Astrospeak
  • Live TV
  • Read In English

ଚର୍ଚ୍ଚାରେ ସରସ୍ୱତୀ ଚାନ୍ଦ : ଖେଳକୁଦରେ ରୁଚି ରଖୁଥିବା ପିଲାଙ୍କୁ ମାଗଣାରେ ଦେଉଛନ୍ତି ତାଲିମ

ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ । ଏଭଳି ନିଆରା ଉଦ୍ୟମ କରୁଛନ୍ତି ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍ ତଥା ସ୍ପ୍ରିଂଟ କୁଇନ ଦୂତି ଚାନ୍ଦଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ

dutee chand
ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସରସ୍ୱତୀ ଚାନ୍ଦ

News Summary

ଯାଜପୁରର ଜାରକା କଳ୍ପତରୁ ଷ୍ଟାଡିୟମରେ ୪୦ ପିଲାଙ୍କୁ ଶିଖାଉଛନ୍ତି କ୍ରୀଡ଼ା କୌଶଳ

ଯାଜପୁରର ଜାରକା କଳ୍ପତରୁ ଷ୍ଟାଡିୟମରେ ୪୦ ପିଲାଙ୍କୁ ଶିଖାଉଛନ୍ତି କ୍ରୀଡ଼ା କୌଶଳ

ଯାଜପୁର(ଗୁଲାମ୍ ଗସ) : ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ । ଏଭଳି ନିଆରା ଉଦ୍ୟମ କରୁଛନ୍ତି ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍ ତଥା ସ୍ପ୍ରିଂଟ କୁଇନ ଦୂତି ଚାନ୍ଦଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ । ଯାଜପୁର ଜିଲ୍ଲାର ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମରେ ପ୍ରତ୍ୟେକ ଦିନ ସକାଳ ଓ ଅପରାହ୍ନ ଦୁଇ ବେଳା ସ୍ଥାନୀୟ ପିଲାମାନଙ୍କୁ ଖେଳ ଉପରେ ପ୍ରଶିକ୍ଷଣ ଦେଉଛନ୍ତି ।

ଦୂତିଚାନ୍ଦଙ୍କ ବଡ ଭଉଣି ସ୍ୱରସ୍ୱତୀ ଚାନ୍ଦ । ରସୁଲପୁର ବ୍ଲକ ଅନ୍ତର୍ଗତ ଚକ ଗୋପାଳପୁର ଗ୍ରାମରେ ଘର । ସ୍କୁଲରେ ପାଠ ପଢ଼ୁଥିବା ବେଳେ ସେ ଦୌଡକୁଦ ପ୍ରତିଯୋଗିତାରେ ଭାଗ ନେଇ ଚମ୍ପିଅନ ହେଉଥିଲେ । ଧିରେ ଧିରେ ସେ ଦୌଡିବା ଅଭ୍ୟାସକୁ ଜାରିରଖି ଜିଲ୍ଲା ଓ ରାଜ୍ୟସ୍ତରୀୟ ଖେଳରେ ଭାଗ ନେଇ ସୁନାମ ଅର୍ଜନ କରିପାରିଥିଲେ । ଯେଉଁଥି ପାଇଁ ତାଙ୍କୁ ଓଡିଶା ପୋଲିସରେ ଚାକିରି ମଧ୍ୟ ମିଳିଛି । ଏବେ ସେ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସବୁଦିନ ସକାଳେ ଓ ଉପରବେଳା ଏଠି ଦ୍ରୁତ ଗତିରେ ଦୌଡ଼ ଅଭ୍ୟାସ, ଶରୀରକୁ କିଭଳି ଫିଟ୍ ରଖାଯିବ, ସେନେଇ ବିଭିନ୍ନ ପ୍ରକାର ଟେକନିକ୍ ଶିଖୁଛନ୍ତି ପିଲାମାନେ । ସ୍ଥାନୀୟ ଅଂଚଳର ପାଖାପାଖି ୪୦ଜଣ ପିଲା ତାଙ୍କ ପାଖରୁ ପ୍ରଶିକ୍ଷଣ ନେଉଛନ୍ତି । ତେବେ ଖେଳପ୍ରତି ସରକାର ଯନ୍ନବାନ ରହିଥିଲେ ହେଁ ଗ୍ରାମଂଚଳର ଗରିବ ପରିବାରରୁ ଆସୁଥିବା ଖେଳାଳି ମାନଙ୍କୁ ଉପଯୁକ୍ତ ସହାୟତା ଯୋଗଇ ଦେଲେ ଆମରାଜ୍ୟରେ ଭଲ ଆଥଲେଟ ବନି ରାଜ୍ୟ ଓ ଦେଶର ନାମ କରିପାରନ୍ତେ ବୋଲି ସେ କହିଛନ୍ତି ।

ଜାରକା ଠାରେ ଖେଳକୁଦ ପାଇଁ ଭିତ୍ତିଭୂମି ଥିଲେ ବି ସରକାରୀ ପ୍ରୋତ୍ସାହନ ଅଭାବରୁ ଗରିବ ପିଲାମାନେ ଆଗକୁ ବଢିପାରୁନାହାନ୍ତି । ସେଥି ପାଇଁ ସରକାର ଯତନ୍ନବାନ ହେବା ଅବଶ୍ୟକ ରହିଛି । ଏଭଳି ପ୍ରତିଭାନ ପିଲାଙ୍କୁ ସ୍ୱରସ୍ୱତୀ ଚାନ୍ଦ ବିନା ପାରିଶ୍ରମିକରେ ପ୍ରତ୍ୟେକ ଦିନ ଖେଳ ଅଭ୍ୟାସ କରାଇବା ସହ ଆଗକୁ ବଢ଼ିବା ପାଇଁ କରୁଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।