Advertisment

IPL ବିଜୟ ପରେ ପାଣ୍ଡ୍ୟାଙ୍କ ଭିକ୍ଟ୍ରି ରାଲି; ଖୋଲା ବସ୍‌ରେ ଅନ୍ୟ କ୍ରିକେଟରଙ୍କ ସହ ବୁଲିଲେ ପାଣ୍ଡ୍ୟା

ଆଇପିଏଲ୍ ବିଜୟ ପରେ ଗୁଜରାଟ ଗାନ୍ଧିନଗରରେ ଧୁମଧାମ୍‌ରେ ବିଜୟ ଉତ୍ସବ ପାଳନ ।

ଅଦ୍ୟତନ ହୋଇଛି
Gujarat Titans participates in victory parade to celebrate the IPL 2022 title

Gujarat Titans participates in victory parade to celebrate the IPL 2022 title

Advertisment

ଆଇପିଏଲ୍ ବିଜୟ ପରେ ପାଣ୍ଡ୍ୟାଙ୍କ ଭ୍ରିକ୍ଟ୍ରି ରାଲି । ଗୁଜରାଟ ଟାଇଟନସ ଆଇପିଏଲ ଜିତିବା ପରେ ଅହମ୍ମଦାବାଦ ଏକ ପ୍ରକାର ଉତ୍ସବ ମୁଖର ହୋଇପଡିଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳାଳିମାନେ ଗାନ୍ଧିନଗରରେ ଖୋଲା ବସ୍‌ରେ ଯାଇ ପ୍ରଶଂସକଙ୍କ ସହ ସ୍ମରଣୀୟ ବିଜୟର ଖୁସି ମନାଇଛନ୍ତି ।

Advertisment

ପ୍ରଶଂସକ ନିଜ ଖେଳାଳିମାନଙ୍କୁ ପାଖରେ ପାଇଁ ଖୁସିରେ ବିଭୋର ହୋଇପଡିଥିଲେ । ଅଧିନାୟକ ପାଣ୍ଡ୍ୟା ଏଥିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ଅହମ୍ମଦାବାଦର ହଜାର ହଜାର ସମର୍ଥକ ରାସ୍ତାର ଦୁଇ ପାର୍ଶ୍ୱରେ ଛିଡା ହୋଇ ଦଳକୁ ଅଭିବାଦନ ଜଣାଇଥିଲେ । ଏକ ଖୋଲା ବସ୍‌ରେ ପରେଡ୍ ଉସମାନପୁରା ରିଭରଫ୍ରଣ୍ଟଠାରୁ ଆରମ୍ଭ ହୋଇ ବିଶ୍ୱକୁଞ୍ଜ ରିଭରଫ୍ରଣ୍ଟଠାରେ ଶେଷ ହୋଇଥିଲା ।

Advertisment

ପ୍ରଶଂଶକ ବ୍ରିଜ୍ ଉପରେ ଠିଆହୋଇ ସ୍ୱାଗତ ପାଇଁ ଉପରୁ ଫୁଲ ବୃଷ୍ଟି କରିଥିଲେ । ପରେଡ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ ଦଳର ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଚଳିତବର୍ଷ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଘରୋଇ ପରିବେଶରେ ମାତ୍ର ଗୋଟିଏ ଫାଇନାଲ ମ୍ୟାଚ ଖେଳି ବିଜୟୀ ହୋଇଥିଲା । ଫାଇନାଲ୍ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ମାତ୍ ଦେଇ ଆଇପିଏଲ୍-୨୦୨୨ର ବିଜେତା ହୋଇଛି ।ପ୍ରଥମେ ବ୍ୟାଟିଂ କରି ୧୩୧ ରନ୍‌ର ଲୋ ସ୍କୋର ଟାର୍ଗେଟ ଦେଇଥିଲା ରାଜସ୍ଥାନ । ଏହାର ପିଛା କରି ଗୁଜରାଟ ୨୩ ରନ୍‌ରେ ୨ଟି ୱିକେଟ୍ ହରାଇଥିଲା । କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶୁବମନ୍ ଗିଲ୍‌ଙ୍କ ୬୩ ରନ୍‌ର ପାଟନରସିପ୍ ଟିମ୍‌କୁ ବିଜୟ ଯାଏଁ ପହଞ୍ଚାଇଥିଲେ ।

Advertisment
Gujarat Titans
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ