସ୍ଥାନ । ତାଲିକାର ପ୍ରଥମ ସ୍ଥାନରେ ଆଦିତ୍ୟ ଶ୍ରୀବାସ୍ତବ ଓ ଦ୍ୱିତୀୟରେ ରହିଛନ୍ତି ଅନିମେଶ ପ୍ରଧାନ।

Virat Kohli UPSC IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ