Hockey fever grips Rourkela
ରାଉରକେଲା : ଏବେଠୁ ରାଉରକେଲାରେ ଦେଖିବାକୁ ମିଳିଲାଣି ହକି ଫିଭର। ଯୁଆଡେ ଦେଖିବେ ସିଆଡେ ଭଳିକି ଭଳି କାର୍ଯ୍ୟକ୍ରମ ସାଙ୍ଗକୁ ନୂଆନୂଆ ଷ୍ଟଲ। ଆଉ ଷ୍ଟଲ ସାମ୍ନାରେ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍। ହକି ବିଶ୍ୱକପକୁ ଆଖିରେ ରଖି ଆରମ୍ଭ ହୋଇଛି ରାଇଟ ଷ୍ଟିଟ ଫୁଡ ମେଳା । ଲାଗିଛି ଭଳିକି ଭଳି ଖାଦ୍ୟପେୟ ଷ୍ଟଲ। ଚିକେନ ବିରିୟାନି, ମଟନ ବିରିୟାନି, ଚିଙ୍ଗୁଡି ବିରିୟାନି, ଲିଟି ଚୋଖା, ଗୁପଚୁପ, ଚାଟ୍, ଭଳିକି ଭଳି କେକ, ଚିକେନ୍ ପକୋଡା, ଚାଉମିନ, ପନିର ଚିଲି ଭଳି ଭଳିକି ଭଳି ଖାଦ୍ୟର ମେଲିଛି ପସରା ।
ଶୀତୁଆ ସଂନ୍ଧ୍ୟାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କର ଲାଗିଛି ଭିଡ। ଖାଲି ସେତିକି ନୁହେଁ ମିଠା ପାନର ଆସର ମଧ୍ୟ ଦେଖିବାକୁ ମିଳୁଛି । କେବଳ ରଜ ସମୟରେ ପାନ ଷ୍ଟଲରେ ଭିଡ ଲାଗେ ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ରାଉରକେଲାରେ ଅଦିନିଆ ସମୟରେ ପାନ ଦୋକାନରେ ଲାଗିଛି ଭିଡ। କେବଳ ସେତିକି ନୁହେଁ ଛେନାପୋଡ ସାଙ୍ଗକୁ ମିଠାର ମଧ୍ୟ ଷ୍ଟଲ ଲାଗିଛି। ଆାଉ ସବୁଠାରୁ ଅଧିକ ଭିଡ ଲାଗିଛି ସେଲଫି ଷ୍ଟଲରେ...ଆଉ ଏହି ଷ୍ଟଲ ସାମ୍ନାରେ ଛିଡା ହୋଇ ସେଲଫି ନେଉଛନ୍ତି ଦର୍ଶକ....
ତେବେ ସ୍ଥାନୀୟ ବାସନ୍ତୀ କଲୋନି ଡିଏଭି ପୋଖରୀ ନିକଟରେ ଲାଗିଛି ଏ ଫୁଡ ମେଳା । ହକି ବିଶ୍ୱକପ ପାଇଁ ହୋଇଛି ଏପରି ସାନଦାର ଆୟୋଜନ କରାଯାଇଛି । ଡିସେମ୍ବର ୨୩ ତାରିଖରୁ ଆଜି ରାତି ଦଶଟା ଯାଏଁ ଚାଲିବ ଏ କାର୍ଯ୍ୟକ୍ରମ। ନାଚଗୀତ ସାଙ୍ଗକୁ ଖାଇବା ପିଇବାର ମଜା ନେଉଛନ୍ତି ରାଉରକେଲାର ଲୋକେ। ଆଗକୁ ଏପରି କାର୍ଯ୍ୟକ୍ରମ ସହିତ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଥିବା କୁହାଯାଉଛି । ତେବେ ହକିକୁ ନେଇ ସଜେଇ ହୋଇଛି ପୂରା ରାଉରକେଲା...
ରାଉରକେଲାରୁ କ୍ୟାମେରା ପର୍ସନ ଗଣେଶ ସାହୁଙ୍କ ସହ ପୱନ ତିୱାରୀଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671958652.jpg)