ଚାଲିପାରୁ ନାହାନ୍ତି ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ଭିଡିଓ ଭାଇରାଲ୍

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ ! ଭେଟେରାନ କ୍ରିକେଟର ଚାଲିବାକୁ ସଂଘର୍ଷ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।

Vinod kambli

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ ! ଭେଟେରାନ କ୍ରିକେଟର ଚାଲିବାକୁ ସଂଘର୍ଷ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ସେ ଚାଲିବା ପାଇଁ ପ୍ରଥମେ ଏକ ପାର୍କିଂ ହୋଇଥିବା ବାଇକ୍ ର ସାହାରା ନେଉଛନ୍ତି, ତାପରେ ଲୋକମାନେ ତାଙ୍କ ଅବସ୍ଥା ଦେଖି ସାହାଯ୍ୟ କରୁଥିବା ଦେଖାଯାଇଛି । ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଏହି ଭିଡିଓ ସେୟାର କରିଛନ୍ତି ।

ଅଧିକ ପଢ଼ନ୍ତୁ: Paris Olympics 2024: ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଏହି ଭିଡିଓର କ୍ୟାପସନରେ ୟୁଜର୍ସ ଜଣଙ୍କ ଲେଖିଛନ୍ତି, "ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲନାହିଁ । ଗତ କିଛି ବର୍ଷ ଧରି କାମ୍ବଲି, ସ୍ୱାସ୍ଥ୍ୟ ସମସ୍ୟା ଓ ବ୍ୟକ୍ତିଗତ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ହାର୍ଟ ସମସ୍ୟା ଓ ଡିପ୍ରେସନ ନେଇ ସେ ଏକାଧିକବାର ହସପିଟାଲରେ ମଧ୍ୟ ଭର୍ତ୍ତି ହୋଇଛନ୍ତି ।" ଜଣେ ପୋଲିସ ଅଫିସର ତାଙ୍କୁ ହସ୍ପିଟାଲ ନେଇଛନ୍ତି । ୨୦୧୨ରେ କାମ୍ବଲିଙ୍କର ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା ମଧ୍ୟ ହୋଇଛି ।

କାମ୍ବଲି ଭାରତ ପାଇଁ ୧୦୪ଟି ଏକଦିବସୀୟ ଓ ୧୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ନିଜ ସମୟରେ ସେ ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଜଣେ ଥିଲେ । ତେବେ ନିଜର ଖରାପ ଅଭ୍ୟାସ ପାଇଁ ସେ ଭାରତୀୟ ଟିମରୁ ସ୍ଥାନ ହରାଇଥିଲେ । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଭଲ ବନ୍ଧୁ ହେଉଛନ୍ତି ବିନୋଦ କାମ୍ବଲି । ମାତ୍ର କାମ୍ୱଲି ଆର୍ଥିକ ସଂଘର୍ଷ ସମୟରେ ମହାନ ବ୍ୟାଟର ସଚିନଙ୍କୁ ସମାଲୋଚନା କରିବା ପରେ ଉଭୟ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା ବୋଲି କୁହାଯାଏ । ତେବେ କାମ୍ବଲି ନିଜର ମିଛ ଅଭିଯୋଗ ପାଇଁ କ୍ଷମା ମାଗିବା ପରେ ବିବାଦର ଅନ୍ତ ହୋଇଥିଲା ।