Advertisment

ଜୁନ୍ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌

କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌। ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।

ଅଦ୍ୟତନ ହୋଇଛି
undefined

Barabati Stadium To Host T20I Against South Africa

Advertisment

କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌। ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ଶୃଙ୍ଖଳାର ଗୋଟିଏ ମ୍ୟାଚ୍ ବାରବାଟୀରେ ଖେଳାଯିବ ବୋଲି OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

Advertisment

ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ବି ବିସିସିଆଇ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ଥିବା ସୂଚନା ମିଳିଛି। ଖୁବଶୀଘ୍ର ଏ ସମ୍ପର୍କରେ ବିସିସିଆଇ ଘୋଷଣା କରିବ ବୋଲି OCA ସମ୍ପାଦକ ସୂଚନା ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ଖେଳା ଯିବାକୁ ଥିବା ଦ୍ୱିପାକ୍ଷିକ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଦିଲ୍ଲୀରେ ଏବଂ ଦ୍ୱିତୀୟ ମ୍ୟାଚ୍ କଟକ ବାରବାଟୀରେ ଖେଳାଯିବ ବୋଲି OCA ସମ୍ପାଦକ ଓଟିଭିକୁ ସୂଚନା ଦେଇ କହିଛନ୍ତି।

ଚଳିତ ବର୍ଷ ଫେବୃଆରୀରେ ବାରବାଟୀରେ ଟି-୨୦ ମ୍ୟାଚ୍‌ ଖେଳା ଯିବାର ଥିଲା। ଟିମ୍‌ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏହି ମ୍ୟାଚ୍‌ ହେବାର ଥିଲା। ତେବେ କୋଭିଡ୍‌ ପାଇଁ ମ୍ୟାଚ୍‌ ଖେଳା ଯାଇନଥିଲା। ଏହାପରେ BCCI ବାୟୋ ବବଲ୍‌ ମଧ୍ୟରେ ଅହମଦାବାଦ ଓ କୋଲକାତାରେ ଦିନିକିଆ ଓ ଟି-୨୦ ମ୍ୟାଚ୍‌ ଖେଳାଯିବା ନେଇ ନିଷ୍ପତ୍ତି ନେଇଥିଲା। ତେବେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବା ନେଇ BCCI, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌କୁ ଆଶ୍ୱାସନା ଦେଇଥିଲା। 

Advertisment
Barabati Stadium Ind Vs SA T20 International India-South Africa T20 OCA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ