Advertisment

ଟୋକିଓ ଅଲିମ୍ପିକ୍‌ ଭିଲେଜ୍‌ରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର ୬ ଦିନ ପୂର୍ବରୁ ଅଲିମ୍ପିକ୍‌ ଭିଲେଜ୍‌ରୁ ପ୍ରଥମ କରୋନା କେସ୍‌ ଚିହ୍ନଟ ହୋଇଛି। ପଜିଟିଭ୍‌ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍‌ ଭିଲେଜ୍‌ରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

Tokyo Olympic

Advertisment

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର ୬ ଦିନ ପୂର୍ବରୁ ଅଲିମ୍ପିକ୍‌ ଭିଲେଜ୍‌ରୁ ପ୍ରଥମ କରୋନା କେସ୍‌ ଚିହ୍ନଟ ହୋଇଛି। ପଜିଟିଭ୍‌ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଟୋକିଓ ଅର୍ଗାନାଇଜିଂ କମିଟିର ପ୍ରବକ୍ତା ମାସା ଟାକାୟା ପ୍ରେସ୍‌ କନ୍‌ଫରେନ୍ସରେ ସୂଚନା ଦେଇ କହିଛନ୍ତି, ‘ଭିଲେଜ୍‌ରୁ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭିଲେଜ୍‌ରେ ଏହା ପ୍ରଥମ କେସ୍‌ ଥିଲା। ସ୍କ୍ରିନିଂ ଟେଷ୍ଟ୍‌ ବେଳେ ସମ୍ପୃକ୍ତ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। 

Advertisment

ସୂଚନା ଅନୁସାରେ, ପଜିଟିଭ୍‌ ଚିହ୍ନଟ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏବେ ଅଲିମ୍ପିକ୍‌ ଭିଲେଜ୍‌ରେ ରହିବାକୁ ବାରଣ କରାଯାଇଛି। ଅଲିମ୍ପିକ୍ସ ସମୟରେ ଆଥ୍‌ଲେଟ୍‌ ଓ ଅଧିକାରୀମାନେ ଏହି ଗାଁରେ ରହିବାକୁ ଥିବାବେଳେ ସେମାନଙ୍କର ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ବ୍ୟକ୍ତି ଜଣକ ଏକ ହୋଟେଲରେ ରହିଛନ୍ତି।

ଟୋକିଓ ୨୦୨୦ ଗେମ୍ସ ଆୟୋଜକ ମୁଖ୍ୟ କହିଛନ୍ତି, କେହିବି ଯେଭଳି କରୋନା ସଂକ୍ରମିତ ନହୁଅନ୍ତି, ଏନେଇ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ମହାମାରୀ କରୋନା ଯୋଗୁ ବର୍ଷେ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯାଇଥିଲା। 

Advertisment

ଆସନ୍ତା ୨୩ରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ।  ଏଥିପାଇଁ ଅଲିମ୍ପିକ୍‌ ଭିଲେଜରେ ବିଭିନ୍ନ ଦେଶର କ୍ରୀଡାବିତ୍ ମାନେ ପହଞ୍ଚି ସାରିଛନ୍ତି। ଟୋକିଓରେ ପହଞ୍ଚୁଥିବା ସବୁ ଆଥଲେଟ, କୋଚ୍ ଓ ଟେକନିକାଲ ଷ୍ଟାଫଙ୍କ ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଉଛି। ଆଜି ସକାଳେ ଭାରତୀୟ ସୁଟିଂ ଟିମ୍ ଟୋକିଓରେ ପହଞ୍ଚିଛନ୍ତି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ଡୋଇଥିଲେ। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଓ୍ୱିକେଟ କିପର୍‌-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜୁଲାଇ ୧୮ରେ ପୁଣିଥରେ ତାଙ୍କର କରୋନା ଟେଷ୍ଟ କରାଯିବ। ଜୁନ୍‌ ୨୯ରେ ଋଷଭ ୟୁରୋ ୨୦୨୦ ପ୍ରି କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ ଋଷଭ।

Tokyo Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ