FIFA U-17 Women's World Cup Logo Unveiled
ଉନ୍ମୋଚିତ ହେଲା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ୍ ଲୋଗୋ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋ ଉନ୍ମୋଚନ କରିଛନ୍ତି। କିକ୍ ଅଫ୍ ଦି ଡ୍ରିମ୍ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଲୋଗୋ ସହ ଟ୍ରଫି ମଧ୍ୟ ଉନ୍ମୋଚନ କରିଛନ୍ତି। ଅକ୍ଟୋବର ୧୧ରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ୍ ଆରମ୍ଭ ହେବ।
ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ସର୍ବଭାରତୀୟ ଫୁଟବଲ୍ ମହାସଂଘରେ ତୃତୀୟ ପକ୍ଷର ମାତ୍ରାଧିକ ହସ୍ତକ୍ଷେପ ଦର୍ଶାଇ ସଙ୍ଗଠନ ଉପରେ ନିଲମ୍ବନ ଆଦେଶ ଦେଇଥିଲା ଫିଫା।
ତେବେ ଫିଫାର ବ୍ୟୁରୋ ଅଫ୍ କାଉନସିଲ ତୁରନ୍ତ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଭାରତରେ ହେବାକୁ ଥିବା ଫିଫା ଜୁନିୟର ମହିଳା ବିଶ୍ୱକପ୍ ଫୁଟବଲ୍ ପାଇଁ ଥିବା ବାଧକ ହଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1662798873.jpg)