Advertisment

FIFA World Cup 2022: ସେମିରେ କଡ୍ଡା ଟକ୍କର, ସାମ୍ନାସାମ୍ନି ହେବେ ଆର୍ଜେଣ୍ଟିନା-କ୍ରୋଏସିଆ ଓ ଫ୍ରାନ୍ସ-ମରକ୍କୋ

କ୍ୱାର୍ଟର ଫାଇନାଲ୍‌ର କର ବା ମର ମ୍ୟାଚରେ ଦଳ ବିଶ୍ୱକପ୍ ଫେଭରାଇଟ ପର୍ତ୍ତୁଗାଲକୁ ୧-୦ ଗୋଲରେ ମାତ୍ ଦେଇଛି । ଫଳରେ ପର୍ତ୍ତୁଗାଲ ଏବଂ ଇଂଲଣ୍ଡ ଟିମ୍ ବିଶ୍ୱକପ୍‌ରୁ ବିଦା ହୋଇଛନ୍ତି ।

FIFA World Cup 2022

FIFA World Cup 2022

Advertisment

ଫିଫା ବିଶ୍ୱକପ ସେମିରେ ଫ୍ରାନ୍ସ ଇଂଲଣ୍ଡକୁ ୨-୧ ଗୋଲ୍‌ରେ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ପର୍ତ୍ତୁଗାଲ୍‌କୁ ହରାଇ ପ୍ରଥମ ଆଫ୍ରିକୀୟ ଟିମ୍ ଭାବେ ବିଶ୍ୱକପ୍ ସେମିକୁ ଯାଇ ଇତିହାସ ରଚିଛି ମରକ୍କୋ ଟିମ୍ । କ୍ୱାର୍ଟର ଫାଇନାଲ୍‌ର କର ବା ମର ମ୍ୟାଚରେ ଦଳ ବିଶ୍ୱକପ୍ ଫେଭରାଇଟ ପର୍ତ୍ତୁଗାଲକୁ ୧-୦ ଗୋଲରେ ମାତ୍ ଦେଇଛି । ଫଳରେ ପର୍ତ୍ତୁଗାଲ ଏବଂ ଇଂଲଣ୍ଡ ଟିମ୍ ବିଶ୍ୱକପ୍‌ରୁ ବିଦା ହୋଇଛନ୍ତି ।

Advertisment

ଆସନ୍ତା ୧୪ ତାରିଖରେ ସେମି ଫାଇନାଲ୍ ମୁକାବିଲା ହେବ । ପ୍ରଥମ ସେମିରେ ଆର୍ଜେଣ୍ଟିନା-କ୍ରୋଏସିଆ ମଧ୍ୟରେ ଟକ୍କର ହେବାକୁ ଥିବା ବେଳେ ଦ୍ୱିତୀୟ ସେମିରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ମରକ୍କୋ । ଅଲ୍‌ ଥୁମାମା ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ତୃତୀୟ କ୍ୱାର୍ଟରଫାଇନାଲ୍‌ରେ ମରକ୍କୋ ୧-୦ ଗୋଲ୍‌ରେ ପର୍ତୁଗାଲ୍‌କୁ ହରାଇ ଏହି ସଫଳତା ପାଇଛି। ଏହାଫଳରେ ରୋନାଲ୍ଡୋଙ୍କ ବିଶ୍ବକପ୍‌ ଜିତିବା ସ୍ୱପ୍ନ ଧୂଳିସାତ୍‌ ହୋଇଛି। ଏହା ପୂର୍ବରୁ ପ୍ରିକ୍ୱାର୍ଟର ଫାଇନାଲ୍‌ରେ ପୂର୍ବତନ ବିଜେତା ସ୍ପେନ୍‌କୁ ମଧ୍ୟ ହରାଇ ବିପର୍ଯ୍ୟୟ ଘଟାଇଥିଲା ମରକ୍କୋ।

FIFA World Cup 2022 France Morocco
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ