ବିଶ୍ୱକପ୍ ଜିତିବା ପରେ ଚର୍ଚ୍ଚାରେ ଶେଫାଳି ବର୍ମା : ଆସନ୍ତୁ ତାଙ୍କ ସମ୍ପର୍କରେ ଜାଣିବା . .

ବିଶ୍ୱକପ୍ ଜିତିବା ପରେ କୋହ ରୋକିପାରିଲେନି ଶେଫାଳି ବର୍ମା । ଆଖିରୁ ବହିଯାଇଥିଲା ଧାରଧାର ଖୁସିର ଲୁହ ।

Shafali Verma

ଅଣ୍ଡର ନାଇଣ୍ଟିନ୍ ମହିଳା T-20 ବିଶ୍ୱକପ୍ ଜିତିବା ପରେ ଚର୍ଚ୍ଚାରେ ଶେଫାଳି ବର୍ମା । ତାଙ୍କ ନେତୃତ୍ୱରେ ମହିଳା ଜୁନିଅର୍ ଟିମ୍ ବିଶ୍ୱକପ୍ ହାତେଇଥିବା ବେଳେ ଶେଫାଳି ଓ ଟିମକୁ ଛୁଟିଛି ଶୁଭେଚ୍ଛାର ସୁଅ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ମଧ୍ୟ ଶେଫାଳିଙ୍କ ପରିବାରକୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପଟେ ବିଜୟ ମୁକୁଟ ପିନ୍ଧିବା ପରେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ ଶେଫାଳି । ଆଖିରୁ ବୋହି ଯାଇଥିଲା ଧାର ଧାର ଲୁହ ... ।

ଦେଶ ପାଇଁ ଗର୍ବ ସାଜିଲେ ଭାରତ କୀ ବେଟି । ପ୍ରଥମ ଥର ଆୟୋଜିତ ଅଣ୍ଡର-19 ମହିଳା ବିଶ୍ୱକପରେ ଚାମ୍ପିଅନ୍ ହେଲା ଭାରତ ଭାରତୀୟ ଜୁନିଅର ମହିଳା ଟିମ୍ । ଏହି ସଫଳତା ପରେ ସବୁଠି ସେଲିବ୍ରେସନର ମାହୋଲ୍ । କେଉଁଠି ବାଜା ବାଣ ତ କେଉଁଠି ନାଚ ଗୀତ ସହ ଚାଲିଛି ବିଜୟ ଉତ୍ସବ ପାଳନ । ଫାଇନାଲ୍ ମ୍ୟାଚରେ ଇଂଲଣ୍ଡକୁ ୭ ଓ୍ୱିକେଟ୍ରେ ମାତ୍ ଦେଇ ଜୁନିଅର ମହିଳା ଟିମ୍ ଭାରତୀୟ କ୍ରିକେଟ୍ ଇତିହାସରେ ଯୋଡ଼ିଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ... ।

ସେଠି ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆର ଖୁସି, ଏଣେ ହରିୟାଣା ରୋହତକରେ ବି ଜୋରଦାର ସେଲିବ୍ରେସନ୍ । ଅଣ୍ଡର୍ ନାଇଣ୍ଟିନ୍ ଭାରତୀୟ ମହିଳା ଟିମର କପ୍ତାନ୍ ଶେଫାଳି ବର୍ମା ସଫଳତା ସାଉଁଟିବା ପରେ, ପରସ୍ପରକୁ ମିଠା ଖୁଆଇ ଖୁସିରେ ଝୁମୁଛନ୍ତି ଶେଫାଳିଙ୍କ ପରିବାର ଓ ସଂପର୍କୀୟ । କେବଳ କ୍ୟାପଟେନ୍ ଶେଫାଳିଙ୍କ ପରିବାର ନୁହଁନ୍ତି, ଟିମର ଅନ୍ୟ ସଦସ୍ୟଙ୍କ ଘରେ ବି ଉତ୍ସବମୁଖର ପରିବେଶ ।

ଉତ୍ତର ପ୍ରଦେଶ ଫିରୋଜାବାଦରେ କ୍ରିକେଟର୍ ସୋନମ ଯାଦବଙ୍କ ପରିବାର ହୁଅନ୍ତୁ, ଅବା ମଧ୍ୟପ୍ରଦେଶ ଭୋପାଳରେ ସୌମ୍ୟା ତିଓ୍ୱାରୀଙ୍କ ପରିବାର । ଏତେ କମ୍ ବୟସରେ ଝିଅ ମାନେ ଅନ୍ତର୍ଜାତୀୟ ଖ୍ୟାତି ହାସଲ କରିବା ପରେ, କେଉଁ ବାପା ମାଆ କି ପରିବାର ଖୁସି ନହୋଇ ରହିପାରିବ? ତେଣୁ କେଉଁଠି ଡିଜେ, ଭାଙ୍ଗଡ଼ା, ବାଣର ରୋଶଣି, ତ କେଉଁଠି ମିଠା ଖୁଆଇ ଖୁସି ମନାଇଛନ୍ତି ସମସ୍ତେ । ଦିଲ୍ଲୀର ଶ୍ୱେତା ଶେରାଓ୍ୱତ, ୟୁପି ବୁଲନ୍ଦସହରର ପ୍ରଶଭି ଚୋପ୍ରା, ପ୍ରୟାଗରାଜର ଫଲକ୍ ନାଜଙ୍କ ପରିବାର, ଚାରିଆଡ଼େ ଅଣ୍ଡର୍ ନାଇଣ୍ଟିନ୍ ଭାରତୀୟ ମହିଳା ଟିମର ବିଜୟକୁ ଜୋରଦାର ଢଙ୍ଗରେ ସେଲିବ୍ରେଟ୍ କରାଯାଇଛି । ପ୍ରଶଭି ତାଙ୍କ ଖାଦଦାନରେ ଏକମାତ୍ର ଝିଅ ହୋଇଥିବା ବେଳେ ଆଜି ଦେଶର ନାଁ ରଖିଥିବା ତାଙ୍କ ବାପା ମାଆ କହିଛନ୍ତି...

ରବିବାର ଦକ୍ଷିଣ ଆଫ୍ରିକାରେ ଅଣ୍ଡର ୧୯ ଟି-ଟ୍ବେଣ୍ଟି ଓ୍ୱାର୍ଲଡକପ୍ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିବା ବେଳେ, ଇଂଲଣ୍ଡକୁ ଧୂଳି ଚଟାଇଦେଇଥିଲେ ଟିଟାସ ସାଧୁ, ଅର୍ଚ୍ଚନା ଦେବୀ ଓ ପାର୍ଶ୍ୱୀ ଚୋପଡାଙ୍କ ଭଳି ବୋଲର୍ । ୧୭ ଓଭର୍ ୧ ବଲରେ ସମସ୍ତ ଓ୍ୱିକେଟ୍ ହରାଇ ମାତ୍ର ୬୮ ରନ୍ ସଂଗ୍ରହ କରିପାରିଥିଲା ଇଂଲଣ୍ଡ ମହିଳା ଟିମ୍ । ଆଉ ଭାରତୀୟ ମହିଳା ଟିମ୍ ୩ ଓ୍ୱିକେଟ୍ ହରାଇ ୬୯ ରଦର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ... ।

ତେବେ ବିଶ୍ୱକପ୍ ଜିତିବା ପରେ କୋହ ରୋକିପାରିଲେନି ଶେଫାଳି ବର୍ମା । ଭାରତୀୟ ଅଣ୍ଡର୍-୧୯ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ । ଆଖିରୁ ବହିଯାଇଥିଲା ଧାରଧାର ଖୁସିର ଲୁହ । ଦକ୍ଷିଣ ଆଫ୍ରିକା ମାଟିରେ ଇଂଲଣ୍ଡକୁ ୭ ଓ୍ୱିକେ ଟରେ ହରାଇ ଶେଫାଳିଙ୍କ ନେତୃତ୍ୱରେ ଅଣ୍ଡର- ନାଇଣ୍ଟିନ୍ ମହିଳା ଟିମ୍ ଇତିହାସ ରଚିଛି । ଫାଇନାଲ୍ ମ୍ୟାର ପୂର୍ବ ଦିନ ଶେଫାଳି ତାଙ୍କର ୧୯ ତମ ଜନ୍ମଦିନ ପାଳନ କରିଥିଲେ । ମ୍ୟାଚ୍ ପରେ ଶେଫାଳି କହିଛନ୍ତି, ଏଥିଲାଗି ସେ ବିସିସିଆଇକୁ ବହୁତ ଧନ୍ୟବାଦ ଦେବାକୁ ଚାହାନ୍ତି । ବିସିସିଆଇ ତାଙ୍କୁ ଏଭଳି ଏକ ଟିମ୍ ଦେଇଥିବାରୁ ସେ ଆଜି ଚାଂପିଅନ୍ ହୋଇ ପାରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଏବେ ଅଣ୍ଡର-୧୯ T-20 ମହିଳା ବିଶ୍ୱକପ୍ ଜିତିଥିଲେ ବି, ତାଙ୍କର ନଜର ଦିନିକିଆରେ ବିଶ୍ୱକପ୍ ଟ୍ରଫି ଉପରେ ରହିଛି ... ।

ବିଶ୍ୱକପ୍ ପୂର୍ବରୁ ୭୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି ସେଫାଳି ବର୍ମା । ବିଶ୍ୱକପରେ ସେ ୧୯୩.୨୬ ଷ୍ଟ୍ରାଇକ୍ ରେଟ୍ ଓ ୨୪.୫୭ ଆଭରେଜ୍ ସହ ମୋଟ ୧୭୨ ରନ୍ କରିଛନ୍ତି ।