Advertisment

ଟିମ୍‌ ଇଣ୍ତିଆକୁ ବଡ଼ ଝଟକା; ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା

ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ପାଣ୍ଡ୍ୟା।

ଅଦ୍ୟତନ ହୋଇଛି
Hardik Pandya

Hardik Pandya

Advertisment

ବିଶ୍ବକପ୍‌ କ୍ରିକେଟ୍‌ରେ ଭାରତକୁ ଶକ୍ତ ଝଟ୍‌କା। ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଆହତ ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଟିମ୍‌ରେ ସାମିଲ୍ କରାଯାଇଛି। ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ପାଣ୍ଡ୍ୟା। ମ୍ୟାଚ୍‌ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତେବେ ତାଙ୍କର ଖେଳିବା ନେଇ ଅନେକ ପ୍ରଶ୍ନ ଉଠୁଥିଲା।

Advertisment

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ସେ ମ୍ୟାଚ୍‌ ଅଦାରୁ ଫିଲ୍ଡରୁ ବାହାରି ଯାଇଥିଲେ। ଏଥିପାଇଁ ସେ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ମୁକାବିଲା ଖେଳି ପାରି ନଥିଲେ। ତେବେ ବିଶ୍ୱକପର ଶେଷ ଲିଗ ମ୍ୟାଚ୍‌ ବେଳକୁ ହାର୍ଦ୍ଦିକ ପାଣ୍ତ୍ୟା ଫେରିବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ପାଣ୍ତ୍ୟା ବିଶ୍ୱକପ୍‌ରୁ ବାଦ ପଡ଼ିବା ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Advertisment

ପାଣ୍ତ୍ୟାଙ୍କ ବଦଳରେ ଫାଷ୍ଟ ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି। ପ୍ରସିଦ୍ଧ ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିଥିଲେ।

Hardik Pandya Team India Ruled Out 2023 Men's World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ